ରାଜଧାନୀରେ ଭୂମିକମ୍ପ ନା ଗୁଜବ । ସୋସିଆଲ ମିଡିଆରେ ଘୁରିବୁଲିଲା ପୋଷ୍ଟ ।

କନକ ବ୍ୟୁରୋ: ଭୁବନେଶ୍ୱରରେ ଭୂମ୍ପକମ୍ପ ଚର୍ଚ୍ଚା । ଆଜି ସକାଳେ ୨-୩ ସେକେଣ୍ଡ ପାଇଁ ରାଜଧାନୀ ଝଟକା ଅନୁଭୂତ ହୋଇଥିବା ଆଲୋଚନା ଜୋର ଧରିଥିଲା । ବିଶେଷକରି ଭୀମଟାଙ୍ଗି ଓ ପୁରୁଣା ଭୁବନେଶ୍ୱରରେ ଏହି ଝଟକା ହୋଇଥିଲା ଲୋକେ କହୁଛନ୍ତି । ତେବେ ଭୂମିକମ୍ପ ନେଇ ସେସମୋଲଜି ବିଭାଗ କୌଣସି ସ୍ପଷ୍ଟ କରିନାହିଁ ।  ରାଜଧାନୀରେ ମୃଦୁ ଭୂମିକମ୍ପର ଚର୍ଚ୍ଚା । ଆଜି ସକାଳ ପ୍ରାୟ ୭ଟା ୧୦ରେ ଏଭଳି ଏକ ଖବର ସାରା ସହରକୁ ବ୍ୟାପିଯାଇଥିଲା । ବିଭିନ୍ନ ସ୍ଥାନରେ କମ୍ପନ ଅନୁଭବ କରିଥିବା ଲୋକେ କୁହାକୁହି ହୋଇଥିଲେ । ଲୋକଙ୍କ କହିବା କଥା ହେଲା, କିଛି ସ୍ଥାନରେ ପ୍ରଚଣ୍ଡ ଶଦ୍ଦ ହୋଇଥିବାବେଳେ ଆଉ କିଛି ସ୍ଥାନରେ ହାଲୁକା ଝଟକା ବି ଅନୁଭବ ହୋଇଥିଲା । ଏପରିକି ସୋସିଆଲ ମିଡିଆରେ ମଧ୍ୟ  ରାଜଧାନୀର ଅନେକ ଲୋକ ଏ ନେଇ ପୋଷ୍ଟ କରିଥିଲେ ।  ଲୋକଙ୍କ କହିବା କଥା ହେଲା,  ପ୍ରାୟ ୨ରୁ ୩ ସେକେଣ୍ଡ ପର୍ଯ୍ୟନ୍ତ ରାଜଧାନୀ ଥରି ଉଠିଥିଲା । ବିଶେଷକରି ପୁରୁଣା ଭୁବନେଶ୍ୱର, ଭୀମଟାଙ୍ଗୀ, ସିଆରପି ଓ ନୟାପଲ୍ଲୀ ଅଞ୍ଚଳରେ କମ୍ପନ ହୋଇଥିବା କହିଛନ୍ତି ଲୋକେ । କିନ୍ତୁ ଭୂମିକମ୍ପ ନେଇ ସ୍ପଷ୍ଟ କରୁଥିବା ସଂସ୍ଥା ସେସମୋଲଜି ବିଭାଗ ଭୁବନେଶ୍ୱରରେ ଭୂମିକମ୍ପ ନେଇ କୌଣସି ସୂଚନା ଦେଇନାହିଁ । ତେଣୁ ଏହା ପଛର ସତ କଣ ତାହା ଏବେ ବି ରହସ୍ୟରେ ରହିଛି । ଏପଟେ ଭୂତତ୍ତ୍ବବିତ୍ ବି କହିଛନ୍ତି, ଭୁବନେଶ୍ୱର ଡେଞ୍ଜର ଜୋନରେ ନାହିଁ । ନଭେମ୍ୱରରେ ଭୂମ୍ପକମ୍ପ ହେବ ବୋଲି ବ

