ବେଆଇନ ଗୋରୁ ଚାଲାଣ ବେଳେ ଧରିଲା ପୋଲିସ
ବୈଶିଙ୍ଗା,୪ା୬(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ କଳମା ପଞ୍ଚାୟତର ଗୋବିନ୍ଦରାୟପୁର ଓ ତାଳପଦା ଗ୍ରାମରେ ବୁଧବାର ଭୋର୍ ଚାରିଟା ସମୟରେ ଚଢ଼ାଉ କରାଯାଇ ପଶ୍ଚିମବଙ୍ଗ ଚାଲାଣ ପାଇଁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରଖାଯାଇଥିବା ୩୦୩ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ ବାରିପଦା ପୋଲିସ ଏଏସ୍ପି ଦୀପକ କୁମାର ଗୋଚ୍ଛାୟତଙ୍କ ନେତୃତ୍ୱରେ ବୈଶିଙ୍ଗା, ବଡ଼ସାହି, ବେତନଟୀ ଓ ରାସଗୋବିନ୍ଦପୁର ୪ଟି ଥାନାର ତିନି ପ୍ଲାଟୁନ ପୋଲିସ ଫୋର୍ସ ସହାୟତାରେ ଏହି ଦୁଇଟି ଗ୍ରାମରେ […] The post ବେଆଇନ ଗୋରୁ ଚାଲାଣ ବେଳେ ଧରିଲା ପୋଲିସ appeared first on Dharitri Odia News.
ବୈଶିଙ୍ଗା,୪ା୬(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ କଳମା ପଞ୍ଚାୟତର ଗୋବିନ୍ଦରାୟପୁର ଓ ତାଳପଦା ଗ୍ରାମରେ ବୁଧବାର ଭୋର୍ ଚାରିଟା ସମୟରେ ଚଢ଼ାଉ କରାଯାଇ ପଶ୍ଚିମବଙ୍ଗ ଚାଲାଣ ପାଇଁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରଖାଯାଇଥିବା ୩୦୩ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ ବାରିପଦା ପୋଲିସ ଏଏସ୍ପି ଦୀପକ କୁମାର ଗୋଚ୍ଛାୟତଙ୍କ ନେତୃତ୍ୱରେ ବୈଶିଙ୍ଗା, ବଡ଼ସାହି, ବେତନଟୀ ଓ ରାସଗୋବିନ୍ଦପୁର ୪ଟି ଥାନାର ତିନି ପ୍ଲାଟୁନ ପୋଲିସ ଫୋର୍ସ ସହାୟତାରେ ଏହି ଦୁଇଟି ଗ୍ରାମରେ ଅତର୍କିତ ଚଢ଼ାଉ କରାଯାଇ ତିନୋଟି ଅସ୍ଥାୟୀ ଟେଣ୍ଟରୁ ଗୋରୁଙ୍କୁ ଉଦ୍ଧାର କରାଯାଇଛି।
ଏହି ସମୟରେ ମାଜିଷ୍ଟ୍ରେଟ ଭାବେ ବେତନଟୀର ଅତିରିକ୍ତ ତହସିଲଦାର ଈଶ୍ୱରଚନ୍ଦ୍ର ରଣାଙ୍କ ସମେତ ପ୍ରାଣୀସମ୍ପଦ ବିଭାଗର ଅଧିକାରୀମାନେ ନିଜର ଟିମ୍ ନେଇ ଗୋରୁଙ୍କ ସାସ୍ଥ୍ୟ ପରୀକ୍ଷା ପାଇଁ ଉପସ୍ଥିତ ରହିଥିଲେ। ଅସ୍ଥାୟୀ ଟେଣ୍ଟରୁ ଉଦ୍ଧାର ଗୋରଙ୍କୁ ସ୍ବତନ୍ତ୍ର ଟ୍ରକ୍ ଯୋଗେ ବାଲେଶ୍ୱର ଗୋ’ଶାଳାକୁ ହସ୍ତାନ୍ତର କରାଯାଇଛି। ତେବେ ଆଖପାଖରୁ ବିଭିନ୍ନ ଗାଁରୁ ଚୋରି ହୋଇଥିବା ଗାଈ ବଳଦଙ୍କୁ ମଧ୍ୟ ସ୍ଥାନୀୟ ବାସିନ୍ଦା ଚିହ୍ନଟ କରିଛନ୍ତି। ତେବେ ୪ଟି ଥାନାର ଅଧିକାରୀ ଓ ସଶସ୍ତ୍ର ପୋଲିସ ଫୋର୍ସ ମିଳିତ ଚଢ଼ାଉକରି ଏକକାଳୀନ ତିନି ଶହରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର କରିବା ଘଟଣା ପୋଲିସ ପାଇଁ ଏକ ବଡ଼ ସଫଳତା ଏବଂ ଗୋ’ସମ୍ପଦର ସୂରକ୍ଷା ଦିଗରେ ଏହା ଖୁବ୍ ପ୍ରଶଂସନୀୟ କାର୍ଯ୍ୟ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।
The post ବେଆଇନ ଗୋରୁ ଚାଲାଣ ବେଳେ ଧରିଲା ପୋଲିସ appeared first on Dharitri Odia News.