ରାଜଧାନୀ ସମେତ ୬ ରାଜ୍ୟରେ ସିଭିୟର ହିଟ୍ଓ୍ବେଭ୍; ରାଜସ୍ଥାନ ରେକର୍ଡ ଭାଙ୍ଗିଲା ତାତି
ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ । ରାଜଧାନୀ ସହିତ ପାଞ୍ଚ ରାଜ୍ୟରେ ସିଭିୟର ହିଟ୍ଓ୍ବେଭ୍ । ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା ଓ ମଧ୍ୟପ୍ରଦେଶରେ ସିଭିୟର ହିଟ୍ଓ୍ବେଭ୍ କଣ୍ଡିସନ ପାଇଁ ଓ୍ବାର୍ଣ୍ଣଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହି ସବୁ ରାଜ୍ୟରେ ପାରଦ ଉପର ମୁହାଁ ରହିବ । ସେପଟେ ଗୁରୁବାର ରାଜସ୍ଥାନରେ ରେକର୍ଡ ଭାଙ୍ଗିଛି ତାତି । ରାଜସ୍ଥାନର ବାରମର ଅଞ୍ଚଳରେ ୪୮ ପାର୍ କରିଛି ତାପମାତ୍ରା । ମେ’ ମାସରେ ଏହା ସର୍ବାଧିକ ବୋଲି କୁହାଯାଉଛି । ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ପୂର୍ବ ଓ ପଶ୍ଚିମ ରାଜସ୍ଥାନରେ ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ ଓ୍ବାର୍ଣ୍ଣିଂ ଜାରି କରିଛି । ଦିନ ୧୧ଟା ସୁଦ୍ଧା ବାରମର ଅଞ୍ଚଳରେ ତାପମାତ୍ରା ୪୮ ଡିଗ୍ରୀ ପାର କରିଛି । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ପୂର୍ବ ଓ ପଶ୍ଚିମ ରାଜସ୍ଥାନ, ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ଏପରି ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ଆଇଏମଡି କହିଛି । ଆଜି ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୪୩.୪ ଡିଗ୍ରୀ ରହିବ ଏବଂ ସର୍ବନିମ୍ନ ତାତି ୩୦.୯ ଡିଗ୍ରୀ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ୨୬ ତାରିଖ ବେଳେକୁ ପାରଦ ଆହୁରି ୨ରୁ ୩ ଡିଗ୍ରୀ ବଢ଼ି ୪୬ ଡିଗ୍ରୀ ପର୍ଯ୍ୟନ୍ତ ଯିବାର ସମ୍ଭାବନା ରହିଛି । ବୁଧବାର ଦେଶରେ ୨୪ଟି ସ୍ଥାନରେ ସର୍ବାଧିକ ତ
ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ । ରାଜଧାନୀ ସହିତ ପାଞ୍ଚ ରାଜ୍ୟରେ ସିଭିୟର ହିଟ୍ଓ୍ବେଭ୍ । ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା ଓ ମଧ୍ୟପ୍ରଦେଶରେ ସିଭିୟର ହିଟ୍ଓ୍ବେଭ୍ କଣ୍ଡିସନ ପାଇଁ ଓ୍ବାର୍ଣ୍ଣଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହି ସବୁ ରାଜ୍ୟରେ ପାରଦ ଉପର ମୁହାଁ ରହିବ । ସେପଟେ ଗୁରୁବାର ରାଜସ୍ଥାନରେ ରେକର୍ଡ ଭାଙ୍ଗିଛି ତାତି । ରାଜସ୍ଥାନର ବାରମର ଅଞ୍ଚଳରେ ୪୮ ପାର୍ କରିଛି ତାପମାତ୍ରା । ମେ’ ମାସରେ ଏହା ସର୍ବାଧିକ ବୋଲି କୁହାଯାଉଛି ।
ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ପୂର୍ବ ଓ ପଶ୍ଚିମ ରାଜସ୍ଥାନରେ ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ ଓ୍ବାର୍ଣ୍ଣିଂ ଜାରି କରିଛି । ଦିନ ୧୧ଟା ସୁଦ୍ଧା ବାରମର ଅଞ୍ଚଳରେ ତାପମାତ୍ରା ୪୮ ଡିଗ୍ରୀ ପାର କରିଛି । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ପୂର୍ବ ଓ ପଶ୍ଚିମ ରାଜସ୍ଥାନ, ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ଏପରି ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ଆଇଏମଡି କହିଛି ।
ଆଜି ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୪୩.୪ ଡିଗ୍ରୀ ରହିବ ଏବଂ ସର୍ବନିମ୍ନ ତାତି ୩୦.୯ ଡିଗ୍ରୀ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ୨୬ ତାରିଖ ବେଳେକୁ ପାରଦ ଆହୁରି ୨ରୁ ୩ ଡିଗ୍ରୀ ବଢ଼ି ୪୬ ଡିଗ୍ରୀ ପର୍ଯ୍ୟନ୍ତ ଯିବାର ସମ୍ଭାବନା ରହିଛି । ବୁଧବାର ଦେଶରେ ୨୪ଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ରହିଥିଲା । ସେପଟେ ଗୁରୁବାର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । କେରଳ ସହିତ ତାମିଲନାଡ଼ୁ, କର୍ଣ୍ଣାଟକ ଏବଂ ପଦୁଚେରୀରେ ବର୍ଷା ଆକଳନ କରିଛି ଆଇଏମଡି ।