ରହସ୍ୟ ଘେରରେ ପୁନମ ପାଣ୍ଡେଙ୍କ ମୃତ୍ୟୁ ! ଖବର ପ୍ରଚାର ହେବା ପରେ ପରିବାର ଲୋକଙ୍କ ପତ୍ତା ମିଳୁନି

ନୂଆଦିଲ୍ଲୀ: ରହସ୍ୟ ଘେରରେ ଅଭିନେତ୍ରୀ ଓ ମଡେଲ ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର। ଏହି ଖବର ସତ ନା ମିଛ ସେ ନେଇ ଏବେ ପ୍ରଶ୍ନ ଉଠିଲାଣି। କାରଣ ପୁନମ୍‌ଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରାଯାଉଥିବାରୁ ଏପର୍ଯ୍ୟନ୍ତ କାହା ସହ କଣ୍ଟାକ୍ଟ କରାଯାଇପାରୁ ନାହିଁ। ତେଣୁ ଏହି ଖବର ମିଛ ହୋଇଥାଇ ପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ପୁନମ ପାଣ୍ଡେଙ୍କ ସହ 'ଲକ୍‌ଅପ୍‌'ରେ ଅଭିନୟ କରିଥିବା ଅଭିନେତା ବିନିତ କକ୍କଡ଼ ମଧ୍ୟ ଏହି ଖବରକୁ ମିଛ ବୋଲି କହିଛନ୍ତି। ଶୁକ୍ରବାର ସକାଳେ ପୁନମ ପାଣ୍ଡେଙ୍କ ଅଫିସିଆଲ୍‌ ଇନ୍‌ଷ୍ଟଗ୍ରାମ୍‌ ଆକାଉଣ୍ଟରୁ ଏକ ପୋଷ୍ଟ କରାଯାଇ ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦିଆଯାଇଥିଲା। ସର୍ଭାଇକଲ କ୍ୟାନ୍‌ସର ରୋଗରେ ପୀଡ଼ିତ ହୋଇ ତାଙ୍କର ମୃତ୍ୟୁ ହୋଇଛି ବୋଲି ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟରେ କୁହାଯାଇଥିଲା। ଏହାପରେ ତାଙ୍କ ମୃତ୍ୟୁ ଖବର ଚାରିଆଡ଼େ ବ୍ୟାପିଯାଇଥିଲା। ପଢ଼ନ୍ତୁ-କଙ୍ଗନା ରଣାୱତଙ୍କୁ ବଡ଼ ଝଟକା, ମାନହାନୀ ମାମଲାରେ ରୋକ ଲଗାଇବାକୁ ମନା କଲେ ବମ୍ୱେ ହାଇକୋର୍ଟ ଏନେଇ ପୁନମଙ୍କ ମିଡ଼ିଆ ମ୍ୟାନେଜର ପାରୁଲ ଚୌଧୁରୀ କହିଛନ୍ତି ଯେ ପୁନମଙ୍କ ଭଉଣି ସକାଳୁ କଲ୍ କରି ତାଙ୍କ ମୃତ୍ୟୁ ଖବର ସୂଚନା ଦେଇଥିଲେ। ହେଲେ ଏବେ ତାଙ୍କ ପରିବାର କୌଣସି ସୂଚନା ମିଳୁ ନଥିବାରୁ ମୃତ୍ୟୁ ନେଇ କୌଣସି ସୁନିଶ୍ଚିତ ହୋଇପାରୁ ନାହିଁ। ସେହିପରି ଏହି ଗୋଟିଏ ଇନ୍‌ଷ୍ଟା ପୋଷ୍ଟ ଛଡ଼ା ପୁନମଙ୍କ ବିଷୟରେ ଏପର୍ଯ୍ୟନ୍ତ ଆଉ କୌ

ରହସ୍ୟ ଘେରରେ ପୁନମ ପାଣ୍ଡେଙ୍କ ମୃତ୍ୟୁ ! ଖବର ପ୍ରଚାର ହେବା ପରେ  ପରିବାର ଲୋକଙ୍କ ପତ୍ତା ମିଳୁନି

poonam-pandy

ନୂଆଦିଲ୍ଲୀ: ରହସ୍ୟ ଘେରରେ ଅଭିନେତ୍ରୀ ଓ ମଡେଲ ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର। ଏହି ଖବର ସତ ନା ମିଛ ସେ ନେଇ ଏବେ ପ୍ରଶ୍ନ ଉଠିଲାଣି। କାରଣ ପୁନମ୍‌ଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରାଯାଉଥିବାରୁ ଏପର୍ଯ୍ୟନ୍ତ କାହା ସହ କଣ୍ଟାକ୍ଟ କରାଯାଇପାରୁ ନାହିଁ। ତେଣୁ ଏହି ଖବର ମିଛ ହୋଇଥାଇ ପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ପୁନମ ପାଣ୍ଡେଙ୍କ ସହ 'ଲକ୍‌ଅପ୍‌'ରେ ଅଭିନୟ କରିଥିବା ଅଭିନେତା ବିନିତ କକ୍କଡ଼ ମଧ୍ୟ ଏହି ଖବରକୁ ମିଛ ବୋଲି କହିଛନ୍ତି। ଶୁକ୍ରବାର ସକାଳେ ପୁନମ ପାଣ୍ଡେଙ୍କ ଅଫିସିଆଲ୍‌ ଇନ୍‌ଷ୍ଟଗ୍ରାମ୍‌ ଆକାଉଣ୍ଟରୁ ଏକ ପୋଷ୍ଟ କରାଯାଇ ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦିଆଯାଇଥିଲା। ସର୍ଭାଇକଲ କ୍ୟାନ୍‌ସର ରୋଗରେ ପୀଡ଼ିତ ହୋଇ ତାଙ୍କର ମୃତ୍ୟୁ ହୋଇଛି ବୋଲି ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟରେ କୁହାଯାଇଥିଲା। ଏହାପରେ ତାଙ୍କ ମୃତ୍ୟୁ ଖବର ଚାରିଆଡ଼େ ବ୍ୟାପିଯାଇଥିଲା।

