ରାଉରକେଲାରେ ଝାଡ଼ାବାନ୍ତି ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି
ରାଉରକେଲା,୧୮।୧୨(ସଙ୍ଗୀତା ଜେନା): ରାଉରକେଲା ସହର ସମେତ ଆଖପାଖ ଅଞ୍ଚଳରେ ଝାଡ଼ାବାନ୍ତି ଅଣାୟତ୍ତ ହୋଇପଡିଛି। ଝାଡ଼ାବାନ୍ତିରେ ପୂର୍ବରୁ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ଏହି ତାଲିକାରେ ଆଉ ୨ଜଣଙ୍କ ନାଁ ଯୋଡି ହୋଇଛି। ଫଳରେ ଝାଡ଼ାବାନ୍ତି ମୃତକଙ୍କ ସଂଖ୍ୟା ୯ରେ ପହଞ୍ଚିଛି। ମୃତକ ହେଲେ ନୟାବଜାର ଅଞ୍ଚଳର ସରୋଜିନୀ ଖଣ୍ଡାୟତ ଓ କିଷାନଟୋଲାର ବିଜୟ କିଷାନ। ସରୋଜିନୀ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା(ଆର୍ଜିଏଚ୍)ରେ ଚିକିତ୍ସିତ ହେଉଥିଲେ। ସୋମବାର ସକାଳେ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ(ଆଇଜିଏଚ୍)କୁ ସ୍ଥାନାନ୍ତର କରାଯାଇଥିଲା। […] The post ରାଉରକେଲାରେ ଝାଡ଼ାବାନ୍ତି ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି appeared first on Dharitri Odia News.
ରାଉରକେଲା,୧୮।୧୨(ସଙ୍ଗୀତା ଜେନା): ରାଉରକେଲା ସହର ସମେତ ଆଖପାଖ ଅଞ୍ଚଳରେ ଝାଡ଼ାବାନ୍ତି ଅଣାୟତ୍ତ ହୋଇପଡିଛି। ଝାଡ଼ାବାନ୍ତିରେ ପୂର୍ବରୁ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ଏହି ତାଲିକାରେ ଆଉ ୨ଜଣଙ୍କ ନାଁ ଯୋଡି ହୋଇଛି। ଫଳରେ ଝାଡ଼ାବାନ୍ତି ମୃତକଙ୍କ ସଂଖ୍ୟା ୯ରେ ପହଞ୍ଚିଛି। ମୃତକ ହେଲେ ନୟାବଜାର ଅଞ୍ଚଳର ସରୋଜିନୀ ଖଣ୍ଡାୟତ ଓ କିଷାନଟୋଲାର ବିଜୟ କିଷାନ। ସରୋଜିନୀ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା(ଆର୍ଜିଏଚ୍)ରେ ଚିକିତ୍ସିତ ହେଉଥିଲେ। ସୋମବାର ସକାଳେ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ(ଆଇଜିଏଚ୍)କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି।
ଆର୍ଜିଏଚ୍ରେ ବର୍ତ୍ତମାନ ସୁଦ୍ଧା ୧୨ଶିଶୁଙ୍କ ସମେତ ୧୪୨ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଝାଡ଼ାବାନ୍ତି ରୋଗୀଙ୍କ ପାଇଁ ଅଧିକ ଶଯ୍ୟା ବ୍ୟବସ୍ଥା କରାଯାଇଛି। ସୁନ୍ଦରଗଡ଼ ଓ ଭୁବନେଶ୍ୱରରୁ ସ୍ବତନ୍ତ୍ର ଟିମ୍ ଦଳ ଆସି ଚିକିତ୍ସା କରୁଛନ୍ତି। ସେମାନଙ୍କୁ ଡାକ୍ତର, ବିଶେଷଜ୍ଞ, ପାରାମେଡ଼ିକାଲ ଷ୍ଟାଫ୍ ଓ ନର୍ସିଂ ଷ୍ଟାଫ୍ ଚିକିତ୍ସାରେ ସହଯୋଗ କରୁଛନ୍ତି। ଗତ ୧୧ତାରିଖରୁ ଆଜିଯାଏ ମୋଟ ୩୪୨ ଜଣ ରୋଗୀ ଆର୍ଜିଏଚ୍ରେ ଭର୍ତ୍ତି ହୋଇଥିଲେ। କିଛି ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ୱରରୁ ପର୍ଯ୍ୟାପ୍ତ ଔଷଧ ଯୋଗାଣ କରାଯାଉଛି ବୋଲି ଆର୍ଜିଏଚ୍ ଭାରପ୍ରାପ୍ତ ସୁପରିଟେଣ୍ଟେଣ୍ଡେଣ୍ଟ ଡ. ସୁଧାରାଣୀ ପ୍ରଧାନ ସୂଚନା ଦେଇଛନ୍ତି।
The post ରାଉରକେଲାରେ ଝାଡ଼ାବାନ୍ତି ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି appeared first on Dharitri Odia News.