ଅଖିଳେଶଙ୍କ ନୂଆ ରଣନୀତି, ବିଧାୟକ ପଦ ଛାଡ଼ି ଦିଲ୍ଲୀ ରାଜନୀତିରେ ହେବେ ସକ୍ରିୟ…
ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଭଲ ପ୍ରଦର୍ଶନ କରିଛି। ଏହାର ଶ୍ରେୟ ଅଖିଳେଶ ଯାଦବଙ୍କୁ ଯାଉଥିବା ବେଳେ ଏବେ ସେ ନୂଆ ରଣନୀତିରେ କାମ କରୁଛନ୍ତି। ସେ ବିଧାୟକ ପଦ ଛାଡ଼ିବା ପରେ ଦିଲ୍ଲୀ ରାଜନୀତିରେ ସକ୍ରିୟ ହେବେ। କୁହାଯାଉଛି ଯେ ଶିବପାଲ ଯାଦବ ୟୁପି ବିଧାନସଭାରେ ବିରୋଧୀ ଦଳ ନେତା ହୋଇପାରନ୍ତି। ଅଖିଳେଶ ଏବେ ଦିଲ୍ଲୀରେ ଡେରା ଜମାଇଥିବା ବେଳେ ଟିଏମ୍ସି ନେତା ଅଭିଷେକ ବାନାର୍ଜୀ ଏବଂ ଡେରେକ ଓ ବ୍ରାଏନ ତାଙ୍କୁ […] The post ଅଖିଳେଶଙ୍କ ନୂଆ ରଣନୀତି, ବିଧାୟକ ପଦ ଛାଡ଼ି ଦିଲ୍ଲୀ ରାଜନୀତିରେ ହେବେ ସକ୍ରିୟ… appeared first on Dharitri Odia News.
ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଭଲ ପ୍ରଦର୍ଶନ କରିଛି। ଏହାର ଶ୍ରେୟ ଅଖିଳେଶ ଯାଦବଙ୍କୁ ଯାଉଥିବା ବେଳେ ଏବେ ସେ ନୂଆ ରଣନୀତିରେ କାମ କରୁଛନ୍ତି। ସେ ବିଧାୟକ ପଦ ଛାଡ଼ିବା ପରେ ଦିଲ୍ଲୀ ରାଜନୀତିରେ ସକ୍ରିୟ ହେବେ। କୁହାଯାଉଛି ଯେ ଶିବପାଲ ଯାଦବ ୟୁପି ବିଧାନସଭାରେ ବିରୋଧୀ ଦଳ ନେତା ହୋଇପାରନ୍ତି। ଅଖିଳେଶ ଏବେ ଦିଲ୍ଲୀରେ ଡେରା ଜମାଇଥିବା ବେଳେ ଟିଏମ୍ସି ନେତା ଅଭିଷେକ ବାନାର୍ଜୀ ଏବଂ ଡେରେକ ଓ ବ୍ରାଏନ ତାଙ୍କୁ ଭେଟିବାକୁ ଗୁରୁବାର ପହଞ୍ଚିଥିଲେ।
ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ନିର୍ବାଚନ ଭିନ୍ନ ଉପାୟରେ ହୋଇଥାଏ। ସରକାର ଭିନ୍ନ ଉପାୟରେ ହୋଇଥାନ୍ତି। ସଂଖ୍ୟା ବଳରୁ ସରକାର ଗଠନ କରାଯାଇଥାଏ। ଆମେ ଯେତିକି ଆସନ ଜିତିବୁ ବୋଲି ଆଶା ରଖିଥିଲୁ ତାହା ହୋଇପାରିନାହିଁ। ଏହାର ଅନେକ କାରଣ ରହିଛି। ହେଲେ ଉତ୍ତରପ୍ରଦେଶର କିଛି ସ୍ଥାନରେ ପ୍ରଶାସନ ଜାଣିଶୁଣି ପ୍ରାର୍ଥୀଙ୍କୁ ପରାଜିତ କରିଛି। ଫରୁଖାବାଦ ଏହାର ଉଦାହରଣ, ଏଠାରେ ପୁରା ପ୍ରଶାସନ ସରକାରଙ୍କ ପାଇଁ କାମ କରୁଥିଲା।
ତେବେ ଚଳିତ ନିର୍ବାଚନ ହେଉଛି ସମାଜବାଦୀ ପାର୍ଟି ପାଇଁ ଏଯାବତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଏହାର ଶ୍ରେୟ ଅଖିଳେଶକୁ ଯାଉଛି। ଦଳର ସଂସ୍ଥାପକ ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ପରେ ଅଖିଳେଶ ପାରିବାରିକ ଏକତା ସହ ବିନାା ମେଣ୍ଟରେ୫ ଆସନ ହାତେଇଛି। ୨୦୧୯ରେ ୬୨ ଆସନ ଜିତିଥିବା ଭାଜପା ଏଥର ୩୩ ଆସନ ପାଇଛି।
#WATCH | TMC national general secretary Abhishek Banerjee and party leader Derek O’Brien arrive at the residence of Samajwadi Party (SP) chief Akhilesh Yadav, in Delhi. pic.twitter.com/6JZ4jON6Yt
— ANI (@ANI) June 6, 2024
The post ଅଖିଳେଶଙ୍କ ନୂଆ ରଣନୀତି, ବିଧାୟକ ପଦ ଛାଡ଼ି ଦିଲ୍ଲୀ ରାଜନୀତିରେ ହେବେ ସକ୍ରିୟ… appeared first on Dharitri Odia News.