ରାଜଧାନୀରେ ବିଜେଡି ସୁପ୍ରିମୋଙ୍କ ମେଗା ରୋଡ ସୋ

ଭୁବନେଶ୍ୱର : ରାଜଧାନୀରେ ବିଜେଡି ସୁପ୍ରିମୋଙ୍କ ସୁପର ସୋ । ମେଗା ରୋଡ ସୋ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଙ୍ଗନଗର ଛକରୁ ବାହାରିଥିଲା ରୋଡ ସୋ । ସ୍ବତନ୍ତ୍ର ବସ ଯୋଗେ ରୋଡ୍ ସୋ’ରେ ବାହାରିଥିଲେ ନବୀନ । ବାଟରେ ବିଭିନ୍ନ ସ୍ଥାନରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ନିଜର ପ୍ରିୟ ଜନନାୟକଙ୍କୁ ଦେଖିବାକୁ ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ଲୋକଙ୍କ ଭିଡ଼ ଲାଗିଥିଲା । ହାତ ହଲାଇ ଅଭିବାଦନ […] The post ରାଜଧାନୀରେ ବିଜେଡି ସୁପ୍ରିମୋଙ୍କ ମେଗା ରୋଡ ସୋ appeared first on KNews Odisha.

ରାଜଧାନୀରେ ବିଜେଡି ସୁପ୍ରିମୋଙ୍କ ମେଗା ରୋଡ ସୋ
cm

ଭୁବନେଶ୍ୱର : ରାଜଧାନୀରେ ବିଜେଡି ସୁପ୍ରିମୋଙ୍କ ସୁପର ସୋ । ମେଗା ରୋଡ ସୋ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଙ୍ଗନଗର ଛକରୁ ବାହାରିଥିଲା ରୋଡ ସୋ । ସ୍ବତନ୍ତ୍ର ବସ ଯୋଗେ ରୋଡ୍ ସୋ’ରେ ବାହାରିଥିଲେ ନବୀନ । ବାଟରେ ବିଭିନ୍ନ ସ୍ଥାନରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ନିଜର ପ୍ରିୟ ଜନନାୟକଙ୍କୁ ଦେଖିବାକୁ ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ଲୋକଙ୍କ ଭିଡ଼ ଲାଗିଥିଲା । ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ । ଆପଣମାନେ ଖୁସିତ ବୋଲି ଜନତାଙ୍କୁ ପଚାରିଥିଲେ । ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅପିଲ୍ କରିଥିଲେ ।

ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅପିଲ୍ କରିଛନ୍ତି ବିଜେଡି ସୁପ୍ରିମୋ । ରୋଡ ସୋ ବେଳେ ମଝିରେ ମଝିରେ ଉଦବୋଧନ ଦେଇଥିଲେ । ଜୁଲାଇରୁ ବିଜୁଳି ବିଲ୍ ଫ୍ରି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ରୋଡ୍ ସୋ ବେଳେ ଉପସ୍ଥିତ ଥିଲେ ବିଜେଡିର ମୁଖ୍ୟ ନିର୍ବାଚନ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ ।

The post ରାଜଧାନୀରେ ବିଜେଡି ସୁପ୍ରିମୋଙ୍କ ମେଗା ରୋଡ ସୋ appeared first on KNews Odisha.