ରାଜଧାନୀରେ ମହିଳାଙ୍କ ହାଇଡ୍ରାମା, ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଟକାଇଲେ
ଭୁବନେଶ୍ଵର: ଭୁବନେଶ୍ବର ରସୁଲଗଡ଼ ଛକରେ ମହିଳାଙ୍କ ହାଇଡ୍ରାମା । ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଅଟକାଇଲେ ମହିଳା । କ’ଣ ପାଇଁ କାରକେଡ୍ ସାମ୍ନାକୁ ଆସିଲେ କାରଣ ଅସ୍ପଷ୍ଟ । ମହିଳାଙ୍କୁ ବୁଝାସୁଝା କରି ପୋଲିସ ବିଦା କରିବା ସହ ମୁଖ୍ୟମନ୍ତ୍ରୀଙ୍କ କାରକେକଡକୁ କ୍ଲିୟର କରିଛି।ସୂଚନା ଅନୁଯାୟୀ, ଆଜି ଭିଏସ୍ଏସ୍ ନଗରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଥିଲା। ସେଠାରେ ଯୋଗ ଦେଇ ଫେରିବା ସମୟରେ ରସୁଲଗଡ଼ ଓଭର ବ୍ରିଜ୍ ତଳେ ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍କୁ ପଶି ଆସିଥିଲେ ଜଣେ ମହିଳା। ଓଭରବ୍ରିଜ୍ ତଳେ ମହିଳା ଜଣକ ପାଇଲଟିଂ କାର୍ ଆଗକୁ ପଳାଇ ଆସିଥିଲେ। ପୁଲିସ କର୍ମଚାରୀମାନେ ତାଙ୍କୁ ଅଟକାଇଥିଲେ। ହେଲେ ମହିଳା ଜଣକ ପୋଲିସ୍ କର୍ମଚାରୀଙ୍କ ସହିତ ଠେଲାପେଲା କରିଥିଲେ। ପୋଲିସ୍ କର୍ମଚାରୀମାନେ ତାଙ୍କୁ କାବୁ କରିନେଇଥିଲେ। ହେଲେ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ତେବେ ମହିଳା ଜଣକ କ’ଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍କୁ ଅଟକାଇବାକୁ ଚେଷ୍ଟା କରୁଥିଲେ,ତାହା ଜଣାପଡ଼ିନି। ମହିଳାଙ୍କ ଏପରି ପ୍ରତିବାଦକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।
ଭୁବନେଶ୍ଵର: ଭୁବନେଶ୍ବର ରସୁଲଗଡ଼ ଛକରେ ମହିଳାଙ୍କ ହାଇଡ୍ରାମା । ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଅଟକାଇଲେ ମହିଳା । କ’ଣ ପାଇଁ କାରକେଡ୍ ସାମ୍ନାକୁ ଆସିଲେ କାରଣ ଅସ୍ପଷ୍ଟ । ମହିଳାଙ୍କୁ ବୁଝାସୁଝା କରି ପୋଲିସ ବିଦା କରିବା ସହ ମୁଖ୍ୟମନ୍ତ୍ରୀଙ୍କ କାରକେକଡକୁ କ୍ଲିୟର କରିଛି।
ସୂଚନା ଅନୁଯାୟୀ, ଆଜି ଭିଏସ୍ଏସ୍ ନଗରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଥିଲା। ସେଠାରେ ଯୋଗ ଦେଇ ଫେରିବା ସମୟରେ ରସୁଲଗଡ଼ ଓଭର ବ୍ରିଜ୍ ତଳେ ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍କୁ ପଶି ଆସିଥିଲେ ଜଣେ ମହିଳା। ଓଭରବ୍ରିଜ୍ ତଳେ ମହିଳା ଜଣକ ପାଇଲଟିଂ କାର୍ ଆଗକୁ ପଳାଇ ଆସିଥିଲେ। ପୁଲିସ କର୍ମଚାରୀମାନେ ତାଙ୍କୁ ଅଟକାଇଥିଲେ। ହେଲେ ମହିଳା ଜଣକ ପୋଲିସ୍ କର୍ମଚାରୀଙ୍କ ସହିତ ଠେଲାପେଲା କରିଥିଲେ।
ପୋଲିସ୍ କର୍ମଚାରୀମାନେ ତାଙ୍କୁ କାବୁ କରିନେଇଥିଲେ। ହେଲେ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ତେବେ ମହିଳା ଜଣକ କ’ଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍କୁ ଅଟକାଇବାକୁ ଚେଷ୍ଟା କରୁଥିଲେ,ତାହା ଜଣାପଡ଼ିନି। ମହିଳାଙ୍କ ଏପରି ପ୍ରତିବାଦକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।