୭୦୦ ଫୁଟ ଗଭିର ଖାଲକୁ ଖସିଲା ସେନା ଟ୍ରକ, ୪ ଯବାନ ମୃତ

ସିକ୍କିମ,୫।୯: ଭାରତ-ଚାଇନା ସୀମା ନିକଟ ଉତ୍ତର ସିକ୍କିମରେ ସେନାଙ୍କର ଏକ ଟ୍ରକ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି। ଏହି ଘଟଣାରେ ୪ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଏହି ଟ୍ରକ ରାସ୍ତାରୁ ଖସି ପ୍ରାୟ ୭୦୦ରୁ ୮୦୦ଫୁଟ ଗଭୀର ଖାଲରେ ଖସିପଡିଥିଲା। ଏହି ଦୁର୍ଘଟଣା ପଶ୍ଚିମବଙ୍ଗର ପେଡୋଙ୍ଗରୁ ସିକ୍କିମର ପାକୟୋଙ୍ଗ ଜିଲାର ଜୁଲୁକୁ ରେଶମ ମାର୍ଗ ଦେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏନଡିଟିଭି ରିପୋର୍ଟ ଅନୁଯାୟୀ, ସିକ୍କିମର ରେନକ ରୋଙ୍ଗଲି ରାଜ୍ୟ ରାଜପଥରେ ଥିବା […] The post ୭୦୦ ଫୁଟ ଗଭିର ଖାଲକୁ ଖସିଲା ସେନା ଟ୍ରକ, ୪ ଯବାନ ମୃତ appeared first on Dharitri Odia News.

୭୦୦ ଫୁଟ ଗଭିର ଖାଲକୁ ଖସିଲା ସେନା ଟ୍ରକ, ୪ ଯବାନ ମୃତ

ସିକ୍କିମ,୫।୯: ଭାରତ-ଚାଇନା ସୀମା ନିକଟ ଉତ୍ତର ସିକ୍କିମରେ ସେନାଙ୍କର ଏକ ଟ୍ରକ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି। ଏହି ଘଟଣାରେ ୪ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଏହି ଟ୍ରକ ରାସ୍ତାରୁ ଖସି ପ୍ରାୟ ୭୦୦ରୁ ୮୦୦ଫୁଟ ଗଭୀର ଖାଲରେ ଖସିପଡିଥିଲା। ଏହି ଦୁର୍ଘଟଣା ପଶ୍ଚିମବଙ୍ଗର ପେଡୋଙ୍ଗରୁ ସିକ୍କିମର ପାକୟୋଙ୍ଗ ଜିଲାର ଜୁଲୁକୁ ରେଶମ ମାର୍ଗ ଦେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
ଏନଡିଟିଭି ରିପୋର୍ଟ ଅନୁଯାୟୀ, ସିକ୍କିମର ରେନକ ରୋଙ୍ଗଲି ରାଜ୍ୟ ରାଜପଥରେ ଥିବା ଡାଲୋପଚାନ୍ଦ ଦାରା ନିକଟରେ ଏହି ଘଟଣା ଘଟିଛି। ବର୍ତ୍ତମାନ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସେନା ଅଧିକାରୀ ଏବଂ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟ ଚାଲିଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।
ଏହି ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଯେଉଁଥିରେ ମୃତକମାନେ ମଧ୍ୟପ୍ରଦେଶର ଡ୍ରାଇଭର ପ୍ରଦୀପ ପଟେଲ, ମଣିପୁରର ଶିଳ୍ପକାର ଡବ୍ଲୁ ପିଟର, ହରିୟାଣାର ନାୟକ ଗୁରୁସେଭ ସିଂ ଏବଂ ତାମିଲନାଡୁର ସୁବେଦାର କେ ଥାଙ୍ଗପଣ୍ଡି ବୋଲି ଜଣାପଡିଛି। ସେନା ଅଧିକାରୀ କହିଛନ୍ତି ଯେ ଡ୍ରାଇଭର ସମେତ ସମସ୍ତ ମୃତ ବ୍ୟକ୍ତି ପଶ୍ଚିମବଙ୍ଗର ବିନାଗୁରୀର ଏକ ୟୁନିଟର ସେନା କର୍ମଚାରୀ।

The post ୭୦୦ ଫୁଟ ଗଭିର ଖାଲକୁ ଖସିଲା ସେନା ଟ୍ରକ, ୪ ଯବାନ ମୃତ appeared first on Dharitri Odia News.