ରାଜଧାନୀରେ ଡବଲ ଏନକାଉଣ୍ଟର, ପୋଲିସ ଗୁଳିରେ ଦୁଇ ଲୁଟେରା ଆହତ

ନନ୍ଦିଘୋଷ ବ୍ୟୁରୋ : କ୍ରିମିନାଲଙ୍କ ଆକ୍ସନ ପରେ ପୋଲିସର ରିଆକ୍ସନ। ରାଜଧାନୀ ଭୁବନେଶ୍ବରରେ ଡବଲ ଏନକାଉଣ୍ଟର। ଦୁଇଜଣ ଲୁଟେରାଙ୍କୁ ଏନକାଉଣ୍ଟର... The post ରାଜଧାନୀରେ ଡବଲ ଏନକାଉଣ୍ଟର, ପୋଲିସ ଗୁଳିରେ ଦୁଇ ଲୁଟେରା ଆହତ appeared first on .

ରାଜଧାନୀରେ ଡବଲ ଏନକାଉଣ୍ଟର, ପୋଲିସ ଗୁଳିରେ ଦୁଇ ଲୁଟେରା ଆହତ

ନନ୍ଦିଘୋଷ ବ୍ୟୁରୋ : କ୍ରିମିନାଲଙ୍କ ଆକ୍ସନ ପରେ ପୋଲିସର ରିଆକ୍ସନ। ରାଜଧାନୀ ଭୁବନେଶ୍ବରରେ ଡବଲ ଏନକାଉଣ୍ଟର। ଦୁଇଜଣ ଲୁଟେରାଙ୍କୁ ଏନକାଉଣ୍ଟର କରିଛି ସ୍ପେଶାଲ ସ୍କାର୍ଡ। ଗୁରୁତର ଅବସ୍ଥାରେ ଦୁଇ ଲୁଟେରାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲୁଟେରା ଦ୍ବୟ ବିହାର କଟିହାରରୁ ଆସିଥିବା ଜଣାପଡିଛି। ଦୁଇ ଲୁଟେରାଙ୍କୁ ପୋଲିସ କାବୁ କରିବାକୁ ଯାଉଥିବା ବେଳେ ସେମାନେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲେ। ଫଳରେ ପୋଲିସର ପାଲଟା ଗୁଳିଚାଳନାରେ ଦୁଇଜଣ ଆହତ ହୋଇଥିବା ଜଣାପଡିଛି।

ପୋଲିସ ଏନକାଉଣ୍ଟରରେ ଆହତ ଦୁଇ ଲୁଟେରା ହେଲେ ସୋନୁ ଯାଦବ ଓ ମନୀଷ ଯାଦବ। ସମ୍ପୃକ୍ତ ୨ ଜଣଙ୍କୁ ଧରିବାକୁ ଦୀର୍ଘଦିନ ହେବ ଯୋଜନା କରୁଥିଲା ପୋଲିସ । ଗୁଇନ୍ଦା ସୂଚନାକୁ ଆଧାର କରି ଜାଲ ବିଛାଇଥିଲା ପୋଲିସ । ଉଭୟ ଲୁଟେରାଙ୍କ ନାଁରେ ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା । ଅପରାଧୀଙ୍କ ଗୁଳିର ଜବାବ ଗୁଳିରେ ଦେଲା ପୋଲିସ। ଦୁଇ କୁଖ୍ୟାତ ଅପରାଧୀଙ୍କ ନାଁ ରେ ବହୁ ଅପରାଧିକ ମାମଲା ରହିଛି। ୨୦ ମାର୍ଚ୍ଚରେ ଭୁବନେଶ୍ୱର ସମେତ ପୁରୀରେ ଲୁଟ କରି ପୁଣି ବିହାର ଚାଲିଯାଇଥିଲେ।

ଏହା ପରେ ପୁଣି ରାଜଧାନୀ ଆସି ବଡ଼ଗଡ଼ ଅଞ୍ଚଳରେ ପୁଣି ଲୁଟ୍ କରିବାକୁ ପ୍ରସ୍ତୁତ ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଧରିବାକୁ ଉଦ୍ୟମ ଵେକେ ପୋଲିସକୁ ଗୁଳିମାଡ଼ କରିଥିଲେ। ଏହାର ଜବାବରେ ପୋଲିସ ପ୍ରଥମେ ବ୍ଲାଙ୍କ ଫାଇରିଙ୍ଗ କରିଥିଲା। ଏହା ପରେ ପୋଲିସ ଦୁର୍ବୁତ୍ତଙ୍କୁ ଏନକାଉଣ୍ଟର କରିଥିଲା। ଦୁଇଟି ବନ୍ଧୁକ ଜବତ କରିଛି ପୋଲିସ। ଅନ୍ୟ କାହାରି ସମ୍ପୃକ୍ତି ରହିଛି ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

The post ରାଜଧାନୀରେ ଡବଲ ଏନକାଉଣ୍ଟର, ପୋଲିସ ଗୁଳିରେ ଦୁଇ ଲୁଟେରା ଆହତ appeared first on .