ରାଶିଫଳ: ଶୁକ୍ରବାର , ମେ ୧୬ ତାରିଖ – Daily Horoscope

ମେଷ ଆଜିର ଯାତ୍ର୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା, ପ୍ରଶାସନିକ କାମ ଓ ରାଜନୈତିକ ଦିଗଟି ଭଲ ରହିବ। ସବୁ ସମୟରେ ସାହାଯ୍ୟ ସହଯୋଗ ପାଉଥିବା ଲୋକଟି ସ୍ବାର୍ଥହାନି ହେତୁ ଚିହଁିକି ଉଠିପାରେ। କର୍ମାଧିପ ଦୁଃସ୍ଥାନସ୍ଥ ଯୋଗୁ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନଙ୍କ ଆନ୍ତରିକତା ରହିବନି। ପ୍ରତିକୂଳ ପରିସ୍ଥିତିର ଚାପ କମିପାରେ। ବୃଷ ଦୈହିକ ସୁସ୍ଥତା ସହ ଆର୍ଥିକ ଉନ୍ନତି ମାନସିକ ସ୍ଥିରତା ରକ୍ଷା କରିବାରେ ସହାୟକ ହେବ। ପାରିବାରିକ ସମସ୍ୟା ସମାଧାନ କ୍ଷେତ୍ରରେ ବିଚାର ଅମୀମାଂସିତ […] The post ରାଶିଫଳ: ଶୁକ୍ରବାର , ମେ ୧୬ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ଶୁକ୍ରବାର , ମେ ୧୬  ତାରିଖ – Daily Horoscope
ମେଷ
ଆଜିର ଯାତ୍ର୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା, ପ୍ରଶାସନିକ କାମ ଓ ରାଜନୈତିକ ଦିଗଟି ଭଲ ରହିବ। ସବୁ ସମୟରେ ସାହାଯ୍ୟ ସହଯୋଗ ପାଉଥିବା ଲୋକଟି ସ୍ବାର୍ଥହାନି ହେତୁ ଚିହଁିକି ଉଠିପାରେ। କର୍ମାଧିପ ଦୁଃସ୍ଥାନସ୍ଥ ଯୋଗୁ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନଙ୍କ ଆନ୍ତରିକତା ରହିବନି। ପ୍ରତିକୂଳ ପରିସ୍ଥିତିର ଚାପ କମିପାରେ।
ବୃଷ
ବୃଷ
ଦୈହିକ ସୁସ୍ଥତା ସହ ଆର୍ଥିକ ଉନ୍ନତି ମାନସିକ ସ୍ଥିରତା ରକ୍ଷା କରିବାରେ ସହାୟକ ହେବ। ପାରିବାରିକ ସମସ୍ୟା ସମାଧାନ କ୍ଷେତ୍ରରେ ବିଚାର ଅମୀମାଂସିତ ରହିପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ପ୍ରେରଣା ଓ ସହଯୋଗରୁ ଉପକୃତ ହେବେ। ମାତ୍ର୍ର ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ।
ମିଥୁନ
ମିଥୁନ
ଭୁଲ୍‍ ବୁଝାମଣା ହେତୁ ବନ୍ଧୁଙ୍କ ସହ ମତାନ୍ତର ଘଟିବା ହେତୁ ସମ୍ପର୍କ ତିକ୍ତ ହେବାର ଆଶଙ୍କା ରହିଛି। ପଡୋଶୀ କିମ୍ବା ସହକର୍ମୀଙ୍କ ସହିତ କୈାଣସି ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରେ। ଅଫିସ କାମରେ ଦାୟିତ୍ୱ କ୍ରମେ ବୃଦ୍ଧି ପାଇବାରୁ ଟେନ୍ସନ ବୃଦ୍ଧି ପାଇବ। ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିପାରନ୍ତି।
କର୍କଟ
କର୍କଟ
ବନ୍ଧୁଙ୍କ ସହଯୋଗରୁ କାର୍ଯ୍ୟସିଦ୍ଧି, ସମ୍ମାନ, ପ୍ରଶଂସା ସାଙ୍ଗକୁ ପ୍ରାଧାନ୍ୟତା ବୃଦ୍ଧି ପାଇବ। ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସଫଳତା ନିଶ୍ଚିତ। ବ୍ୟବସାୟୀଙ୍କ କାରବାରରେ ଉନ୍ନତି ହେବ ଓ ଲାଭର ମାତ୍ରା କିଛି କମିବ ନାହିଁ। ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଦୁଃଶ୍ଚିନ୍ତାର କାରଣ ହୋଇପାରେ।
ସି˚ହ
ସି˚ହ
ବନ୍ଧୁଙ୍କ ସାହାଯ୍ୟ ଆଜି କାମ ହାସଲ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। ଅର୍ଥର ଅଭାବ ରହିଥିଲେ ମଧ୍ୟ ଆବଶ୍ୟକତା ଠିକ୍‍ ସମୟରେ ପୂରଣ ହୋଇଯିବ। ପରିବାରରେ ପୁତ୍ରକନ୍ୟାଙ୍କ ହେତୁ ମାନସିକ ସ୍ଥିତି ଭଲ ରହି ନ ପାରେ। ବାରମ୍ବାର କଳହ କାରଣରୁ ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିପାରେ।
