ରାଜଧାନୀର ପୂଜା ପେଣ୍ଡାଲ ବୁଲିବେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ନବୀନ ବୁଲିବେ ପୂଜା ପେଣ୍ଡାଲ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସିବା ନେଇ ବିଭିନ୍ନ ପୂଜା ମଣ୍ଡପ କର୍ତ୍ତୃପକ୍ଷ ନିମନ୍ତ୍ରଣ କରିଛନ୍ତି।   ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ କର୍ତ୍ତୃପକ୍ଷ ନବୀନ ନିବାସକୁ ଯାଇ ନବୀନଙ୍କୁ ନିମନ୍ତ୍ରଣ କରିଛନ୍ତି। ମଣ୍ଡପ ବୁଲିବା ପାଇଁ ସେମାନେ ଅନୁରୋଧ କରିଛନ୍ତି।ସେପଟେ ଚଳିତ ଦଶହରାରେ ନବୀନ ପଟ୍ଟନାୟକ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ବୁଲି ମାଆ ଦୁର୍ଗାଙ୍କ ଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ବିଜେଡ଼ି ସଭାପତି ସୁଶାନ୍ତ ରାଉତ। ଭୁବନେଶ୍ୱର ମଧ୍ୟ, ଉତ୍ତର, ଏକାମ୍ର ସହ  ଜଟଣୀ ନିର୍ବାଚନ ମଣ୍ଡଳୀର  ବିଭିନ୍ନ ମଣ୍ଡପ ବୁଲିବା ନେଇ ଯୋଜନା ହୋଇଛି। ନବୀନ ଏବେ ବି ଲୋକପ୍ରିୟ ନେତା ବୋଲି ସେ କହିଛନ୍ତି। ପ୍ରକାଶଥାଉକି ଗତ ରାଜଧାନୀରେ ଅନୁଷ୍ଠିତ ଗଣେଶ ପୂଜାରେ ନବୀନ ଅନେକ ପୂଜା ପେଣ୍ଡାଲ ବୁଲିଥିଲେ। 

ରାଜଧାନୀର ପୂଜା ପେଣ୍ଡାଲ ବୁଲିବେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ନବୀନ ବୁଲିବେ ପୂଜା ପେଣ୍ଡାଲ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସିବା ନେଇ ବିଭିନ୍ନ ପୂଜା ମଣ୍ଡପ କର୍ତ୍ତୃପକ୍ଷ ନିମନ୍ତ୍ରଣ କରିଛନ୍ତି।   ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ କର୍ତ୍ତୃପକ୍ଷ ନବୀନ ନିବାସକୁ ଯାଇ ନବୀନଙ୍କୁ ନିମନ୍ତ୍ରଣ କରିଛନ୍ତି। ମଣ୍ଡପ ବୁଲିବା ପାଇଁ ସେମାନେ ଅନୁରୋଧ କରିଛନ୍ତି।

ସେପଟେ ଚଳିତ ଦଶହରାରେ ନବୀନ ପଟ୍ଟନାୟକ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ବୁଲି ମାଆ ଦୁର୍ଗାଙ୍କ ଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ବିଜେଡ଼ି ସଭାପତି ସୁଶାନ୍ତ ରାଉତ। 

ଭୁବନେଶ୍ୱର ମଧ୍ୟ, ଉତ୍ତର, ଏକାମ୍ର ସହ  ଜଟଣୀ ନିର୍ବାଚନ ମଣ୍ଡଳୀର  ବିଭିନ୍ନ ମଣ୍ଡପ ବୁଲିବା ନେଇ ଯୋଜନା ହୋଇଛି। ନବୀନ ଏବେ ବି ଲୋକପ୍ରିୟ ନେତା ବୋଲି ସେ କହିଛନ୍ତି। ପ୍ରକାଶଥାଉକି ଗତ ରାଜଧାନୀରେ ଅନୁଷ୍ଠିତ ଗଣେଶ ପୂଜାରେ ନବୀନ ଅନେକ ପୂଜା ପେଣ୍ଡାଲ ବୁଲିଥିଲେ।