ରାଜଧାନୀ ରାଜରାସ୍ତାରେ ବେପରୁଆ ଭାବେ ଗାଡ଼ି ଚଳାଉଥିଲେ, ୨ ଗାଡି ସହ ୫ ଜଣଙ୍କୁ ବାନ୍ଧିଲା ପୁଲିସ
ଭୁବନେଶ୍ବର : ରାଜଧାନୀ ରାଜରାସ୍ତାରେ ବାହାଦୁରୀ ଦେଖାଇ ଗାଡ଼ି ଚଳାଉଥିଲେ। ଜନଗହଳିପୂର୍ଣ୍ଣ ରାସ୍ତାରେ ଟ୍ରାଫିକ ନିୟମକୁ ଉଲ୍ଲଂଘନ କରି ବେପରୁଆ ଭାବେ ଗାଡି ଚାଳନା କରି ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଥିଲେ। ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। ଆଜି ସକାଳ ୯ଟାରୁ ୧୦ ଟା ମଧ୍ୟରେ ଏପରି ହୋଇଥିଲା। ଯାହାକୁ ନେଇ ଲୋକ ପୁଲିସ ଉପରକୁ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ। କାରଣ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ବର ଗସ୍ତ ରହିଛି। […]

ଭୁବନେଶ୍ବର : ରାଜଧାନୀ ରାଜରାସ୍ତାରେ ବାହାଦୁରୀ ଦେଖାଇ ଗାଡ଼ି ଚଳାଉଥିଲେ। ଜନଗହଳିପୂର୍ଣ୍ଣ ରାସ୍ତାରେ ଟ୍ରାଫିକ ନିୟମକୁ ଉଲ୍ଲଂଘନ କରି ବେପରୁଆ ଭାବେ ଗାଡି ଚାଳନା କରି ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଥିଲେ। ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। ଆଜି ସକାଳ ୯ଟାରୁ ୧୦ ଟା ମଧ୍ୟରେ ଏପରି ହୋଇଥିଲା। ଯାହାକୁ ନେଇ ଲୋକ ପୁଲିସ ଉପରକୁ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ। କାରଣ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ବର ଗସ୍ତ ରହିଛି। ଏଥି ପାଇଁ ପୁଲିସ ଅଧିକ ସଜାଗ ରହିଛି। କିନ୍ତୁ ତା ଭିତରେ ଏପରି ହେବା ଆଲୋଡନ ସୃଷ୍ଟି କରିଥିଲା। ଆଉ ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ସହ ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ ହେବା ପରେ ପୁଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ୨ଟି ଗାଡ଼ି ଜବତ କରିଛି।
— COMMISSIONERATE POLICE (@cpbbsrctc) September 16, 2024
ଆଜି ସହିଦ ନଗର ରୁପାଲି ଛକ ନିକଟରେ ଟ୍ରାଫିକ ନିୟମର ଧଜ୍ଜିଆ ଉଡାଇ ଦୁଇଟି କାରରେ ଦୁଇ ଜଣ ସନ୍ ରୁଫ୍ ଦେଇ ବାହାରକୁ ବାହରିଥିଲେ ଓ ଜୋରରେ ଚିତ୍କାର କରୁଥିଲେ। ସେଥିରୁ ଗୋଟିଏ କାରର ଝରକା ଦେଇ ଜଣେ ବାହାରକୁ ବସିଥିଲେ ଓ ପାଟି କରୁଥିଲେ। ଆଉ ଗୋଟିଏ କାର ଅତି ବିପଜ୍ଜନକ ଭାବେ ରାସ୍ତାରେ ଯାଉଥିଲା। ତାହା କିଛି କ୍ଷଣ ପାଇଁ ଫୁଟ୍ ପାଥ୍ ଉପରକୁ ଚାଲିଯାଇଥିଲା। ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ସହିତ ଏହି ଘଟଣା ନେଇ କମିଶନରେଟ ପୁଲିସର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତା’ପରେ ତତ୍ପର ହୋଇଥିଲା କମିଶନରେଟ ପୁଲିସ। ଘଟଣାର ଖୋଳତାଡ଼ କରି ପୁଲିସ୍ ୫ ଜଣଙ୍କୁ ଗିରଫ କରିଥିବା ବେଳେ ୨ଟି ଗାଡ଼ି ଜବତ କରିଛି।