ରାଜକୀୟ ସମ୍ମାନ ସହ ରତନ ଟାଟାଙ୍କୁ ଦିଆଯିବ ଅନ୍ତିମ ବିଦାୟ

ରତନ ଟାଟାଙ୍କ ମରଶରୀରକୁ ଏଠାରେ ଶେଷ ଦର୍ଶନ ପାଇଁ ଅପରାହ୍ନ ସାଢ଼େ ୩ଟା ପର୍ଯ୍ୟନ୍ତ ରଖାଯିବ। ଏହାପରେ ଅପରାହ୍ମ ୪ଟାରେ ୱର୍ଲି କ୍ରିମେଟୋରିୟମରେ ରାଷ୍ଟ୍ରୀୟ ମର୍ଯାଦା ସହ ତାଙ୍କର ଅନ୍ତିମ ସଂସ୍କାରର କାର୍ଯ୍ୟକ୍ରମ ରହିଛି ।

ରାଜକୀୟ ସମ୍ମାନ ସହ ରତନ ଟାଟାଙ୍କୁ ଦିଆଯିବ ଅନ୍ତିମ ବିଦାୟ

ଭାରତୀୟ ଶିଳ୍ପ ଜଗତକୁ ଶକ୍ତ ଧକ୍କା । ଦେଶ ହରାଇଛି, ଜଣେ ସୁପୁତ୍ର ଦେଶ ନିର୍ମାତାଙ୍କୁ । ୮୬ ବର୍ଷ ବୟସରେ ନିରବୀ ଯାଇଛନ୍ତି ବିଶିଷ୍ଟ ଶିଳ୍ପପତି ରତନ ଟାଟା । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି ରାତିରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରତନ ଟାଟାଙ୍କ ଦେହାନ୍ତ ପରେ ପ୍ରଥମେ ତାଙ୍କ ମୃତଦେହକୁ କୋଲାବା ସ୍ଥିତ ତାଙ୍କ ବାସଭବନକୁ ନିଆଯାଇଥିଲା ।

ଏହାପରେ ତ୍ରିରଙ୍ଗାରେ ଢଙ୍କା ହୋଇଥିବା ଶିଳ୍ପ ଜଗତର ଅମୂଲ୍ୟ ରତ୍ନ ରତନା ଟାଟାଙ୍କ ମରଶରୀରକୁ ମୁମ୍ବାଇର ନରିମନ୍ ପଏଣ୍ଟ ସ୍ଥିତ ଏନସିପିଏ ଗ୍ରାଉଣ୍ଡକୁ ଅଣାଯାଇଛି। ଏଠାରେ ତାଙ୍କ ଅନ୍ତିମ ଦର୍ଶନର ଆୟୋଜନ କରାଯାଇଛି । ଏନସିପିଏ ହେଉଛି ନ୍ୟାସନାଲ୍ ସେଣ୍ଟର ଫର ପର୍ଫର୍ମିଙ୍ଗ୍ ଆର୍ଟ୍ସ । ମିଳିଥିବା ସୂଚନା ଅନୁଯାୟୀ ରତନ ଟାଟାଙ୍କ ମରଶରୀରକୁ ଏଠାରେ ଶେଷ ଦର୍ଶନ ପାଇଁ ଅପରାହ୍ନ ସାଢ଼େ ୩ଟା ପର୍ଯ୍ୟନ୍ତ ରଖାଯିବ। ଏହାପରେ ଅପରାହ୍ମ ୪ଟାରେ ୱର୍ଲି କ୍ରିମେଟୋରିୟମରେ ରାଷ୍ଟ୍ରୀୟ ମର୍ଯାଦା ସହ ତାଙ୍କର ଅନ୍ତିମ ସଂସ୍କାରର କାର୍ଯ୍ୟକ୍ରମ ରହିଛି ।

ରତନ ଟାଟାଙ୍କ ଶେଷ ଦର୍ଶନ ପାଇଁ ଏନସିପିଏ ଗ୍ରାଉଣ୍ଡରେ ଭିଡ଼ ବଢ଼ିବାରେ ଲାଗିଛି । ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ଏବଂ ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫୁଲ ପଟେଲ୍ ଏନସିପିଏ ଗ୍ରାଉଣ୍ଡରେ ପହଞ୍ଚି ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।