୧ ଲକ୍ଷ କ୍ଷତିପୂରଣ ଦେବ ଏୟାର ଇଣ୍ଡିଆ
କଟକ,୧୬ା୧୨(କାର୍ତ୍ତିକ ସାହୁ): ବିମାନସେବା ଯୋଗାଉଥିବା ଏୟାର ଇଣ୍ଡିଆକୁ କଟକ ଖାଉଟି ଅଦାଲତ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଆଦେଶ ଦେଇଛନ୍ତି। ଏଥିସହ ମାମଲା ପରିଚାଳନା ଖର୍ଚ୍ଚ ବାବଦକୁ ୨୦ ହଜାର ଟଙ୍କା ମଧ୍ୟ ଏୟାର ଇଣ୍ଡିଆ ପ୍ରଦାନ କରିବ। ଉପଯୁକ୍ତ ଦେୟ ପ୍ରଦାନ କରି ବି ଯାତ୍ରୀଙ୍କୁ ଆବଶ୍ୟକ ବିମାନସେବା ମିଳିଲାନି। ତ୍ରୁଟିପୂର୍ଣ୍ଣ ସେବା ଯୋଗୁ ମାନସିକ ତଥା ଶାରୀରିକ ଯନ୍ତ୍ରଣା ପାଇଥିବା ଜଣେ ଯାତ୍ରୀଙ୍କ ମାମଲାର ବିଚାର କରି ଖାଉଟି ଅଦାଲତ ଏହି ରାୟ […] The post ୧ ଲକ୍ଷ କ୍ଷତିପୂରଣ ଦେବ ଏୟାର ଇଣ୍ଡିଆ appeared first on Dharitri Odia News.
କଟକ,୧୬ା୧୨(କାର୍ତ୍ତିକ ସାହୁ): ବିମାନସେବା ଯୋଗାଉଥିବା ଏୟାର ଇଣ୍ଡିଆକୁ କଟକ ଖାଉଟି ଅଦାଲତ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଆଦେଶ ଦେଇଛନ୍ତି। ଏଥିସହ ମାମଲା ପରିଚାଳନା ଖର୍ଚ୍ଚ ବାବଦକୁ ୨୦ ହଜାର ଟଙ୍କା ମଧ୍ୟ ଏୟାର ଇଣ୍ଡିଆ ପ୍ରଦାନ କରିବ। ଉପଯୁକ୍ତ ଦେୟ ପ୍ରଦାନ କରି ବି ଯାତ୍ରୀଙ୍କୁ ଆବଶ୍ୟକ ବିମାନସେବା ମିଳିଲାନି। ତ୍ରୁଟିପୂର୍ଣ୍ଣ ସେବା ଯୋଗୁ ମାନସିକ ତଥା ଶାରୀରିକ ଯନ୍ତ୍ରଣା ପାଇଥିବା ଜଣେ ଯାତ୍ରୀଙ୍କ ମାମଲାର ବିଚାର କରି ଖାଉଟି ଅଦାଲତ ଏହି ରାୟ ପ୍ରଦାନ କରିଛନ୍ତି। ଆସନ୍ତା ୩୦ ଦିନ ମଧ୍ୟରେ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି।
ମାମଲାର ବିବରଣୀ ଅନୁସାରେ, କଟକ ବିଡ଼ାନାସୀ ଥାନା ମଠସାହି ଅଞ୍ଚଳର ବିମଳ ପ୍ରସାଦ ଶର୍ମା ଆମେରିକାରେ ରହୁଥିବା ତାଙ୍କ ପୁଅବୋହୂଙ୍କ ନିକଟକୁ ବିମାନ ଯାତ୍ରା କରିଥିଲେ। ୨୦୨୩ ଜୁନ୍ ୨୬ ତାରିଖରେ ଆମେରିକାର ଜେଏଫ୍କେ ବିମାନବନ୍ଦରରୁ ଫେରିବାର ଥିଲା। ସେ ଏୟାର ଇଣ୍ଡିଆ ବିମାନରେ ଯାତ୍ରା ପାଇଁ ଏକ ଟିକେଟ କାଟିଥିଲେ। ସେଥିରେ ଗୋଡ଼ ରଖିବାକୁ ଅତିରିକ୍ତ ଜାଗା ମିଳିବା ପାଇଁ ସେ ଅଧିକ ୨୦୦୦ ଟଙ୍କା ଦେଇ ନିଜ ପସନ୍ଦର ଏକ ସିଟ୍ ଅନ୍ଲାଇନ୍ରେ ବୁକ୍ କରିଥିଲେ। ମାତ୍ର ସେ ଉକ୍ତ ଦିନ ବିମାନବନ୍ଦରର ବୁକିଂ କାଉଣ୍ଟରରେ ପହଞ୍ଚିବା କ୍ଷଣି ସେଠାରେ ଥିବା ସହାୟକ ତାଙ୍କୁ ଏକ ହୁଇଲ ଚେୟାର ନେବାକୁ ପ୍ରବର୍ତ୍ତାଇଥିଲେ। ସେ ମନା କରିଥିଲେ ମଧ୍ୟ ସହାୟକ ଜଣଙ୍କ ବାରମ୍ବାର ତାଙ୍କୁ ସେହି ଏକା କଥା କହିଥିଲେ। ତେବେ ନିଜର ଅନିଚ୍ଛା ସତ୍ତ୍ୱେ ହୁଇଲ ଚେୟାରଟିକୁ ନେବାକୁ ସେ ବାଧ୍ୟ ହୋଇଥିଲେ। ବିମାନରେ ବସିବାକୁ ଯିବାବେଳେ ଚେକିଂ ଅଫିସର ତାଙ୍କୁ ୧୦ ମିନିଟ୍ ଅଟକାଇଥିଲେ। ପରେ ଅଫିସର ଜଣଙ୍କ ତାଙ୍କୁ ଇସ୍ୟୁ ହୋଇଥିବା ସିଟ୍ ନମ୍ବର ବଦଳାଇ ଅନ୍ୟ ଏକ ବୋଡିଂ ପାସ୍ ଦେଇଥିଲେ। ସେ ଏହାର ପ୍ରତିବାଦ କରିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଫଳରେ ସେ ବାଧ୍ୟହୋଇ ସେହି ସିଟ୍ରେ ବସିଥିଲେ। ମାତ୍ର ସେ ଗୋଡ଼ ରଖିବାକୁ ଅତିରିକ୍ତ ସ୍ଥାନ ପାଇଁ ୨୦୦୦ ଟଙ୍କା ଦେଇଥିଲେ ମଧ୍ୟ ସେହି ସୁବିଧା ନୂତନ ସିଟ୍ରେ ନ ଥିଲା। ତେଣୁ ସେ ବହୁତ ଶାରୀରିକ ଓ ମାନସିକ ଯନ୍ତ୍ରଣା ପାଇ ବିମାନ ଯାତ୍ରା କରିଥିଲେ। ଏନେଇ ଶର୍ମା କଟକ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଶାରୀରିକ ଅସୁସ୍ଥତା ପାଇଁ ୨ ଲକ୍ଷ, କ୍ଷତିପୂରଣ ବାବଦରେ ୧ ଲକ୍ଷ ଓ ଅଦାଲତି ଖର୍ଚ୍ଚ ବାବଦ ୨ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଆଦେଶ ଦେବାକୁ ପ୍ରାର୍ଥନା କରିଥିଲେ। ଅଦାଲତ ତାଙ୍କ ଆବେଦନର ବିଚାର କରି ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁଜିତ କୁମାର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ।
The post ୧ ଲକ୍ଷ କ୍ଷତିପୂରଣ ଦେବ ଏୟାର ଇଣ୍ଡିଆ appeared first on Dharitri Odia News.