ରାଜକୋଟ୍ରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ରୋଜଗାରିଆ ପୁଅକୁ ହରାଇ ଭାଙ୍ଗିପଡ଼ିଲା ପରିବାର
କର୍ଲାମୁଣ୍ଡା,୧୪ା୧(ପ୍ରଦୀପ କୁମାର ସାହୁ): ରାଜକୋଟ୍ ସହରରେ ରହି ଦାଦନ ଶ୍ରମିକ (ଦିନମଜୁରିଆ) ଭାବେ କାମ କରୁଥିବା କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ ରେଗଡ଼ା ପଞ୍ଚାୟତ ଯୋଗିପଲା ଗ୍ରାମର ଆକାଶ ଛତ୍ରିଆ (୨୬)ଙ୍କ ସୋମବାର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ପରିବାରବର୍ଗ ଖବର ପାଇବା ପରେ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟିହୋଇଛି। ତେବେ ବୁଧବାର ଗାଁକୁ ଶବ ଫେରିବାକୁ ଥିବା ପରିବାର ଲୋକେ କହିଛନ୍ତି। ଆକାଶ ପରିବାରର ଏକମାତ୍ର ରୋଜଗାରିଆ ହୋଇଥିବା ବେଳେ ଏବେ […] The post ରାଜକୋଟ୍ରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ରୋଜଗାରିଆ ପୁଅକୁ ହରାଇ ଭାଙ୍ଗିପଡ଼ିଲା ପରିବାର appeared first on Dharitri Odia News.
କର୍ଲାମୁଣ୍ଡା,୧୪ା୧(ପ୍ରଦୀପ କୁମାର ସାହୁ): ରାଜକୋଟ୍ ସହରରେ ରହି ଦାଦନ ଶ୍ରମିକ (ଦିନମଜୁରିଆ) ଭାବେ କାମ କରୁଥିବା କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ ରେଗଡ଼ା ପଞ୍ଚାୟତ ଯୋଗିପଲା ଗ୍ରାମର ଆକାଶ ଛତ୍ରିଆ (୨୬)ଙ୍କ ସୋମବାର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ପରିବାରବର୍ଗ ଖବର ପାଇବା ପରେ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟିହୋଇଛି। ତେବେ ବୁଧବାର ଗାଁକୁ ଶବ ଫେରିବାକୁ ଥିବା ପରିବାର ଲୋକେ କହିଛନ୍ତି। ଆକାଶ ପରିବାରର ଏକମାତ୍ର ରୋଜଗାରିଆ ହୋଇଥିବା ବେଳେ ଏବେ ୪ବର୍ଷ ଓ ୨ବର୍ଷର ୨ ଝିଅଙ୍କ ସହ ସ୍ତ୍ରୀ ଓ ମା’ବାପା ଅସହାୟ ହୋଇପଡିଛନ୍ତି। ଏହି ପରିବାରକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ସାଧାରଣରେ ଦାବି ହେଉଛି। ଏ ନେଇ ସ୍ଥାନୀୟ ସରପଞ୍ଚ ଦୀପ୍ତିରାଣୀ ସାହୁଙ୍କୁ ଯୋଗାଯୋଗ କରାଯିବାରୁ ଏହି ପରିବାର ପାଇଁ ସରକାରଙ୍କ ପକ୍ଷରୁ ଯାହାସବୁ ସୁବିଧା ଥିବ ଯୋଗାଇବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
The post ରାଜକୋଟ୍ରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ରୋଜଗାରିଆ ପୁଅକୁ ହରାଇ ଭାଙ୍ଗିପଡ଼ିଲା ପରିବାର appeared first on Dharitri Odia News.