ରାଜଗାଙ୍ଗପୁର ପୋଲିସକୁ ସଫଳତା, ୮୩ ମୋବାଇଲ ସହ ୭ ଲୁଟେରା ଗିରଫ

ସୁନ୍ଦରଗଡ ୨୫/୮: ରାଜଗାଙ୍ଗପୁର ପୋଲିସ ପଞ୍ଝାରେ ୭ ମୋବାଇଲ ଲୁଟେରା । ୮୩ଟି ମୋବାଇଲ ଜବତ । ବିଭିନ୍ନ କଂପାନୀର ଦାମୀ ମୋବାଇଲ ଲୁଟିଥିଲେ ଏମାନେ । ହାଟ,ବଜାର ଘର ଲୁଟେରାଙ୍କ ଟାର୍ଗେଟ ଥିଲା । ଯେତେବେଳେ ଯେଉଁଠି ସୁଯୋଗ ପାଉଥିଲେ ଲୁଟିନେଇ ଫେରାର ହୋଇଯାଉଥିଲା । ଲୁଟେରାଙ୍କ ଟେର୍‌ ପାଉନଥିଲା ପୋଲିସ । କିଛି ଦିନ ତଳେ ୧୪ ଜଣ ଲୋକ ମୋବାଇଲ ହଜିଥିବା ନେଇ ରାଜଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ୬ଟି ମାମଲା ରୁଜୁ କରି ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ବିଭିନ୍ନ ସ୍ଥାନରେ ରେଡ୍‌ କରି ୪ ନାବାଳକଙ୍କ ସମେତ ମୋଟ ୭ ଜଣକୁ ବାନ୍ଧିଛି ପୋଲିସ । ସେମାନଙ୍କ ନିକଟରୁ ୮୩ଟି ମୋବାଇଲ ସହ ରୁପା ପାଉଁଜି,ମୁଦି,ସ୍ମାର୍ଟ ହାତ ଘଣ୍ଟା ଓ ନଗଦ ୭ ହଜାର ଟଙ୍କା ଜବତ କରିଛି ପୋଲିସ । ଲୁଟ୍‌ର ମାଷ୍ଟରମାଇଣ୍ଡକୁ ଧରିବାକୁ ତଦନ୍ତ ଚଲାଇଛି ପୋଲିସ ।   

ରାଜଗାଙ୍ଗପୁର ପୋଲିସକୁ ସଫଳତା, ୮୩ ମୋବାଇଲ ସହ ୭ ଲୁଟେରା ଗିରଫ

ସୁନ୍ଦରଗଡ ୨୫/୮: ରାଜଗାଙ୍ଗପୁର ପୋଲିସ ପଞ୍ଝାରେ ୭ ମୋବାଇଲ ଲୁଟେରା । ୮୩ଟି ମୋବାଇଲ ଜବତ । ବିଭିନ୍ନ କଂପାନୀର ଦାମୀ ମୋବାଇଲ ଲୁଟିଥିଲେ ଏମାନେ । ହାଟ,ବଜାର ଘର ଲୁଟେରାଙ୍କ ଟାର୍ଗେଟ ଥିଲା । ଯେତେବେଳେ ଯେଉଁଠି ସୁଯୋଗ ପାଉଥିଲେ ଲୁଟିନେଇ ଫେରାର ହୋଇଯାଉଥିଲା । ଲୁଟେରାଙ୍କ ଟେର୍‌ ପାଉନଥିଲା ପୋଲିସ । କିଛି ଦିନ ତଳେ ୧୪ ଜଣ ଲୋକ ମୋବାଇଲ ହଜିଥିବା ନେଇ ରାଜଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ୬ଟି ମାମଲା ରୁଜୁ କରି ଛାନ୍‌ଭିନ୍‌ ଆରମ୍ଭ କରିଥିଲା । 

ବିଭିନ୍ନ ସ୍ଥାନରେ ରେଡ୍‌ କରି ୪ ନାବାଳକଙ୍କ ସମେତ ମୋଟ ୭ ଜଣକୁ ବାନ୍ଧିଛି ପୋଲିସ । ସେମାନଙ୍କ ନିକଟରୁ ୮୩ଟି ମୋବାଇଲ ସହ ରୁପା ପାଉଁଜି,ମୁଦି,ସ୍ମାର୍ଟ ହାତ ଘଣ୍ଟା ଓ ନଗଦ ୭ ହଜାର ଟଙ୍କା ଜବତ କରିଛି ପୋଲିସ । ଲୁଟ୍‌ର ମାଷ୍ଟରମାଇଣ୍ଡକୁ ଧରିବାକୁ ତଦନ୍ତ ଚଲାଇଛି ପୋଲିସ ।