ବିଧାନସଭାରେ ଉଠିଲା ମୁକୁଳା ଡ୍ରେନ୍ ଓ ଆପାର୍ଟମେଣ୍ଟ ପ୍ରସଙ୍ଗ, ମନ୍ତ୍ରୀ କହିଲେ ଖୁବଶୀଘ୍ର ସମାଧାନ

ଭୁବନେଶ୍ୱର ୧୧/୦୯: ବିଧାନସଭାରେ ଭୁବନେଶ୍ୱରରେ ମୁକୁଳା ଡ୍ରେନ ଏବଂ ଆପାର୍ଟମେଣ୍ଟ ଗୁଡିକରେ swerage treatment plant ନଥିବା ଉଠିବା ପ୍ରସଙ୍ଗ। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ dr କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ସୂଚନା । ସେ କହିଛନ୍ତି ମୁକୁଳା ଡ୍ରେନକୁ ନେଇ ସମସ୍ୟା ଦୀର୍ଘ ଦିନ ହେବ ଲାଗି ରହିଛି । ଆମ ସରକାର ଆସିବା ପରେ ଏହାକୁ ଗୁରୁତର ସହ ନେଇଛି। ପୂର୍ବରୁ ଡ୍ରେନ ଉପରେ ସ୍ଲାବ ପକେଇବାକୁ ସମୟ ହେଇନଥିଲା । ଏବେ ନୂତନ ସରକାର ଆସିବା ପରେ ଏହି ପ୍ରକ୍ରିୟା ତ୍ୱରାନିତ୍ଵ କରିଛି । ବଜେଟରେ ମଧ୍ୟ ୨୦୦ କୋଟି ଟଙ୍କାର ବଜେଟ୍ ଆଲୋକେଟ୍ ହୋଇଛି । ସବୁ ମୁକୁଳା ଡ୍ରେନ କଭର ହେବ ତାକୁ ନେଇ ନିର୍ଦ୍ଦେଶ ହୋଇଛି । ଏନ୍‌ଜିଟି ଗାଇଡ ଲାଇନ୍ ଅନୁସାରେ ସବୁ ମୁଖ୍ୟ ଡ୍ରେନକୁ କଭର କରି ହେବନି ତେଣୁ ଏହାର ଚାରିପଟେ ବ୍ୟାରିକେଟିଂର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ହୋଇଛି । ଡିସେମ୍ବର ମାସ ଭିତରେ ଏହି କାମ ଶେଷ ପାଇଁ ନିର୍ଦ୍ଦେଶ ରହିଛି । ସେହିଭଳି ଭୁବନେଶ୍ୱର ଅଂଚଳରେ ୫୩୫ ଆପାର୍ଟମେଂଟରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ନଥିବା ଆପାର୍ଟମେଂଟ ଗୁଡିକର ତୀକ୍ଷ୍ଣ ନଜର ରଖାଯାଉଛି । ଜନସାଧାରଣଙ୍କ ସୁବିଧା ବଦଳରେ ଯିଏ ଅସୁବିଧା ସୃଷ୍ଟି କରୁଛି ତାଙ୍କ  ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ବିଧାନସଭାରେ ଉଠିଲା ମୁକୁଳା ଡ୍ରେନ୍ ଓ ଆପାର୍ଟମେଣ୍ଟ ପ୍ରସଙ୍ଗ, ମନ୍ତ୍ରୀ କହିଲେ ଖୁବଶୀଘ୍ର ସମାଧାନ

ଭୁବନେଶ୍ୱର ୧୧/୦୯: ବିଧାନସଭାରେ ଭୁବନେଶ୍ୱରରେ ମୁକୁଳା ଡ୍ରେନ ଏବଂ ଆପାର୍ଟମେଣ୍ଟ ଗୁଡିକରେ swerage treatment plant ନଥିବା ଉଠିବା ପ୍ରସଙ୍ଗ। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ dr କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ସୂଚନା । ସେ କହିଛନ୍ତି ମୁକୁଳା ଡ୍ରେନକୁ ନେଇ ସମସ୍ୟା ଦୀର୍ଘ ଦିନ ହେବ ଲାଗି ରହିଛି । 

ଆମ ସରକାର ଆସିବା ପରେ ଏହାକୁ ଗୁରୁତର ସହ ନେଇଛି। ପୂର୍ବରୁ ଡ୍ରେନ ଉପରେ ସ୍ଲାବ ପକେଇବାକୁ ସମୟ ହେଇନଥିଲା । ଏବେ ନୂତନ ସରକାର ଆସିବା ପରେ ଏହି ପ୍ରକ୍ରିୟା ତ୍ୱରାନିତ୍ଵ କରିଛି । ବଜେଟରେ ମଧ୍ୟ ୨୦୦ କୋଟି ଟଙ୍କାର ବଜେଟ୍ ