ରାଉରକେଲାରେ ଡବଲ ମର୍ଡର: ୬ ଜଣଙ୍କୁ ଅଟକ ରଖିଛି ପୋଲିସ
ରାଉରକେଲା: ରାଉରକେଲା ଛେଣ୍ଡ ଭିଏସଏସ ମାର୍କେଟ ନିକଟରେ ଯୁବକଙ୍କୁ ହତ୍ୟା। ଯୁବକଙ୍କୁ ଛୁରାମାଡ କରି ସଙ୍ଘବଦ୍ଧ ଭାବେ ହତ୍ୟା କରାଯାଇଥିବା... The post ରାଉରକେଲାରେ ଡବଲ ମର୍ଡର: ୬ ଜଣଙ୍କୁ ଅଟକ ରଖିଛି ପୋଲିସ appeared first on .
ରାଉରକେଲା: ରାଉରକେଲା ଛେଣ୍ଡ ଭିଏସଏସ ମାର୍କେଟ ନିକଟରେ ଯୁବକଙ୍କୁ ହତ୍ୟା। ଯୁବକଙ୍କୁ ଛୁରାମାଡ କରି ସଙ୍ଘବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ଘଟଣାରେ ୬ ଜଣଙ୍କୁ ଅଟକ ରଖିଛି ପୋଲିସ। ରାଉରକେଲା ସହରର ଏକ ଘରୋଇ ହସ୍ପିଟାଲରେ ମୃତଦେହ ରଖାଯାଇଥିବା ବେଳେ ଆଜି ବ୍ୟବଚ୍ଛେଦ କରାଯିଵ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଛେଣ୍ଡ ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଛେଣ୍ଡ କଲୋନୀରେ ଗତ ରାତିରେ ରାମନବମୀ ଶୋଭାଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଯୁବକଙ୍କୁ ଛୁରାମାଡ ହୋଇଥିଲା। ଖବର ପାଇ ଶୋଭାଯାତ୍ରାରେ ଯାଉଥିବା ପୋଲିସ ଓ ଯୁବକମାନେ ଘଟଣାସ୍ଥଳରେ ପହଞ୍ଚି କିଛି ଆକ୍ରମଣକାରୀଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି। ୬ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି। ଗତ ରାତିରେ ରାଉରକେଲା ସହରରେ ଦୁଇଟି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି।
The post ରାଉରକେଲାରେ ଡବଲ ମର୍ଡର: ୬ ଜଣଙ୍କୁ ଅଟକ ରଖିଛି ପୋଲିସ appeared first on .