କନ୍ୟା
ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ସାଙ୍ଗକୁ ଅବୁଝା ବନ୍ଧୁଙ୍କୁ ମନେଇବାକୁ ପଡିପାରେ। ସମ୍ପର୍କୀୟଙ୍କ ଲୋଭନୀୟ କଥାକୁ ସତ ମନେକରି ଅନୁତାପ କରିପାରନ୍ତି। ବାଣିଜ୍ୟ, ପରିବହନ, ସଭାସମିତି ଓ ଯାତ୍ରାରେ ଆଶା ପୂରଣ ହେବ। ଦିନସାରା କଠିନ ଶ୍ରମ ହେତୁ ସନ୍ଧ୍ୟା ସମୟରେ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି।
ତୁଳା
ତୁଳା
ଆଜି ଯାହା ଓ ଯେମିତି ଆଶା କରୁଛନ୍ତି ତାହା ନିଶ୍ଚିତ ପାଇବେ। କିନ୍ତୁ ବିବାଦୀୟ ଘଟଣାରେ ଆପଣଙ୍କୁ ଅପଦସ୍ଥ କିମ୍ବା ଅପମାନିତ ହେବାକୁ ପଡିବ। ବ୍ୟବସାୟ, ରାଜନୀତି, ସଂଗଠନ, ଆଲୋଚନା ଏବଂ ପ୍ରଶାସନିକ ସ୍ତରରେ ସଫଳତା ପାଇବେ। ଆର୍ଥତ୍କ ସଙ୍କଟ କାରଣରୁ ପାରିବାରିକ କ୍ଷେତ୍ର ପୂର୍ବପରି ସନ୍ତୋଷଜନକ ରହି ନ ପାରେ।
ବିଛା
ବିଛା
ଆଜି ଦିନଟିରେ ପ୍ରତ୍ୟେକ କ୍ଷେତ୍ରରେ ମଧ୍ୟମ ପ୍ରକାରର ଫଳ ପାଇବେ। ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡି କର୍ମପ୍ରବାହର ଗତିରୋଧ ଘଟିବ। ବିଭିନ୍ନ ପ୍ରକାର ସମସ୍ୟା ଜାଲରେ ଛନ୍ଦି ହୋଇଥିବାରୁ ମନ କେବଳ ନେଗେଟିଭ୍‍ ଚିନ୍ତାରେ ଆକ୍ରାନ୍ତ ହେବ। ସମ୍ପର୍କୀୟ ଜଣେ ବନ୍ଧୁ ଅଯାଚିତ ଭାବେ ନିଜ ତରଫରୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।
ଧନୁ
ଧନୁ
ବିରୋଧ କରୁଥିବା ବ୍ୟକ୍ତି ଆପଣଙ୍କ ମୁହଁ ସାମ୍‍ନାରେ ପାଟି ଫିଟିବ ନାହିଁ। କେତେକ କ୍ଷେତ୍ରରେ ମନରେ ଭୟ ଥିଲେ ମଧ୍ୟ ମୁହଁ ଟାଣ ରଖି କଥା କହି ପରିସ୍ଥିତିକୁ ନିୟନ୍ତ୍ରଣ କରିନେବେ। ପିଲାଙ୍କ ବିବାହ ପ୍ରସ୍ତାବ ସମ୍ପର୍କରେ ବନ୍ଧୁ ଖବର ଦେଇପାରନ୍ତି। ବୁଝାମଣା ଅଭାବରୁ ଭଲ ସମ୍ପର୍କରେ ଫାଟ ସୃଷ୍ଟିର ଆଶଙ୍କା ରହିଛି।
ମକର
ମକର
ଆଜି ଘରେ ଯେମିତି ବାହାରେ ମଧ୍ୟ ସବୁଠି ଆଦର, ସହାନୁଭୂତି ପାଇ ଖୁସି ରହିବେ। ଯାତ୍ରାକାଳରେ ନିର୍ଦ୍ଦିଷ୍ଟ ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହେବେ। କର୍ମକ୍ଷେତ୍ର, ଆନୁଷ୍ଠାନିକ କାମରେ ଦକ୍ଷତା ବୃଦ୍ଧି ସହ ଆଧ୍ୟାମତ୍ିକତା ଓ ତୀର୍ଥାଟନର ସୁଯୋଗ ପାଇବେ। ଆପଣଙ୍କ ଉପସ୍ଥିତ ବୁଦ୍ଧିର ପ୍ରଶଂସା କରି ପଡୋଶୀ ସହଯୋଗର ହାତ ବଢାଇବେ।
କୁମ୍ଭ
କୁମ୍ଭ
ପରିସ୍ଥିତିବଶତଃ ଗୁଡ଼ାଏ କାମ ହାତକୁ ନେଇ ବିବ୍ରତ ହୋଇପାରନ୍ତି। କଳା, ସାହିତ୍ୟ ଓ ସଙ୍ଗୀତ କାର୍ଯ୍ୟରୁ ପ୍ରଶଂସିତ ହେବା ସହ ସମ୍ମାନ ପାଇବେ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ା ଆଗାମୀ କାଲିର କାର୍ଯ୍ୟ ସକାଶେ ତପତ୍ରତା ବଢିପାରେ। ବନ୍ଧୁଗହଣରେ ଲକ୍ଷ୍ୟସ୍ଥଳକୁ ଯିବାରେ ବିଳମ୍ବ ଘଟିବାର ସୂଚନା ରହିଛି।
ମୀନମୀନ

କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ କିମ୍ବା ସଭାସମିତିରେ ପ୍ରଶଂସିତ ହେବେ। ଆର୍ଥିକ ସ୍ବଚ୍ଛଳତା ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ। ଇଚ୍ଛା ବିରୁଦ୍ଧରେ କୌଣସି କାମ କରି ସମାଲୋଚିତ ହେବା କାରଣରୁ ଅନୁତାପ କରିବାକୁ ପଡ଼ିପାରେ।

The post ରାଶିଫଳ: ଶୁକ୍ରବାର , ମେ ୧୬ ତାରିଖ – Daily Horoscope appeared first on Dharitri Odia News.