ପଢ଼ନ୍ତୁ-କଙ୍ଗନା ରଣାୱତଙ୍କୁ ବଡ଼ ଝଟକା, ମାନହାନୀ ମାମଲାରେ ରୋକ ଲଗାଇବାକୁ ମନା କଲେ ବମ୍ୱେ ହାଇକୋର୍ଟ

ଏନେଇ ପୁନମଙ୍କ ମିଡ଼ିଆ ମ୍ୟାନେଜର ପାରୁଲ ଚୌଧୁରୀ କହିଛନ୍ତି ଯେ ପୁନମଙ୍କ ଭଉଣି ସକାଳୁ କଲ୍ କରି ତାଙ୍କ ମୃତ୍ୟୁ ଖବର ସୂଚନା ଦେଇଥିଲେ। ହେଲେ ଏବେ ତାଙ୍କ ପରିବାର କୌଣସି ସୂଚନା ମିଳୁ ନଥିବାରୁ ମୃତ୍ୟୁ ନେଇ କୌଣସି ସୁନିଶ୍ଚିତ ହୋଇପାରୁ ନାହିଁ। ସେହିପରି ଏହି ଗୋଟିଏ ଇନ୍‌ଷ୍ଟା ପୋଷ୍ଟ ଛଡ଼ା ପୁନମଙ୍କ ବିଷୟରେ ଏପର୍ଯ୍ୟନ୍ତ ଆଉ କୌଣସି ରିପୋର୍ଟ ମିଳି ନାହିଁ। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ପକ୍ଷରୁ ପୁନମଙ୍କ ପରିବାର ଲୋକଙ୍କୁ ସମ୍ପର୍କ କରିବାକୁ ଚେଷ୍ଟା କରାଯାଇଥିବା ବେଳେ ସମସ୍ତଙ୍କ ଫୋନ୍ ସ୍ୱିଚ୍ ଅଫ୍ ଥିବା କୁହାଯାଉଛି।

ବିନିତ କକ୍କଡ଼ଙ୍କ କହିବା କଥା ହେଲା ୪ ମାସ ତଳେ ସେ ପୁନମଙ୍କୁ ଭେଟିଥିଲେ। ସେ ଖୁବ୍ ମଜଭୁତ୍ ଓ ଭଲ ମିଜାଜରେ ଲାଗୁଥିଲେ। ତେଣୁ ହଠାତ୍ ଏତେବଡ଼ ରୋଗ ହୋଇଯିବ। ତା ଛଡ଼ା ତାଙ୍କ ପରିବାର ବର୍ଗ କି କାହା ସହ କୌଣସି ଯୋଗାଯୋଗ ହୋଇପାରୁନି। ସମସ୍ତଙ୍କ ଫୋନ୍ ବନ୍ଦ ରହିଛି। ଏମିତି ହେଇପାରେ ଯେ କିଏ ତାଙ୍କର କିମ୍ବା ତାଙ୍କ ମ୍ୟାନେଜର ଇନ୍‌ଷ୍ଟା ଆକାଉଣ୍ଟ ହ୍ୟାକ୍ କରି ଏପରି କରିଥାଇପାରନ୍ତି। ତେଣୁ ପରେ ହୁଏତ ଏ ଖବର ସମ୍ପୂର୍ଣ୍ଣ ମିଛ ପ୍ରମାଣିତ ହେବ ବୋଲି ବିନିତ କହିଛନ୍ତି।

ଅନ୍ୟପଟେ ଦୈନିକ ଜାଗାରଣ ଟାଇମ୍ସ ନାଓଁ ରିପୋର୍ଟକୁ ଆଧାର କରି ଖବର ଲେଖିଛି ଯେ ପୁନମ ପାଣ୍ଡେଙ୍କର କ୍ୟାନ୍‌ସର ଯୋଗୁ ମୃତ୍ୟୁ ହୋଇ ନାହିଁ ବରଂ ଅତ୍ୟଧିକ ଡ୍ରଗ୍ସ ବ୍ୟବହାର ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ତେବେ ସେ କେଉଁ ପ୍ରକାର ଡ୍ରଗ୍ସ ନେଉଥିଲେ ତାହାର ସ୍ପଷ୍ଟୀକରଣ ଦିଆଯାଇ ନାହିଁ।
  

The post ରହସ୍ୟ ଘେରରେ ପୁନମ ପାଣ୍ଡେଙ୍କ ମୃତ୍ୟୁ ! ଖବର ପ୍ରଚାର ହେବା ପରେ ପରିବାର ଲୋକଙ୍କ ପତ୍ତା ମିଳୁନି appeared first on Prameya News7.