ରହସ୍ୟମୟ ସିଗନାଲ ପଠାଇଲା ନାସାର ଡେଡ୍‌ ସାଟେଲାଇଟ୍‌ , ଏହାର ଉଜ୍ଜ୍ୱଳତା ଦେଖି ବୈଜ୍ଞାନିକ ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ – ବୈଜ୍ଞାନିକଙ୍କୁ ନିକଟରେ ମହାକାଶରୁ ଏକ ଅତ୍ୟନ୍ତ ଶକ୍ତିଶାଳୀ ଓ ରହସ୍ୟମୟୀ ରେଡିଓ ସିଗନାଲ ମିଳିଛି। ଯାହାକି କିଛି କ୍ଷଣ ପାଇଁ ପୂରା ଆକାଶରେ ଥିବା ଅନ୍ୟ ସବୁ ଜିନିଷକୁ ପଛରେ ପକାଇ ଦେଇଛି। ସବୁଠୁ ଆଶ୍ଚର୍ଯ୍ୟକର କଥା ଏହା ଥିଲା ଯେ, ଏହି ସିଗନାଲ Relay-2 ନାମକ ଏକ ସାଟେଲାଇଟ୍‌ରୁ ଆସିଛି, ଯାହାକୁ ନାସା ୧୯୬୪ରେ ଲଞ୍ଚ କରିଥିଲା ଏବଂ ଯାହା ପାଖାପାଥି ୬ ଦଶକରୁ ସଂପୂର୍ଣ୍ଣ ରୂପେ ନିଷ୍କ୍ରିୟ ହୋଇ ପଡ଼ିଛି।Relay-2 କଣ  ? Relay-2 , ନାସାର ଏକ ପରୀକ୍ଷାମୂଳକ ଯୋଗାଯୋଗ ସାଟେଲାଇଟ୍‌ ଥିଲା, ଯାହାକୁ Relay ପ୍ରୋଗ୍ରାମ ଅନୁସାରେ ଲଞ୍ଚ କରାଯାଇ ଥିଲା। ଏହା ୧୯୬୪ରେ ମହାକାଶକୁ ପଠାଯାଇ ଥିଲା। ୧୯୬୫ରେ ଏହାର ବ୍ୟବହାର ବନ୍ଦ କରିଦିଆ ଯାଇଥିଲା ଏବଂ ୧୯୬୭ ଯାଏ ଏହାର ସବୁ ଟେକ୍ନିକାଲ ଉପକରଣ ସଂପୂର୍ଣ୍ଣ ରୂପେ ନିଷ୍କ୍ରିୟ ହୋଇସାରି ଥିଲା।ଗତ ବର୍ଷ ୧୩ ଜୁନ୍‌ରେ ଅଷ୍ଟ୍ରେଲିଆର ବୈଜ୍ଞାନିକଙ୍କୁ ଅଷ୍ଟ୍ରେଲିଆର ସ୍କ୍ୱେୟାର କିଲୋମିଟର ଏରେ ପାଥଫାଇଣ୍ଡର ଟେଲିସ୍କୋପ (ASKAP) ରୁ ଏକ ଦ୍ରୁତ ଓ ଖୁବ୍‌ ଛୋଟ ରେଡିଓ ଫ୍ଲାଶ୍‌ ରେକର୍ଡ କରିଥିଲା – ଯାହା ୩୦ ନାନୋସେକେଣ୍ଡରେ ମଧ୍ୟ କମ୍‌ ସମୟ ପାଇଁ ଥିଲା। କାର୍ଟିନ ୟୁନିଭର୍ସିଟିର କ୍ଲାନ୍ସି ଜେମ୍ସ ଓ ତାଙ୍କର ଟିମ୍‌ ଆରମ୍ଭରେ ଭାବିଥିଲେ ଯେ, ଏହା କୌଣସି ନୂଆ ପଲ୍ସର (ଏକ ସ୍ପନ୍ଦନଶୀଳ ତାରା) କିମ୍ୱା ଅନ୍ୟ କୌଣସି ମହାକାଶୀୟ ବସ୍ତୁ ହୋଇପାରେ। କିନ୍ତୁ ପରବର୍ତ୍ତୀ ସମୟରେ

ରହସ୍ୟମୟ ସିଗନାଲ ପଠାଇଲା ନାସାର ଡେଡ୍‌ ସାଟେଲାଇଟ୍‌ , ଏହାର ଉଜ୍ଜ୍ୱଳତା ଦେଖି ବୈଜ୍ଞାନିକ ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ – ବୈଜ୍ଞାନିକଙ୍କୁ ନିକଟରେ ମହାକାଶରୁ ଏକ ଅତ୍ୟନ୍ତ ଶକ୍ତିଶାଳୀ ଓ ରହସ୍ୟମୟୀ ରେଡିଓ ସିଗନାଲ ମିଳିଛି। ଯାହାକି କିଛି କ୍ଷଣ ପାଇଁ ପୂରା ଆକାଶରେ ଥିବା ଅନ୍ୟ ସବୁ ଜିନିଷକୁ ପଛରେ ପକାଇ ଦେଇଛି। ସବୁଠୁ ଆଶ୍ଚର୍ଯ୍ୟକର କଥା ଏହା ଥିଲା ଯେ, ଏହି ସିଗନାଲ Relay-2 ନାମକ ଏକ ସାଟେଲାଇଟ୍‌ରୁ ଆସିଛି, ଯାହାକୁ ନାସା ୧୯୬୪ରେ ଲଞ୍ଚ କରିଥିଲା ଏବଂ ଯାହା ପାଖାପାଥି ୬ ଦଶକରୁ ସଂପୂର୍ଣ୍ଣ ରୂପେ ନିଷ୍କ୍ରିୟ ହୋଇ ପଡ଼ିଛି।

Relay-2 କଣ  ? 

Relay-2 , ନାସାର ଏକ ପରୀକ୍ଷାମୂଳକ ଯୋଗାଯୋଗ ସାଟେଲାଇଟ୍‌ ଥିଲା, ଯାହାକୁ Relay ପ୍ରୋଗ୍ରାମ ଅନୁସାରେ ଲଞ୍ଚ କରାଯାଇ ଥିଲା। ଏହା ୧୯୬୪ରେ ମହାକାଶକୁ ପଠାଯାଇ ଥିଲା। ୧୯୬୫ରେ ଏହାର ବ୍ୟବହାର ବନ୍ଦ କରିଦିଆ ଯାଇଥିଲା ଏବଂ ୧୯୬୭ ଯାଏ ଏହାର ସବୁ ଟେକ୍ନିକାଲ ଉପକରଣ ସଂପୂର୍ଣ୍ଣ ରୂପେ ନିଷ୍କ୍ରିୟ ହୋଇସାରି ଥିଲା।

ଗତ ବର୍ଷ ୧୩ ଜୁନ୍‌ରେ ଅଷ୍ଟ୍ରେଲିଆର ବୈଜ୍ଞାନିକଙ୍କୁ ଅଷ୍ଟ୍ରେଲିଆର ସ୍କ୍ୱେୟାର କିଲୋମିଟର ଏରେ ପାଥଫାଇଣ୍ଡର ଟେଲିସ୍କୋପ (ASKAP) ରୁ ଏକ ଦ୍ରୁତ ଓ ଖୁବ୍‌ ଛୋଟ ରେଡିଓ ଫ୍ଲାଶ୍‌ ରେକର୍ଡ କରିଥିଲା – ଯାହା ୩୦ ନାନୋସେକେଣ୍ଡରେ ମଧ୍ୟ କମ୍‌ ସମୟ ପାଇଁ ଥିଲା। କାର୍ଟିନ ୟୁନିଭର୍ସିଟିର କ୍ଲାନ୍ସି ଜେମ୍ସ ଓ ତାଙ୍କର ଟିମ୍‌ ଆରମ୍ଭରେ ଭାବିଥିଲେ ଯେ, ଏହା କୌଣସି ନୂଆ ପଲ୍ସର (ଏକ ସ୍ପନ୍ଦନଶୀଳ ତାରା) କିମ୍ୱା ଅନ୍ୟ କୌଣସି ମହାକାଶୀୟ ବସ୍ତୁ ହୋଇପାରେ। କିନ୍ତୁ ପରବର୍ତ୍ତୀ ସମୟରେ ସିଗନାଲର ଉତ୍ସର ବିଶ୍ଳେଷଣରୁ ଜଣାପଡ଼ିଲା ଯେ ,ଏହା ପୃଥିବୀ ଠାରୁ ପ୍ରାୟ ୨୦,୦୦୦ କିଲୋମିଟର ଦୂରରେ ଅବସ୍ଥିତ ରିଲେ-୨ ସାଟେଲାଇଟ (ଉପଗ୍ରହ)ରୁ ଆସିଛି।