ନିଖୋଜ ଶିଶୁ ଉଦ୍ଧାର ଅଭିଯାନ, ୩୩୪ ଶିଶୁ ପରିବାର ଲୋକଙ୍କୁ ହସ୍ତାନ୍ତର

କଟକ,୩ା୧୨ (କାର୍ତ୍ତିକ ସାହୁ): ଭୁବନେଶ୍ବରସ୍ଥିତ ଓଡ଼ିଶା ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ପକ୍ଷରୁ ରାଜ୍ୟରେ ଆଜି ପର୍ଯ୍ୟନ୍ତ ନିଖୋଜ ଥିବା ଶିଶୁମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଗତ ନଭେମ୍ବର ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ ହୋଇଥିଲା। ଉକ୍ତ ସମୟ ମଧ୍ୟରେ ସର୍ବମୋଟ ୩୩୪ ନିଖୋଜ ଶିଶୁ ଆମ ରାଜ୍ୟ ତଥା ରାଜ୍ୟ ବାହାରୁ ଉଦ୍ଧାର କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ୩୦୬ ବାଳିକା […] The post ନିଖୋଜ ଶିଶୁ ଉଦ୍ଧାର ଅଭିଯାନ, ୩୩୪ ଶିଶୁ ପରିବାର ଲୋକଙ୍କୁ ହସ୍ତାନ୍ତର appeared first on Dharitri Odia News.

ନିଖୋଜ ଶିଶୁ ଉଦ୍ଧାର ଅଭିଯାନ, ୩୩୪ ଶିଶୁ ପରିବାର ଲୋକଙ୍କୁ ହସ୍ତାନ୍ତର

କଟକ,୩ା୧୨ (କାର୍ତ୍ତିକ ସାହୁ): ଭୁବନେଶ୍ବରସ୍ଥିତ ଓଡ଼ିଶା ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ପକ୍ଷରୁ ରାଜ୍ୟରେ ଆଜି ପର୍ଯ୍ୟନ୍ତ ନିଖୋଜ ଥିବା ଶିଶୁମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଗତ ନଭେମ୍ବର ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ ହୋଇଥିଲା। ଉକ୍ତ ସମୟ ମଧ୍ୟରେ ସର୍ବମୋଟ ୩୩୪ ନିଖୋଜ ଶିଶୁ ଆମ ରାଜ୍ୟ ତଥା ରାଜ୍ୟ ବାହାରୁ ଉଦ୍ଧାର କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସେମାନଙ୍କ ମଧ୍ୟରେ ୩୦୬ ବାଳିକା ଓ ୨୮ ବାଳକ ଅଛନ୍ତି। ଉକ୍ତ ସ୍ପେଶାଲ ଡ୍ରାଇଭକୁ ସମସ୍ତ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଉଦ୍ୟମରେ ଓ ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ତତ୍ତ୍ୱାବଧାନରେ କରାଯାଇଛି। ସମଗ୍ର ରାଜ୍ୟରେ ଭଦ୍ରକ ଜିଲା ପୋଲିସ ସର୍ବମୋଟ ୬୫ ନିଖୋଜ ଶିଶୁଙ୍କୁ ଉଦ୍ଧାର କରି ସର୍ବୋତ୍କୃଷ୍ଟ ଜିଲାର ମାନ୍ୟତା ହାସଲ କରିଛି।

The post ନିଖୋଜ ଶିଶୁ ଉଦ୍ଧାର ଅଭିଯାନ, ୩୩୪ ଶିଶୁ ପରିବାର ଲୋକଙ୍କୁ ହସ୍ତାନ୍ତର appeared first on Dharitri Odia News.