ରାଉରକେଲା ସୀମାନ୍ତ ଜଙ୍ଗଲରେ କୁମ୍ବିଂ ଅପରେସନ : ଛତ୍ରଭଙ୍ଗ ଦେଲେ ମାଓବାଦୀ, ବିପୁଳ ମାଓ ସାମଗ୍ରୀ ଜବତ

ରାଉରକେଲା ୧୦।୦୬ : ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ । ରାଉରକେଲା ସୀମାନ୍ତ ଝାଡଖଣ୍ଡ ଗୋଏଲ୍‌ କେରା ଥାନା ତେଣ୍ଟୋ ଜଙ୍ଗଲରେ ଚାଲିଛି ଏନ୍‌କାଉଣ୍ଟର । ଏହି ଏନ୍‌କାଉଣ୍ଟରରେ ଚତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ଖବର ଅନୁଯାୟୀ, ଝାଡଖଣ୍ଡ ଗୋଏଲ୍‌ କେରା ଥାନା ତେଣ୍ଟୋ ଜଙ୍ଗଲରେ ସିଆର୍‌ପିଏଫ୍‌, ଝାଡ଼ଖଣ୍ଡ ଜାଗୁଆର ଏବଂ ସ୍ଥାନୀୟ ପୋଲିସଙ୍କ ପକ୍ଷରୁ ମିଳିତ ଭାବେ କୁମ୍ବିଂ ଅପରେସନ ଚାଲିଥିଲା । ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ତଥ୍ୟରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିଲା କୁମ୍ବିଂ ଅପରେସନ । ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଅପରେସନ ଦେଖି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ଯାହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରିଥିଲେ । ଆଉ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିଲେ । ଯେଉଁଥିରେ  ୧୨ ଗୋଟି ବନ୍ଧୁକ, ୪୩୫ ରାଉଣ୍ଡ ଜୀବନ୍ତ ଗୁଳି, ମାଗାଜିନ୍‌, ୯ଟି ମୋବାଇଲ୍‌, ମାଓ ପୁସ୍ତିକା ସହ ମାଓବାଦୀ ବ୍ୟବହାର କରୁଥିବା ନିତ୍ୟ ବ୍ୟବହାର ଜିନିଷ ମିଳିଛି । ସମସ୍ତ ସାମଗ୍ରୀ ମାଟି ତଳେ ପୋତା ଯାଇଥିଲା ଅବସ୍ଥାରେ ଠାବ କରିଛନ୍ତି ସୁରକ୍ଷାକର୍ମୀ । ସେପଟେ ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ରାଉରକେଲା ସୀମାନ୍ତ ଜଙ୍ଗଲରେ କୁମ୍ବିଂ ଅପରେସନ : ଛତ୍ରଭଙ୍ଗ ଦେଲେ ମାଓବାଦୀ, ବିପୁଳ ମାଓ ସାମଗ୍ରୀ ଜବତ

ରାଉରକେଲା ୧୦।୦୬ : ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ । ରାଉରକେଲା ସୀମାନ୍ତ ଝାଡଖଣ୍ଡ ଗୋଏଲ୍‌ କେରା ଥାନା ତେଣ୍ଟୋ ଜଙ୍ଗଲରେ ଚାଲିଛି ଏନ୍‌କାଉଣ୍ଟର । ଏହି ଏନ୍‌କାଉଣ୍ଟରରେ ଚତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । 

ଖବର ଅନୁଯାୟୀ, ଝାଡଖଣ୍ଡ ଗୋଏଲ୍‌ କେରା ଥାନା ତେଣ୍ଟୋ ଜଙ୍ଗଲରେ ସିଆର୍‌ପିଏଫ୍‌, ଝାଡ଼ଖଣ୍ଡ ଜାଗୁଆର ଏବଂ ସ୍ଥାନୀୟ ପୋଲିସଙ୍କ ପକ୍ଷରୁ ମିଳିତ ଭାବେ କୁମ୍ବିଂ ଅପରେସନ ଚାଲିଥିଲା । ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ତଥ୍ୟରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିଲା କୁମ୍ବିଂ ଅପରେସନ । ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଅପରେସନ ଦେଖି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ଯାହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରିଥିଲେ । ଆଉ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିଲେ । ଯେଉଁଥିରେ  ୧୨ ଗୋଟି ବନ୍ଧୁକ, ୪୩୫ ରାଉଣ୍ଡ ଜୀବନ୍ତ ଗୁଳି, ମାଗାଜିନ୍‌, ୯ଟି ମୋବାଇଲ୍‌, ମାଓ ପୁସ୍ତିକା ସହ ମାଓବାଦୀ ବ୍ୟବହାର କରୁଥିବା ନିତ୍ୟ ବ୍ୟବହାର ଜିନିଷ ମିଳିଛି । ସମସ୍ତ ସାମଗ୍ରୀ ମାଟି ତଳେ ପୋତା ଯାଇଥିଲା ଅବସ୍ଥାରେ ଠାବ କରିଛନ୍ତି ସୁରକ୍ଷାକର୍ମୀ । ସେପଟେ ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।