କଟକକୁ ହରାଇ ସେମିଫାଇନାଲରେ ପହଞ୍ଚିଲା ସମ୍ବଲପୁର

ପଦ୍ମପୁର,୧୫ା୧(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡିଆଠାରେ ବୋରାସମ୍ବର ସ୍ପୋଟିଂ ଦ୍ବାରା ଆୟୋଜିତ ୨୮ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ସୋମବାର ତୃତୀୟ ଦିବସରେ ୟୁନିୟନ ସ୍ପୋଟିଂ କଟକ ଏବଂ ଏମ୍‌ଏମସିସି ସମ୍ବଲପୁର ମଧ୍ୟରେ ମ୍ୟାଚ ହୋଇଥିଲା। କଟକ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା। କଟକ ୨୧.୪ ଓଭରରେ ସମସ୍ତ ଉଇକେଟ ହରାଇ ୧୧୧ ରନ୍‌ ସଂଗ୍ରହ କରିଥିଲା। କଟକ ଦଳରୁ ବିନାୟକ ସାହୁ ସର୍ବାଧିକ ୪୩ ରନ୍‌ କରିଥିଲେ। ଜବାବରେ ସମ୍ବଲପୁର ଦଳ […] The post କଟକକୁ ହରାଇ ସେମିଫାଇନାଲରେ ପହଞ୍ଚିଲା ସମ୍ବଲପୁର appeared first on Dharitri Odia News.

କଟକକୁ ହରାଇ ସେମିଫାଇନାଲରେ ପହଞ୍ଚିଲା ସମ୍ବଲପୁର

ପଦ୍ମପୁର,୧୫ା୧(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡିଆଠାରେ ବୋରାସମ୍ବର ସ୍ପୋଟିଂ ଦ୍ବାରା ଆୟୋଜିତ ୨୮ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ସୋମବାର ତୃତୀୟ ଦିବସରେ ୟୁନିୟନ ସ୍ପୋଟିଂ କଟକ ଏବଂ ଏମ୍‌ଏମସିସି ସମ୍ବଲପୁର ମଧ୍ୟରେ ମ୍ୟାଚ ହୋଇଥିଲା। କଟକ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା। କଟକ ୨୧.୪ ଓଭରରେ ସମସ୍ତ ଉଇକେଟ ହରାଇ ୧୧୧ ରନ୍‌ ସଂଗ୍ରହ କରିଥିଲା। କଟକ ଦଳରୁ ବିନାୟକ ସାହୁ ସର୍ବାଧିକ ୪୩ ରନ୍‌ କରିଥିଲେ। ଜବାବରେ ସମ୍ବଲପୁର ଦଳ ୯ ଉଇକେଟ ହରାଇ ୧୧୬ ରନ୍‌ କରି ଗୋଟିଏ ଉଇକେଟରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଛି।

ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ପଦ୍ମପୁର ବସ୍‌ ମାଲିକ ସଂଘର ସଦସ୍ୟ ଭକ୍ତହରି ମେହେର ଓ ଶିଶୁପାଳ ଦାଶ ଯୋଗଦେଇ ଦିନ ଦାଶଙ୍କୁ ମ୍ୟାନ୍‌ ଅଫ ଦ ମ୍ୟାଚ୍‌ ଭାବେ ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାଚକୁ ଆମ୍ପାୟାର୍‌ ଶ୍ୟାମସୁନ୍ଦର ପଣ୍ଡା ଓ ବିଶ୍ୱାମ୍ବର ମହାକୁଡ ପରିଚାଳନା କରିଥିବା ବେଳେ ସ୍କୋରର ଅମରେଶ ବେହେରା, ରିଙ୍କୁ ବରିହା ଓ ଦିବ୍ୟ ପଣ୍ଡା, ରୋହିଣୀ ପାଣ୍ଡେ, ଏସ୍‌ ଜୟକିଷନ ରହିଥିଲେ। କୁମାର ଆନନ୍ଦ ପ୍ରମୁଖ ଧାରାବିବରଣୀ ପ୍ରଦାନ କରିଥିଲେ। ମଙ୍ଗଳବାର ରାଉରକେଲା ଓ ଏମ୍‌ଏମ୍‌ସିସି ସମ୍ବଲପୁର ମଧ୍ୟରେ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

The post କଟକକୁ ହରାଇ ସେମିଫାଇନାଲରେ ପହଞ୍ଚିଲା ସମ୍ବଲପୁର appeared first on Dharitri Odia News.