ରାଜଧାନୀ ଛୁଇଁଲା ବିଜେଡି ବିଦ୍ରୋହ
ଏକାମ୍ରରୁ ମଧ୍ୟ, ଭୁବନେଶ୍ବରର ୩ ଆସନରେ ବିଦ୍ରୋହୀଙ୍କ ଶାଣିତ ସ୍ବର । ବିଜେଡି ଝାଳନାଳ, କାହାକୁ ଦେବେ ଟିକେଟ୍ ଚିନ୍ତାରେ ଦଳ ସୁପ୍ରିମୋ ।ଏଥର ରାଜଧାନୀରେ ବଡ଼ ଲଢ଼େଇ ହେବା ନେଇ ବଢ଼ିଲା ଚର୍ଚ୍ଚା...
ରାଜଧାନୀ ଛୁଇଁଲା ବିଜେଡି ବିଦ୍ରୋହ। ଟିକଟ୍ ଆଶା ମଉଳିଥିବାରୁ ଦଳ ଛାଡିଲେ ଉତ୍ତର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ଯାହାକୁ ନେଇ ହଲଚଲ୍ ରାଜଧାନୀ ରାଜନୀତି । ପ୍ରିୟଦର୍ଶୀ ସାଜିବେନି ତ ଅନ୍ୟ ବିଜେଡି ବିଦ୍ରୋହୀଙ୍କ ପାଇଁ ବଳ ? କାରଣ ଜଣେ ଟାଣୁଆ ସଂଗଠକ ହିସାବରେ ପ୍ରିୟଙ୍କ ଦବ ଦବା ରହିଛି । ୨୦୧୯ରେ ଟିକେଟ କାଟିବା ସମୟରେ ଦଳ କୁଆଡ଼େ ପ୍ରତିଶ୍ରୁତି ଦେଇଥିଲା ଯେ ୨୪ରେ ଟିକେଟ ନିଶ୍ଚିତ। ମାତ୍ର ୫ ବର୍ଷ ଅପେକ୍ଷା ପରେ ବି ଟିକେଟ ଆଶା ମଉଳିବାରୁ, ଦୁଇ ଦଶନ୍ଧିର ସମ୍ପର୍କକୁ କାଟି ପଦ୍ମ ଧରିଛନ୍ତି ପ୍ରିୟଦର୍ଶୀ।