ରାଖୀରେ ମହିଳାଙ୍କ ସୁରକ୍ଷା ପାଇଁ ସମସ୍ତେ ସଂକଳ୍ପ ନିଅନ୍ତୁ: ରାଷ୍ଟ୍ରପତି
ନୂଆଦିଲ୍ଲୀ୧୯ା୮: ଆଜି ହେଉଛି ପବିତ୍ର ରକ୍ଷାବନ୍ଧନ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି,‘ଭଉଣୀ-ଭାଇଙ୍କ ମଧ୍ୟରେ ପ୍ରେମ ଓ ବିଶ୍ବାସର ପର୍ବ ହେଉଛି ରକ୍ଷାବନ୍ଧନ। ଏହି ପର୍ବ ସମସ୍ତ ଭଉଣୀ ଏବଂ ଝିଅଙ୍କ ପ୍ରତି ସମ୍ମାନର ଭାବନା ଆଣେ। ତେଣୁ ଆଜି ଏହି ପବିତ୍ର ଦିବସ ଅବସରରେ ଦେଶବାସୀଙ୍କୁ ସଂକଳ୍ପ ନେବାକୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି । ସେ କହିଛନ୍ତି, ସମାଜରେ ମହିଳାଙ୍କ ସୁରକ୍ଷା ଓ ସମ୍ମାନ କରିବାକୁ ସମସ୍ତେ ସଂକଳ୍ପ […] The post ରାଖୀରେ ମହିଳାଙ୍କ ସୁରକ୍ଷା ପାଇଁ ସମସ୍ତେ ସଂକଳ୍ପ ନିଅନ୍ତୁ: ରାଷ୍ଟ୍ରପତି appeared first on Dharitri Odia News.
ନୂଆଦିଲ୍ଲୀ୧୯ା୮: ଆଜି ହେଉଛି ପବିତ୍ର ରକ୍ଷାବନ୍ଧନ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି,‘ଭଉଣୀ-ଭାଇଙ୍କ ମଧ୍ୟରେ ପ୍ରେମ ଓ ବିଶ୍ବାସର ପର୍ବ ହେଉଛି ରକ୍ଷାବନ୍ଧନ। ଏହି ପର୍ବ ସମସ୍ତ ଭଉଣୀ ଏବଂ ଝିଅଙ୍କ ପ୍ରତି ସମ୍ମାନର ଭାବନା ଆଣେ। ତେଣୁ ଆଜି ଏହି ପବିତ୍ର ଦିବସ ଅବସରରେ ଦେଶବାସୀଙ୍କୁ ସଂକଳ୍ପ ନେବାକୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି । ସେ କହିଛନ୍ତି, ସମାଜରେ ମହିଳାଙ୍କ ସୁରକ୍ଷା ଓ ସମ୍ମାନ କରିବାକୁ ସମସ୍ତେ ସଂକଳ୍ପ ନିଅନ୍ତୁ।
ଭଉଣୀର ସୁରକ୍ଷା ପାଇଁ ଭାଇ ସବୁବେଳେ ତା’ସହ ରହିଥାଏ। ଆଉ ଭଉଣୀ ମଧ୍ୟ ସବୁବେଳେ ଭାଇର ଶୁଭ ମନାସିଥାଏ। ଭାଇ ଓ ଭଉଣୀର ଏହି ମଧୁର ସମ୍ପର୍କକୁ ଆହୁରି ମଜଭୁତ କରିଥାଏ ରାଖୀ। ଭାଇ ମନରେ ଭଉଣୀ ପ୍ରତି ଥିବା ପ୍ରତିବଦ୍ଧତା ଆହୁରି ବଢ଼ିଯାଏ। ପବିତ୍ର ରାଖୀପୂର୍ଣ୍ଣିମାରେ ସ୍ନେହ, ମମତା ଆଉ ସମ୍ପର୍କର ଏହି ଡୋରି ଆହୁରି ମଜଭୁତ ହେଉ ବୋଲି ସେ କାମନା କରିଛନ୍ତି।
The post ରାଖୀରେ ମହିଳାଙ୍କ ସୁରକ୍ଷା ପାଇଁ ସମସ୍ତେ ସଂକଳ୍ପ ନିଅନ୍ତୁ: ରାଷ୍ଟ୍ରପତି appeared first on Dharitri Odia News.