ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ବଡ ଆଶ୍ୱସ୍ତି, ମିଳିଲା ଜାମିନ
ମୁମ୍ବାଇ,୨୩।୧୦: ବମ୍ବେ ହାଇକୋର୍ଟ ବୁଧବାର ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ହୋଟେଲ ବ୍ୟବସାୟୀ ଜୟା ଶେଟ୍ଟି ମାମଲାରେ ସେ ଏହି ଜାମିନ ପାଇଛନ୍ତି। ୨୦୦୧ରେ ଜୟା ଶେଟ୍ଟୀଙ୍କୁ ହତ୍ୟା କରାଯାଇଥିଲା ଏବଂ ଛୋଟା ରାଜନଙ୍କ ଉପରେ ଏହି ଅଭିଯୋଗ ଲାଗିଥିଲା। ମେ ୩୦, ୨୦୨୪ରେ, ଏକ ସ୍ବତନ୍ତ୍ର MCOCA (ମକୋକା) କୋର୍ଟ ରାଜନଙ୍କୁ ଅନ୍ୟମାନଙ୍କ ସହ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ରାଜନ ଏହି ଦଣ୍ଡ ବିରୋଧରେ ବମ୍ବେ ହାଇକୋର୍ଟରେ […] The post ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ବଡ ଆଶ୍ୱସ୍ତି, ମିଳିଲା ଜାମିନ appeared first on Dharitri Odia News.
ମୁମ୍ବାଇ,୨୩।୧୦: ବମ୍ବେ ହାଇକୋର୍ଟ ବୁଧବାର ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ହୋଟେଲ ବ୍ୟବସାୟୀ ଜୟା ଶେଟ୍ଟି ମାମଲାରେ ସେ ଏହି ଜାମିନ ପାଇଛନ୍ତି। ୨୦୦୧ରେ ଜୟା ଶେଟ୍ଟୀଙ୍କୁ ହତ୍ୟା କରାଯାଇଥିଲା ଏବଂ ଛୋଟା ରାଜନଙ୍କ ଉପରେ ଏହି ଅଭିଯୋଗ ଲାଗିଥିଲା। ମେ ୩୦, ୨୦୨୪ରେ, ଏକ ସ୍ବତନ୍ତ୍ର MCOCA (ମକୋକା) କୋର୍ଟ ରାଜନଙ୍କୁ ଅନ୍ୟମାନଙ୍କ ସହ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।
ରାଜନ ଏହି ଦଣ୍ଡ ବିରୋଧରେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ଦଣ୍ଡକୁ ସ୍ଥଗିତ ରଖାଯିବା ସହ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବାକୁ ଗ୍ୟାଙ୍ଗଷ୍ଟର ଦାବି କରିଛନ୍ତି। ବୁଧବାର ଶୁଣାଣି ସମୟରେ ଜଷ୍ଟିସ ରେବତୀ ମୋହିତେ ଡେରେ ଏବଂ ଜଷ୍ଟିସ ପୃଥ୍ବିରାଜ ଚୌହାନଙ୍କ ଡିଭିଜନ ବେଞ୍ଚ ଏକ ଲକ୍ଷ ଟଙ୍କା ସର୍ତ୍ତରେ ଜାମିନ ପ୍ରଦାନ କରିଥିଲେ। ତେବେ ବର୍ତ୍ତମାନ ତାଙ୍କୁ ଜେଲରେ ରହିବାକୁ ପଡିବ।
ସୂଚନାଯୋଗ୍ୟ, ଛୋଟା ରାଜନ ବିଦେଶରେ ରହୁଥିବାବେଳେ ତାଙ୍କ ଗ୍ୟାଙ୍ଗ ଚଳାଉଥିଲେ, କିନ୍ତୁ ତାଙ୍କୁ ୨୦୧୫ରେ ଇଣ୍ଡୋନେସିଆରୁ ଗିରଫ କରାଯାଇଥିଲା ଏବଂ ଅକ୍ଟୋବର ୨୦୧୫ରେ ସେଠାରୁ ଭାରତକୁ ଅଣାଯାଇଥିଲା। ସେବେଠାରୁ ସେ ନୂଆଦିଲ୍ଲୀର ତିହାରରେ ଦୁଇ ନମ୍ବର ଜେଲରେ ରହିଥିଲେ। ୧୯୯୩ ମସିହାରେ ମୁମ୍ବାଇ ସିରିଏଲ ବିସ୍ଫୋରଣ ପରେ ଦାଉଦ ଇବ୍ରାହିମଙ୍କ ନିକଟରେ ଥିବା ଛୋଟା ରାଜନ ଦାଉଦ ଗ୍ୟାଙ୍ଗରୁ ଅଲଗା ହୋଇଯାଇଥିଲେ।
The post ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ବଡ ଆଶ୍ୱସ୍ତି, ମିଳିଲା ଜାମିନ appeared first on Dharitri Odia News.