ରାଖୀ ବାନ୍ଧିବା ପୂର୍ବରୁ ଭୁଲୁ ନାହାନ୍ତି ତ ଏସବୁ , ନିହାତି ଜାଣନ୍ତୁ

ରାଖୀ ପୂର୍ଣ୍ଣିମାରେ ଭାଇ ହାତରେ ରାଖୀ ବାନ୍ଧିବା ପୂର୍ବରୁ ଠାକୁରଙ୍କୁ ରାଖୀ ସମର୍ପଣ କରିବାର ବିଧି ରହିଛି। ବିଶ୍ୱାସ ରହିଛି, ଏପରି କରିବା ଦ୍ୱାରା ପ୍ରଭୁଙ୍କ ଆଶୀର୍ବାଦ ମିଳିବା ସହ ମନସ୍କାମନା ପୂରଣ ହୁଏ। ତେବେ ରାଖୀ ପୂର୍ଣ୍ଣିମାରେ କେଉଁ ଦେବତାଙ୍କଠାରେ ରାଖୀକୁ ସମର୍ପଣ କରିବା ଶୁଭ ହୋଇଥାଏ ଜାଣନ୍ତୁ ସେ ବିଷୟରେ… * ବିଘ୍ନ ବିନାଶନ ପ୍ରଭୁ ଗଣେଶଙ୍କ ପୂଜା ସର୍ବାଗ୍ରେ କରାଯାଉଥିବାରୁ ରାଖୀ ପୂର୍ଣ୍ଣିମା ଦିନ ପ୍ରଥମେ ପ୍ରଭୁ ଗଣେଶଙ୍କଠାରେ ରାଖୀ ସମର୍ପଣକରି ତା’ପରେ […] The post ରାଖୀ ବାନ୍ଧିବା ପୂର୍ବରୁ ଭୁଲୁ ନାହାନ୍ତି ତ ଏସବୁ , ନିହାତି ଜାଣନ୍ତୁ appeared first on Dharitri Odia News.

ରାଖୀ ବାନ୍ଧିବା ପୂର୍ବରୁ ଭୁଲୁ ନାହାନ୍ତି ତ ଏସବୁ , ନିହାତି ଜାଣନ୍ତୁ

ରାଖୀ ପୂର୍ଣ୍ଣିମାରେ ଭାଇ ହାତରେ ରାଖୀ ବାନ୍ଧିବା ପୂର୍ବରୁ ଠାକୁରଙ୍କୁ ରାଖୀ ସମର୍ପଣ କରିବାର ବିଧି ରହିଛି। ବିଶ୍ୱାସ ରହିଛି, ଏପରି କରିବା ଦ୍ୱାରା ପ୍ରଭୁଙ୍କ ଆଶୀର୍ବାଦ ମିଳିବା ସହ ମନସ୍କାମନା ପୂରଣ ହୁଏ। ତେବେ ରାଖୀ ପୂର୍ଣ୍ଣିମାରେ କେଉଁ ଦେବତାଙ୍କଠାରେ ରାଖୀକୁ ସମର୍ପଣ କରିବା ଶୁଭ ହୋଇଥାଏ ଜାଣନ୍ତୁ ସେ ବିଷୟରେ… * ବିଘ୍ନ ବିନାଶନ ପ୍ରଭୁ ଗଣେଶଙ୍କ ପୂଜା ସର୍ବାଗ୍ରେ କରାଯାଉଥିବାରୁ ରାଖୀ ପୂର୍ଣ୍ଣିମା ଦିନ ପ୍ରଥମେ ପ୍ରଭୁ ଗଣେଶଙ୍କଠାରେ ରାଖୀ ସମର୍ପଣକରି ତା’ପରେ ଭାଇ ହାତରେ ବାନ୍ଧିଲେ ସକଳ ସମସ୍ୟା ଦୂରହୁଏ। ଯେଉଁମାନଙ୍କର ଭାଇ ନାହାନ୍ତି ସେମାନେ ବି ଚାହିଁଲେ ପ୍ରଭୁ ଗଣେଶଙ୍କୁ ଭାଇ ସ୍ବରୂପ ରାଖୀ ବାନ୍ଧିପାରିବେ। * ଏହି ପବିତ୍ର ଦିନରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ମଧ୍ୟ ରାଖୀ ବାନ୍ଧିବା ଶୁଭ ହୋଇଥାଏ। * ରାଖୀ ପୂର୍ଣ୍ଣିମାରେ ଦେବ ଦେବ ମହାଦେବଙ୍କୁ ପ୍ରଥମେ ରାଖୀ ସମର୍ପଣକରି ତା’ପରେ ଭାଇ ହାତରେ ବାନ୍ଧିଲେ ମନସ୍କାମନା ପୂରଣ ହେବା ସହ ଭାଇଙ୍କ ଜୀବନରେ ସୁଖଶାନ୍ତି ଭରିଯାଏ ବୋଲି ବିଶ୍ୱାସ ରହିଛି। * ଏହି ଶୁଭଦିନରେ ପ୍ରଭୁ ହନୁମାନଙ୍କୁ ରାଖୀ ସମର୍ପଣ କଲେ ଭାଇର ଜାତକରେ ଥିବା ମଙ୍ଗଳ ଦୋଷ ଦୂରହେବା ସହ ବଳ, ବୁଦ୍ଧି ପ୍ରାପ୍ତ ହୁଏ। * ଅନ୍ୟପକ୍ଷେ ନାଗଦେବତାଙ୍କୁ ମଧ୍ୟ ରାଖୀ ସମର୍ପଣ କରିବା ଶୁଭ ହୋଇଥାଏ। ଏହା ସର୍ପ ଦୋଷରୁ ଭାଇଙ୍କୁ ରକ୍ଷାକରିଥାଏ ବୋଲି ଲୋକ ବିଶ୍ୱାସ ରହିଛି।

The post ରାଖୀ ବାନ୍ଧିବା ପୂର୍ବରୁ ଭୁଲୁ ନାହାନ୍ତି ତ ଏସବୁ , ନିହାତି ଜାଣନ୍ତୁ appeared first on Dharitri Odia News.