ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା, ବିଏମସି ଅଧିନରେ ଅଧାରୁ ସବୁ ସ୍କୁଲ ଛୁଟି
ଭୁବନେଶ୍ୱର ୨୯/୧୧: ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ସର୍ବଭାରତୀୟ ଡିଜିପି ସମ୍ମିଳନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ ବି ଏହି ସମ୍ମିଳନୀରେ ଯୋଗ ଦେବେ । ସେଥିନିମନ୍ତେ ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ । ଅପରାହ୍ନରେ ମୋଦି ଓ ଶାହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଏହାପରେ ବିମାନବନ୍ଦର ନିକଟରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେବେ ମୋଦି । ସେଠାରୁ ସିଧାସଳଖ ରାଜଭବନ ଯିବେ । ସନ୍ଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯିବେ । ସେଠାରେ ପ୍ରାୟ ୨ ଘଣ୍ଟା ରହିବେ। ଦଳର ବରିଷ୍ଠ ପଦାଧିକାରୀଙ୍କ ସମେତ ଜନପ୍ରତିନିଧିଙ୍କ ସହିତ କରିବେ ରୁଦ୍ଧଦ୍ୱାର ବୈଠକ। ଫୋକସରେ ରହିବ ସରକାର ଓ ସଂଗଠନ। ଏହାକୁ ଦୃଷ୍ଟିରେ ରଖି, ଭୁବନେଶ୍ୱରରେ ଆଜି ଦିନ ୧ଟା ଯାଏଁ ଚାଲିବ ସ୍କୁଲ । ଦିନ ୧ଟା ପରେ ସବୁ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଭୁବନେଶ୍ବର ମହାନଗରରେ ଥିବା ସମସ୍ତ ସ୍କୁଲ ଦିନ ୧ଟା ପରେ ସ୍କୁଲ ଛୁଟି ରହିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭିଆଇପିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ।
ଭୁବନେଶ୍ୱର ୨୯/୧୧: ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ସର୍ବଭାରତୀୟ ଡିଜିପି ସମ୍ମିଳନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ ବି ଏହି ସମ୍ମିଳନୀରେ ଯୋଗ ଦେବେ । ସେଥିନିମନ୍ତେ ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ।
ଅପରାହ୍ନରେ ମୋଦି ଓ ଶାହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଏହାପରେ ବିମାନବନ୍ଦର ନିକଟରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେବେ ମୋଦି । ସେଠାରୁ ସିଧାସଳଖ ରାଜଭବନ ଯିବେ । ସନ୍ଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯିବେ । ସେଠାରେ ପ୍ରାୟ ୨ ଘଣ୍ଟା ରହିବେ। ଦଳର ବରିଷ୍ଠ ପଦାଧିକାରୀଙ୍କ ସମେତ ଜନପ୍ରତିନିଧିଙ୍କ ସହିତ କରିବେ ରୁଦ୍ଧଦ୍ୱାର ବୈଠକ। ଫୋକସରେ ରହିବ ସରକାର ଓ ସଂଗଠନ।
ଏହାକୁ ଦୃଷ୍ଟିରେ ରଖି, ଭୁବନେଶ୍ୱରରେ ଆଜି ଦିନ ୧ଟା ଯାଏଁ ଚାଲିବ ସ୍କୁଲ । ଦିନ ୧ଟା ପରେ ସବୁ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଭୁବନେଶ୍ବର ମହାନଗରରେ ଥିବା ସମସ୍ତ ସ୍କୁଲ ଦିନ ୧ଟା ପରେ ସ୍କୁଲ ଛୁଟି ରହିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭିଆଇପିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ।