ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଅଭିଯୁକ୍ତ ଗିରଫ

ଭୁବନେଶ୍ବର ୩୧।୧୦ : ରାଜଧାନୀରେ ଲଜ୍ଜା । ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ । ଭୁବନେଶ୍ୱର ଚନ୍ଦ୍ରଶେଖପୁରରେ ଅଞ୍ଚଳ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ଖବର ଅନୁଯାୟୀ, ଗତ ୧୦ ଦିନ ତଳେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ନୟାପଲ୍ଲୀ ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଆକ୍ସନମୋଡ଼କୁ ଆସିଥିଲା ନୟାପଲ୍ଲୀ ଥାନା ପୋଲିସ । ବିଭିନ୍ନ ସ୍ଥାନରେ ଚଢାଉ କରି ଘଟଣାରେ ସାମିଲ୍‌ ଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଗିରଫ ଅଭିଯୁକ୍ତମାନେ ଚନ୍ଦ୍ରଶେଖରପୁର ଓ ନୟାପଲ୍ଲୀ ଥାନା ଅଞ୍ଚଳ ବୋଲି ସୂଚନା ମିଳିଛି । ସେପଟେ ଗିରଫ ପରେ ଅଭିଯୁକ୍ତଙ୍କ ସଂପର୍କରେ ଆଉ କୌଣସି ତଥ୍ୟ ହସ୍ତଗତ ହୋଇନାହିଁ । ପୋଲିସର ତଦନ୍ତ ଏବଂ ପ୍ରାଥମିକ ରିପୋର୍ଟ ଆସିବା ପରେ ଘଟଣାସଂପର୍କରେ ସବିଶେଷ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି । 

ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଅଭିଯୁକ୍ତ ଗିରଫ

ଭୁବନେଶ୍ବର ୩୧।୧୦ : ରାଜଧାନୀରେ ଲଜ୍ଜା । ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ । ଭୁବନେଶ୍ୱର ଚନ୍ଦ୍ରଶେଖପୁରରେ ଅଞ୍ଚଳ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ । 

ଖବର ଅନୁଯାୟୀ, ଗତ ୧୦ ଦିନ ତଳେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ନୟାପଲ୍ଲୀ ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଆକ୍ସନମୋଡ଼କୁ ଆସିଥିଲା ନୟାପଲ୍ଲୀ ଥାନା ପୋଲିସ । ବିଭିନ୍ନ ସ୍ଥାନରେ ଚଢାଉ କରି ଘଟଣାରେ ସାମିଲ୍‌ ଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଗିରଫ ଅଭିଯୁକ୍ତମାନେ ଚନ୍ଦ୍ରଶେଖରପୁର ଓ ନୟାପଲ୍ଲୀ ଥାନା ଅଞ୍ଚଳ ବୋଲି ସୂଚନା ମିଳିଛି । 

ସେପଟେ ଗିରଫ ପରେ ଅଭିଯୁକ୍ତଙ୍କ ସଂପର୍କରେ ଆଉ କୌଣସି ତଥ୍ୟ ହସ୍ତଗତ ହୋଇନାହିଁ । ପୋଲିସର ତଦନ୍ତ ଏବଂ ପ୍ରାଥମିକ ରିପୋର୍ଟ ଆସିବା ପରେ ଘଟଣାସଂପର୍କରେ ସବିଶେଷ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।