ବିଶ୍ଵ ଚାମ୍ପିଅନ ଟିମ୍‌ର ହେବ ଭବ୍ୟ ସ୍ଵାଗତ, ମୋଦୀଙ୍କୁ ସାକ୍ଷାତ ପରେ ମୁମ୍ବାଇରେ ଖୋଲା ବସରେ ହେବ ପରେଡ

ମୁମ୍ବାଇ: ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ କ୍ରିକେଟ୍ ଦଳ ଟି-୨୦ ବିଶ୍ଵକପ୍ ୨୦୨୪ର ଟ୍ରଫି ଜିତିବା ପରେ ବାର୍ବାଡୋସରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ବାର୍ବାଡୋସରେ ଦକ୍ଷିଣ ଆଫ୍ରିକାକୁ ହରାଇ ଚାମ୍ପିଅନ ହୋଇଥିବା ଭାରତୀୟ ଦଳ ସ୍ଵତନ୍ତ୍ର ବିମାନରେ ସ୍ଵଦେଶ ଫେରୁଛନ୍ତି। ବିମାନ ଗୁରୁବାର ସକାଳ ୬ରେ ଦିଲ୍ଲୀରେ ଅବତରଣ କରିବ। ବାତ୍ୟା ବିରେଲ କାରଣରୁ ଭାରତୀୟ ଦଳର ସ୍ଵଦେଶ ପ୍ରତ୍ୟାବର୍ତ୍ତନରେ ବିଳମ୍ବ ଘଟିଥିଲା। ଭାରତରେ ପହଞ୍ଚିବା ପରେ ବିଶ୍ଵ ଚାମ୍ପିଅନ ଭାରତୀୟ ଦଳର ଗୁରୁବାର ବ୍ୟସ୍ତବହୁଳ […] The post ବିଶ୍ଵ ଚାମ୍ପିଅନ ଟିମ୍‌ର ହେବ ଭବ୍ୟ ସ୍ଵାଗତ, ମୋଦୀଙ୍କୁ ସାକ୍ଷାତ ପରେ ମୁମ୍ବାଇରେ ଖୋଲା ବସରେ ହେବ ପରେଡ appeared first on Odisha.News.

ବିଶ୍ଵ ଚାମ୍ପିଅନ ଟିମ୍‌ର ହେବ ଭବ୍ୟ ସ୍ଵାଗତ, ମୋଦୀଙ୍କୁ ସାକ୍ଷାତ ପରେ ମୁମ୍ବାଇରେ ଖୋଲା ବସରେ ହେବ ପରେଡ

ମୁମ୍ବାଇ: ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ କ୍ରିକେଟ୍ ଦଳ ଟି-୨୦ ବିଶ୍ଵକପ୍ ୨୦୨୪ର ଟ୍ରଫି ଜିତିବା ପରେ ବାର୍ବାଡୋସରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ବାର୍ବାଡୋସରେ ଦକ୍ଷିଣ ଆଫ୍ରିକାକୁ ହରାଇ ଚାମ୍ପିଅନ ହୋଇଥିବା ଭାରତୀୟ ଦଳ ସ୍ଵତନ୍ତ୍ର ବିମାନରେ ସ୍ଵଦେଶ ଫେରୁଛନ୍ତି। ବିମାନ ଗୁରୁବାର ସକାଳ ୬ରେ ଦିଲ୍ଲୀରେ ଅବତରଣ କରିବ। ବାତ୍ୟା ବିରେଲ କାରଣରୁ ଭାରତୀୟ ଦଳର ସ୍ଵଦେଶ ପ୍ରତ୍ୟାବର୍ତ୍ତନରେ ବିଳମ୍ବ ଘଟିଥିଲା। ଭାରତରେ ପହଞ୍ଚିବା ପରେ ବିଶ୍ଵ ଚାମ୍ପିଅନ ଭାରତୀୟ ଦଳର ଗୁରୁବାର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିଛି ।

ସ୍ଵଦେଶ ଫେରିବା ପରେ ଗୁରୁବାର ପୂର୍ବାହ୍ଣ ୧୧ଟାରେ ଭାରତୀୟ ଖେଳାଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ। ଏହା ପରେ ଦଳ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ। ମୁମ୍ବାଇରେ ଭାରତୀୟ ଦଳ ଖୋଲା ବସରେ ପରେଡ କରିବା ସହ  ପ୍ରଶଂସକ, ଶୁଭେଚ୍ଛୁଙ୍କ ଅଭିବାଦନ ଗ୍ରହଣ କରିବେ। ପୁଣି ଥରେ ତାଜା ହୋଇ ଉଠିବ ୧୭ ବର୍ଷ ପୂର୍ବର ପୁରୁଣା ସ୍ମତି।

ବିସିସିଆଇ ଗୁରୁବାର ଅପରାହ୍ଣ ୫ଟାରୁ ମୁମ୍ବାଇରେ ନରିମମ ପଏଣ୍ଟରୁ ଓ୍ଵାଙ୍ଖେଡ଼େ ଷ୍ଟାଡିୟମ ପର୍ଯ୍ୟନ୍ତ ଏକ କିଲୋମିଟର ଖୋଲା ବସରେ ଟିମ୍ ଇଣ୍ଡିଆର ପରେଡ କରାଇବାକୁ ନିଷ୍ପତ୍ତି ନେଇଛି। ଏ ନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହ। ପରେଡ ପରେ ଷ୍ଟାଡିୟମରେ ଏକ ଛୋଟ ସମାରୋହ ଆୟୋଜିତ ହେବ। ଏହି ସମୟରେ ଖେଳାଳିଙ୍କୁ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବେ ଜୟ ଶାହ। ଭାରତୀୟ ଦଳର  ସ୍ଵାଗତ ପାଇଁ ବିମାନ ବନ୍ଦରରେ ବିପୁଳ ସଂଖ୍ୟାରେ ସମର୍ଥକ ପହଞ୍ଚିବେ।  ଏ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମାରୋହ ଦେଖିବା ପାଇଁ ଓ୍ଵାଙ୍ଖେଡ଼େରେ ମାଗଣାରେ ଦର୍ଶକଙ୍କ ପ୍ରବେଶ ଅନୁମତି ରହିଛି।

ସୂଚନାଯୋଗ୍ୟ, ୨୦୦୭ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ଵରେ ଭାରତୀୟ ଦଳ ଟି-୨୦ ବିଶ୍ଵକପ୍ ଟ୍ରଫି ଜିତିଥିଲା। ଏହା ପରେ ଭାରତୀୟ ଦଳ ମୁମ୍ବାଇରେ ଖୋଲା ବସରେ ଟ୍ରଫି ସହିତ ଭ୍ରମଣ କରିଥିଲେ। ଏବେ ଏହାର ପୁନରାବୃତ୍ତି ହେବାକୁ ଯାଉଛି। ରୋହିତ ଶର୍ମା, ବିରାଟ କୋହଲି, ବୁମରା, ହାର୍ଦ୍ଦିକ ଓ ସୂର୍ଯ୍ୟଙ୍କ ସମେତ ସମସ୍ତ ଖେଳାଳି ଏଥିରେ ଯୋଗ ଦେବେ।

The post ବିଶ୍ଵ ଚାମ୍ପିଅନ ଟିମ୍‌ର ହେବ ଭବ୍ୟ ସ୍ଵାଗତ, ମୋଦୀଙ୍କୁ ସାକ୍ଷାତ ପରେ ମୁମ୍ବାଇରେ ଖୋଲା ବସରେ ହେବ ପରେଡ appeared first on Odisha.News.