ରହିଲେ ବନ, ବଞ୍ଚିବ ଜନ: ଜଙ୍ଗଲ ସୁରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ
ଭଞ୍ଜନଗର,୧।୭(ବାବୁଲା ପ୍ରଧାନ):ବନ ମହୋତ୍ସବ ସପ୍ତାହ ମଙ୍ଗଳବାର ଉଦଘାଟିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ଚାରାରୋପଣ ସହ ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଧ୍ୟ ଆଜି ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ଭାରାପ୍ରାପ୍ତ ଅଧ୍ୟକ୍ଷ ବିଭାସ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନବ ସମାଜ ତିଷ୍ଠିବାକୁ ହେଲେ ଜଙ୍ଗଲ ସୁରକ୍ଷା ସହ ନୂତନ ବନୀକରଣର ଆବଶ୍ୟକତା […] The post ରହିଲେ ବନ, ବଞ୍ଚିବ ଜନ: ଜଙ୍ଗଲ ସୁରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ appeared first on Dharitri Odia News.
ଭଞ୍ଜନଗର,୧।୭(ବାବୁଲା ପ୍ରଧାନ):ବନ ମହୋତ୍ସବ ସପ୍ତାହ ମଙ୍ଗଳବାର ଉଦଘାଟିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ଚାରାରୋପଣ ସହ ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଧ୍ୟ ଆଜି ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ଭାରାପ୍ରାପ୍ତ ଅଧ୍ୟକ୍ଷ ବିଭାସ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନବ ସମାଜ ତିଷ୍ଠିବାକୁ ହେଲେ ଜଙ୍ଗଲ ସୁରକ୍ଷା ସହ ନୂତନ ବନୀକରଣର ଆବଶ୍ୟକତା ରହିଛି ବୋଲି କହିଥିଲେ।
ଏନସିସି ଆର୍ମି ୱିଙ୍ଗ ଏବଂ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ମିଳିତ ଆନୁକୁଲ୍ୟରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ପ୍ରଥମେ କ୍ୟାମ୍ପସ ସଫେଇ କରିଥିଲେ। ଏହାପରେ ବିଭିନ୍ନ ଚାରା ଅଧକ୍ଷ ଏବଂ ଛାତ୍ରୀ ଛାତ୍ରଙ୍କ ଦ୍ୱାରା ରୋପଣ ହୋଇଥିଲା। ଏହି ଅବସରରେ ଛାତ୍ରୀଛାତ୍ରମାନେ ରହିଲ ବନ, ବଞ୍ଚିବ ଜନ ସମେତ ବିଭିନ୍ନ ସ୍ଲୋଗାନ ଦେଇ ଅନ୍ୟ ଛାତ୍ରୀଛାତ୍ରମାନଙ୍କୁ ସଚେତନ କରାଇଥିଲେ।
