ସ୍ବଚ୍ଛ ରାଜ୍ୟ ଭାବେ ଚତୁର୍ଥ ସ୍ଥାନ ଦଖଲ କଲା ଓଡ଼ିଶା

ଭୁବନେଶ୍ୱର,୧୧।୧(ବନ୍ଦନା ସେଠୀ): କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ହୋଇଥିବା ସ୍ବଚ୍ଛ ସର୍ବେକ୍ଷଣ-୨୦୨୩ର ଫଳାଫଳ ଗୁରୁବାର ଘୋଷଣା ହୋଇଛି। ଚଳିତ ବର୍ଷ ପ୍ରଥମ ଥର ଲାଗି ୨ଟି ରାଜ୍ୟକୁ ପ୍ରଥମ ପୁରସ୍କାର ମିଳିଛି। ମଧ୍ୟପ୍ରଦେଶର ଇନ୍ଦୋର ସହର ଲଗାତାର ଭାବେ ସପ୍ତମ ଥର ପାଇଁ ବାଜିମାତ୍‌ କରିଥିବା ବେଳେ ଗୁଜୁରାଟର ସୁରତ ପ୍ରଥମ ଥର ଲାଗି ଏହି ପୁରସ୍କାର ହାସଲ କରିଛି। ଅପରପକ୍ଷେ ସ୍ବଚ୍ଛତା କ୍ଷେତ୍ରରେ ଷ୍ଟେଟ୍‌ ରାକିଂରେ ଓଡ଼ିଶାର ସ୍ଥାନ ଚତୁର୍ଥକୁ ଆସିଛି। […] The post ସ୍ବଚ୍ଛ ରାଜ୍ୟ ଭାବେ ଚତୁର୍ଥ ସ୍ଥାନ ଦଖଲ କଲା ଓଡ଼ିଶା appeared first on Dharitri Odia News.

ସ୍ବଚ୍ଛ ରାଜ୍ୟ ଭାବେ ଚତୁର୍ଥ ସ୍ଥାନ ଦଖଲ କଲା ଓଡ଼ିଶା

ଭୁବନେଶ୍ୱର,୧୧।୧(ବନ୍ଦନା ସେଠୀ): କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ହୋଇଥିବା ସ୍ବଚ୍ଛ ସର୍ବେକ୍ଷଣ-୨୦୨୩ର ଫଳାଫଳ ଗୁରୁବାର ଘୋଷଣା ହୋଇଛି। ଚଳିତ ବର୍ଷ ପ୍ରଥମ ଥର ଲାଗି ୨ଟି ରାଜ୍ୟକୁ ପ୍ରଥମ ପୁରସ୍କାର ମିଳିଛି। ମଧ୍ୟପ୍ରଦେଶର ଇନ୍ଦୋର ସହର ଲଗାତାର ଭାବେ ସପ୍ତମ ଥର ପାଇଁ ବାଜିମାତ୍‌ କରିଥିବା ବେଳେ ଗୁଜୁରାଟର ସୁରତ ପ୍ରଥମ ଥର ଲାଗି ଏହି ପୁରସ୍କାର ହାସଲ କରିଛି।

ଅପରପକ୍ଷେ ସ୍ବଚ୍ଛତା କ୍ଷେତ୍ରରେ ଷ୍ଟେଟ୍‌ ରାକିଂରେ ଓଡ଼ିଶାର ସ୍ଥାନ ଚତୁର୍ଥକୁ ଆସିଛି। ପ୍ରଥମ ସ୍ଥାନରେ ମହାରାଷ୍ଟ୍ର ଥିବାବେଳେ ୩୭୨୧.୫୫ ସ୍କୋର ମିଳିଛି। ଦ୍ୱିତୀୟରେ ମଧ୍ୟପ୍ରଦେଶକୁ ୩୬୫୭.୯୨, ତୃତୀୟ ସ୍ଥାନରେ ଥିବା ଛତିଶଗଡ଼କୁ ୩୪୨୫.୪୧ ସ୍କୋର ଏବଂ ଚତୁର୍ଥ ସ୍ଥାନରେ ଥିବା ଓଡ଼ିଶାକୁ ୩୧୩୧.୩୮ ସ୍କୋର ମିଳିଥିବା ସୂଚନା ରହିଛି। ସେହିପରି ଚଳିତ ବର୍ଷ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ମଧ୍ୟ ଭଲ ପ୍ରଦର୍ଶନ କରିଛି। ଗତଥର ଭୁବନେଶ୍ୱରକୁ ସର୍ବଭାରତୀୟ ସ୍ତରରେ ୮୦ତମ ରାଙ୍କ୍‌ ମିଳିଥିବା ବେଳେ ଏଥର ୩୪ତମ ର଼୍ୟାଙ୍କ୍‌ ମିଳିଛି।

The post ସ୍ବଚ୍ଛ ରାଜ୍ୟ ଭାବେ ଚତୁର୍ଥ ସ୍ଥାନ ଦଖଲ କଲା ଓଡ଼ିଶା appeared first on Dharitri Odia News.