ରାଜଧାନୀରେ ଭୂମିକମ୍ପ ନା ଗୁଜବ । ସୋସିଆଲ ମିଡିଆରେ ଘୁରିବୁଲିଲା ପୋଷ୍ଟ ।

କନକ ବ୍ୟୁରୋ: ଭୁବନେଶ୍ୱରରେ ଭୂମ୍ପକମ୍ପ ଚର୍ଚ୍ଚା । ଆଜି ସକାଳେ ୨-୩ ସେକେଣ୍ଡ ପାଇଁ ରାଜଧାନୀ ଝଟକା ଅନୁଭୂତ ହୋଇଥିବା ଆଲୋଚନା ଜୋର ଧରିଥିଲା । ବିଶେଷକରି ଭୀମଟାଙ୍ଗି ଓ ପୁରୁଣା ଭୁବନେଶ୍ୱରରେ ଏହି ଝଟକା ହୋଇଥିଲା ଲୋକେ କହୁଛନ୍ତି । ତେବେ ଭୂମିକମ୍ପ ନେଇ ସେସମୋଲଜି ବିଭାଗ କୌଣସି ସ୍ପଷ୍ଟ କରିନାହିଁ । 

ରାଜଧାନୀରେ ମୃଦୁ ଭୂମିକମ୍ପର ଚର୍ଚ୍ଚା । ଆଜି ସକାଳ ପ୍ରାୟ ୭ଟା ୧୦ରେ ଏଭଳି ଏକ ଖବର ସାରା ସହରକୁ ବ୍ୟାପିଯାଇଥିଲା । ବିଭିନ୍ନ ସ୍ଥାନରେ କମ୍ପନ ଅନୁଭବ କରିଥିବା ଲୋକେ କୁହାକୁହି ହୋଇଥିଲେ । ଲୋକଙ୍କ କହିବା କଥା ହେଲା, କିଛି ସ୍ଥାନରେ ପ୍ରଚଣ୍ଡ ଶଦ୍ଦ ହୋଇଥିବାବେଳେ ଆଉ କିଛି ସ୍ଥାନରେ ହାଲୁକା ଝଟକା ବି ଅନୁଭବ ହୋଇଥିଲା । ଏପରିକି ସୋସିଆଲ ମିଡିଆରେ ମଧ୍ୟ  ରାଜଧାନୀର ଅନେକ ଲୋକ ଏ ନେଇ ପୋଷ୍ଟ କରିଥିଲେ । 
 
ଲୋକଙ୍କ କହିବା କଥା ହେଲା,  ପ୍ରାୟ ୨ରୁ ୩ ସେକେଣ୍ଡ ପର୍ଯ୍ୟନ୍ତ ରାଜଧାନୀ ଥରି ଉଠିଥିଲା । ବିଶେଷକରି ପୁରୁଣା ଭୁବନେଶ୍ୱର, ଭୀମଟାଙ୍ଗୀ, ସିଆରପି ଓ ନୟାପଲ୍ଲୀ ଅଞ୍ଚଳରେ କମ୍ପନ ହୋଇଥିବା କହିଛନ୍ତି ଲୋକେ । କିନ୍ତୁ ଭୂମିକମ୍ପ ନେଇ ସ୍ପଷ୍ଟ କରୁଥିବା ସଂସ୍ଥା ସେସମୋଲଜି ବିଭାଗ ଭୁବନେଶ୍ୱରରେ ଭୂମିକମ୍ପ ନେଇ କୌଣସି ସୂଚନା ଦେଇନାହିଁ । ତେଣୁ ଏହା ପଛର ସତ କଣ ତାହା ଏବେ ବି ରହସ୍ୟରେ ରହିଛି । ଏପଟେ ଭୂତତ୍ତ୍ବବିତ୍ ବି କହିଛନ୍ତି, ଭୁବନେଶ୍ୱର ଡେଞ୍ଜର ଜୋନରେ ନାହିଁ । ନଭେମ୍ୱରରେ ଭୂମ୍ପକମ୍ପ ହେବ ବୋଲି ବିଭିନ୍ନ ପାଞ୍ଜି ଭବିଷ୍ୟବାଣୀ କରିଥିଲେ । ତେଣୁ ଭୂମିକମ୍ପ ଚର୍ଚ୍ଚା ପାଞ୍ଜିର ଭବିଷ୍ୟବାଣୀକୁ ବଳ ଦେଇଛି ।