ରାଇକିଆରେ ଅସହ୍ୟ ଗ୍ରୀଷ୍ମପ୍ରବାହ, ଚିନ୍ତା ବଢ଼ାଉଛି ବିଦ୍ୟୁତ ସମସ୍ୟା

ରାଇକିଆ,୩୦।୫( ପ୍ରଦୀପ ବେହେରା): ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗରମ ଓ ଗୁଳଗୁଳି ଅନୁଭୂତ ହେଉଛି। ଏହାର ପ୍ରଭାବ କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳୁଛି। ଏସବୁ ମଧ୍ୟରେ କ୍ରମାଗତ ବିଦ୍ୟୁତ କାଟ ଲୋକଙ୍କ ସମସ୍ୟାକୁ ଦିଗୁଣିତ କରୁଛି। ଏହାଫଳରେ ଲୋକଙ୍କ ଦୈନନ୍ଦିନ ଜୀବନ ସିଧା ସଳଖ ପ୍ରଭାବିତ କରୁଛି। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରାସ୍ତା ଘାଟ ଜନଶୂନ୍ୟ ହୋଇ ପଡ଼ୁଥିବା ବେଳେ ବିଦ୍ୟୁତ କାଟ […] The post ରାଇକିଆରେ ଅସହ୍ୟ ଗ୍ରୀଷ୍ମପ୍ରବାହ, ଚିନ୍ତା ବଢ଼ାଉଛି ବିଦ୍ୟୁତ ସମସ୍ୟା appeared first on Dharitri Odia News.

ରାଇକିଆରେ ଅସହ୍ୟ ଗ୍ରୀଷ୍ମପ୍ରବାହ, ଚିନ୍ତା ବଢ଼ାଉଛି ବିଦ୍ୟୁତ ସମସ୍ୟା

ରାଇକିଆ,୩୦।୫( ପ୍ରଦୀପ ବେହେରା): ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗରମ ଓ ଗୁଳଗୁଳି ଅନୁଭୂତ ହେଉଛି। ଏହାର ପ୍ରଭାବ କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳୁଛି। ଏସବୁ ମଧ୍ୟରେ କ୍ରମାଗତ ବିଦ୍ୟୁତ କାଟ ଲୋକଙ୍କ ସମସ୍ୟାକୁ ଦିଗୁଣିତ କରୁଛି। ଏହାଫଳରେ ଲୋକଙ୍କ ଦୈନନ୍ଦିନ ଜୀବନ ସିଧା ସଳଖ ପ୍ରଭାବିତ କରୁଛି। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରାସ୍ତା ଘାଟ ଜନଶୂନ୍ୟ ହୋଇ ପଡ଼ୁଥିବା ବେଳେ ବିଦ୍ୟୁତ କାଟ ଯୋଗୁ ଘରେ ରହିବା କାଠିକର ପାଠ ହୋଇ ପଡୁଛି । ବର୍ଷ ତମାମ ମେଣ୍ଟେନାନ୍ସ ନାଁରେ ବିଦ୍ୟୁତ କାଟ କରାଯିବା ସହ ସପ୍ତାହରେ ଦୁଇରୁ ତିନି ଦିନ ଲେଖାଏ ବିଦ୍ୟୁତ କାଟ କରାଯାଉଥିଲା। ଏସବୁ ସତ୍ତ୍ୱେ ସାମାନ୍ୟ ବର୍ଷା ହେଲେ ବର୍ତ୍ତମାନ ଗମ୍ଭୀର ବିଦ୍ୟୁତ ସମସ୍ୟା ଦେଖିବାକୁ ମିଳୁଛି। ବୁଧବାର ଅପରାହ୍ନରୁ ରାତ୍ର ଗୋଟାଏ ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା। ମଧ୍ୟ ରାତ୍ର ପର୍ଯ୍ୟନ୍ତ ଅସହ୍ୟ ଗୁଳୁଗୁଳିରୁ ମୁକ୍ତି ପାଇଁ ଲୋକେ ଘର ବାହାରେ ବୁଲୁଥିବା ଦେଖିବାକୁ ମିଳିଥିଲା । ଦାୟିତ୍ୱରେ ଥିବା ବିଭାଗୀୟ କର୍ମଚାରୀଙ୍କୁ ପଚାରିଲେ ବିଭିନ୍ନ ସ୍ଥାନରେ ବର୍ଷା ପବନ ଯୋଗୁ ଏଭଳି ବିଭ୍ରାଟ ଦେଖାଦେଉଥିବା ଉତ୍ତର ମିଳୁଛି ।

The post ରାଇକିଆରେ ଅସହ୍ୟ ଗ୍ରୀଷ୍ମପ୍ରବାହ, ଚିନ୍ତା ବଢ଼ାଉଛି ବିଦ୍ୟୁତ ସମସ୍ୟା appeared first on Dharitri Odia News.