ରାଉରକେଲାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା ଘଟଣା, ୭ ଅଭିଯୁକ୍ତ ଗିରଫ

ରାଉରକେଲା: ରାଉରକେଲା ଛେଣ୍ଡ ସ୍ଥିତ ଭିଏସଏସ ମାର୍କେଟରେ ଯୁବକଙ୍କ ହତ୍ୟା ଘଟଣା। ୭ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ। ସେମାନଙ୍କ ଠାରୁ ଟାଙ୍ଗିଆ ଜବତ ମଧ୍ୟ ହୋଇଛି। ଘଟଣାରେ ପୋଲିସ ତଦନ୍ତ ଜାରି ରହିଛି।ସୂଚନାଥାଉକି, ଗୁରୁବାର ଛେଣ୍ଡ କଲୋନୀ ଭିଏସଏସ ମାର୍କେଟରେ ୨୧ ବର୍ଷୀୟ ଯୁବକ ମୁକେଶ କରଙ୍କୁ ସଂଘବଦ୍ଧ ହତ୍ୟା କରାଯାଇଥିଲା। ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରକୃତରେ ଗୁରୁବାର ଆଖଡ଼ା ଶୋଭାଯାତ୍ରା ସମୟରେ ମୁକେଶଙ୍କ ସାଙ୍ଗକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଆଉ ଏହି ସମୟରେ ମୁକେଶ ତାଙ୍କୁ ବଞ୍ଚାଇବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ। ମୁକେଶଙ୍କ ମୁଣ୍ଡ ଓ ବେକରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ଘଟଣାସ୍ଥଳରୁ ଗୁରୁତର ଭାବରେ ମୁକେଶ ଏବଂ ତାଙ୍କ ସାଙ୍ଗଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀ ଅବସ୍ଥାରେ ମୁକେଶଙ୍କର ମୃତ୍ୟୁ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବାବେଳେ, ମୁକେଶଙ୍କ ପରିବାରଲୋକେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ରାଉରକେଲାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା ଘଟଣା, ୭ ଅଭିଯୁକ୍ତ ଗିରଫ

ରାଉରକେଲା: ରାଉରକେଲା ଛେଣ୍ଡ ସ୍ଥିତ ଭିଏସଏସ ମାର୍କେଟରେ ଯୁବକଙ୍କ ହତ୍ୟା ଘଟଣା। ୭ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ। ସେମାନଙ୍କ ଠାରୁ ଟାଙ୍ଗିଆ ଜବତ ମଧ୍ୟ ହୋଇଛି। ଘଟଣାରେ ପୋଲିସ ତଦନ୍ତ ଜାରି ରହିଛି।

ସୂଚନାଥାଉକି, ଗୁରୁବାର ଛେଣ୍ଡ କଲୋନୀ ଭିଏସଏସ ମାର୍କେଟରେ ୨୧ ବର୍ଷୀୟ ଯୁବକ ମୁକେଶ କରଙ୍କୁ ସଂଘବଦ୍ଧ ହତ୍ୟା କରାଯାଇଥିଲା। ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରକୃତରେ ଗୁରୁବାର ଆଖଡ଼ା ଶୋଭାଯାତ୍ରା ସମୟରେ ମୁକେଶଙ୍କ ସାଙ୍ଗକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଆଉ ଏହି ସମୟରେ ମୁକେଶ ତାଙ୍କୁ ବଞ୍ଚାଇବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ। 

ମୁକେଶଙ୍କ ମୁଣ୍ଡ ଓ ବେକରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ଘଟଣାସ୍ଥଳରୁ ଗୁରୁତର ଭାବରେ ମୁକେଶ ଏବଂ ତାଙ୍କ ସାଙ୍ଗଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀ ଅବସ୍ଥାରେ ମୁକେଶଙ୍କର ମୃତ୍ୟୁ ହୋଇଛି। 

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବାବେଳେ, ମୁକେଶଙ୍କ ପରିବାରଲୋକେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।