ରାଜଧାନୀରୁ ଅପହୃତ ଶିଶୁ ଉଦ୍ଧାର, ଅପହରଣ କରିଥିଲା ଧରମ ମାମୁ
ଭୁବନେଶ୍ବର: ଭୁବନେଶ୍ୱରର ଭୋଇ ନଗରରୁ ଚାରି ବର୍ଷ ଶିଶୁ ପୁତ୍ର ଅପହରଣ ଘଟଣା । କିଛି ଘଣ୍ଟା ମଧ୍ୟରେ ଶିଶୁକୁ ଉଦ୍ଧାର କଲା ସହିଦନଗର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ। ଅପହରଣ ପଛରେ ଥିଲା ଧରମ ମାମୁ। ତେବେ ପୋଲିସ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଧରମ ମାମୁକୁ ଗିରଫ କରି ତଦନ୍ତ ଜାରି ରଖିଛି।ସୂଚନା ଅନୁଯାୟୀ, ଭୋଇ ନଗରରେ ରହୁଥିବା ଗରିତା ସିଂଙ୍କ ଘରକୁ ତାଙ୍କ ଧରମ ଭାଇ ଅଭିଷେକ ଦିଗଲ ଓରଫ ସୋନୁ ବୁଲିବାକୁ ଆସିଥିଲା। ସୋନୁର ଘର କନ୍ଧମାଳରେ। ହେଲେ ମଙ୍ଗଳବାର ସକାଳେ ସୋନୁ ଗରିତାଙ୍କ ୪ ବର୍ଷର ପୁଅକୁ ଚକୋଲେଟ ଦେଇ କେଉଁ ଆଡ଼େ ନେଇଯାଇଥିଲା।ଏନେଇ ଗରିତା ସହିଦଦଗର ଥାନାରେ ଅଭିଯୋଗ କରିଥିଲେ। ଆଉ ଅଭିଯୋଗ ପାଇବା ପରେ ପୋଲିସ ତୁରନ୍ତ ଆକ୍ସନକୁ ଆସିଥିଲା। ଆଉ ମାତ୍ର କିଛି ଘଣ୍ଟାର ଅପରେସନରେ ପୋଲିସ ଶିଶୁକୁ ସାଲିଆସାହିରୁ ଉଦ୍ଧାର କରିଛି। ଏହା ସହ ଅପହରଣରେ ସଂପୃକ୍ତ ଧରମ ଭାଇକୁ ମଧ୍ୟ ଗିରଫ କରିଛି ସହିଦ ନଗର ଥାନା ପୋଲିସ।
ଭୁବନେଶ୍ବର: ଭୁବନେଶ୍ୱରର ଭୋଇ ନଗରରୁ ଚାରି ବର୍ଷ ଶିଶୁ ପୁତ୍ର ଅପହରଣ ଘଟଣା । କିଛି ଘଣ୍ଟା ମଧ୍ୟରେ ଶିଶୁକୁ ଉଦ୍ଧାର କଲା ସହିଦନଗର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ। ଅପହରଣ ପଛରେ ଥିଲା ଧରମ ମାମୁ। ତେବେ ପୋଲିସ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଧରମ ମାମୁକୁ ଗିରଫ କରି ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ଭୋଇ ନଗରରେ ରହୁଥିବା ଗରିତା ସିଂଙ୍କ ଘରକୁ ତାଙ୍କ ଧରମ ଭାଇ ଅଭିଷେକ ଦିଗଲ ଓରଫ ସୋନୁ ବୁଲିବାକୁ ଆସିଥିଲା। ସୋନୁର ଘର କନ୍ଧମାଳରେ। ହେଲେ ମଙ୍ଗଳବାର ସକାଳେ ସୋନୁ ଗରିତାଙ୍କ ୪ ବର୍ଷର ପୁଅକୁ ଚକୋଲେଟ ଦେଇ କେଉଁ ଆଡ଼େ ନେଇଯାଇଥିଲା।
ଏନେଇ ଗରିତା ସହିଦଦଗର ଥାନାରେ ଅଭିଯୋଗ କରିଥିଲେ। ଆଉ ଅଭିଯୋଗ ପାଇବା ପରେ ପୋଲିସ ତୁରନ୍ତ ଆକ୍ସନକୁ ଆସିଥିଲା। ଆଉ ମାତ୍ର କିଛି ଘଣ୍ଟାର ଅପରେସନରେ ପୋଲିସ ଶିଶୁକୁ ସାଲିଆସାହିରୁ ଉଦ୍ଧାର କରିଛି। ଏହା ସହ ଅପହରଣରେ ସଂପୃକ୍ତ ଧରମ ଭାଇକୁ ମଧ୍ୟ ଗିରଫ କରିଛି ସହିଦ ନଗର ଥାନା ପୋଲିସ।