ସୂଚନାଯୋଗ୍ୟ ଯେ, ଜଳବାୟୁ ପରିବର୍ତ୍ତନ ଯୋଗୁ ବିଗତ କିଛିବର୍ଷ ହେବ ରାଜ୍ୟରେ ଚାରାରୋପଣ ଏବଂ ବଣ୍ଟନ କାର୍ଯ୍ୟ ବିଳମ୍ବ ହେଉଥିଲା। ଜୁଲାଇ ପହିଲାରୁ ବନ ମହୋତ୍ସବ ସପ୍ତାହ ଅବସରରେ ଚାରା ରୋପଣ ହେଉଥିଲେ। ଯଦି ଜୁଲାଇରେ ମଧ୍ୟ ଠିକ ଭାବେ ବର୍ଷା ନ ହେଲେ ତେବେ ତାହା ଅଗଷ୍ଟ ମାସରେ ଚାରା ଲଗାଯାଉଥିଲା। ଫଳରେ ଯେଉଁ ଲକ୍ଷ୍ୟ ନେଇ ଚାରା ରୋପଣ ହେଉଥିଲା ତାହା କିଛି ମାତ୍ରାରେ ଜଳବାୟୁ ପରିବର୍ତ୍ତନ ଯୋଗୁ ବାଧାପ୍ରାପ୍ତ ହେଉଥିଲା।
ଗତବର୍ଷ ରାଜ୍ୟରେ ୬ କୋଟିରୁ ଊର୍ଦ୍ଧ୍ୱ ଚାରା ରୋପଣ ହୋଇଥିଲା। କିନ୍ତୁ ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ ବାୟୁ ଓଡିିଶା ଛୁଇଁବା ସହ ଅନେକ ଅଞ୍ଚଳରେ ବର୍ଷା ହେଉଛି। ତେଣୁ ଏ ନେଇ ବନ ବିଭାଗ ତତ୍ପର ହେବା ସହ ଆଜିକୁ ୧୫ ଦିନ ହେବ ଚାରା ବଣ୍ଟନ ଏବଂ ରୋପଣ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ରାଜ୍ୟର ୫୧ଟି ବନଖଣ୍ଡରେ ଚଳିତ ବର୍ଷ ୭ କୋଟି ୫୦ ଲକ୍ଷ ଚାରା ରୋପଣ କରିବା ଲକ୍ଷ୍ୟ ରଖାଯାଇଛି। ବିଭିନ୍ନ ବିଭାଗ ସହ ମିଶି ଏହି ଲକ୍ଷ୍ୟ ପୂରଣ କରାଯିବ। ଏଥିସହ ବିଭିନ୍ନ ବେସରକାରୀ କମ୍ପାନୀ ଗୁଡ଼ିକୁ ମଧ୍ୟ ଚାରା ରୋପଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟରେ ୧୦ ହଜାର ଇକୋ କ୍ଲବ ଅଛି। ଇକୋ କ୍ଲବ ସହାୟତାରେ ଲକ୍ଷାଧିକ ଚାରା ରୋପଣ କିଭଳି ହୋଇପାରିବ ସେଥିପାଇଁ ପଦକ୍ଷେପ ନିଆଯାଇଛି। ଚଳିତ ବର୍ଷ ଗଞ୍ଜାମ ଜିଲା ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ରେ ୧୦ ଲକ୍ଷ ଚାରା ଲୋକଙ୍କୁ ବଣ୍ଟନ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୩ ଲକ୍ଷ ୫୦ ହଜାର ଚାରା ଖୋଲା ଜଙ୍ଗଲରେ ରୋପଣ ହେବ। ଉତ୍ତର ଘୁମୁସର ବନଖଣ୍ଡରେ ୧୧ ଲକ୍ଷ ୫୦ ହଜାର ଚାରା ବଣ୍ଟନ ହେବାକୁ ଥିବା ବେଳେ ୨ ଲକ୍ଷ ୯୮ ହଜାର ଚାରା ଖୋଲା ଜଙ୍ଗଲରେ ରୋପଣ ହେବ । ବର୍ତ୍ତମାନ ବିଭିନ୍ନ ସଂଗଠନ, ସ୍ବୟଂ ସହାୟିକା ଗୋଷ୍ଠୀ, ଇକୋ କ୍ଲବ, ସାଧାରଣ ଲୋକଙ୍କୁ ଚାରା ବଣ୍ଟନ କରାଯାଉଅଛି। ଏନେଇ ବୁଗୁଡ଼ା, ପୋଲସରା, ଆସିକା, ବଡଗଡ ,ସୋରଡା, ମୁଜାଗଡ, ତାରସିଂ, ଜଗନ୍ନାଥପ୍ରସାଦ, ଗାଲେରୀ, କେନ୍ଦ୍ରୀୟ ରେଞ୍ଜ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି ।
The post ରହିଲେ ବନ, ବଞ୍ଚିବ ଜନ: ଜଙ୍ଗଲ ସୁରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ appeared first on Dharitri Odia News.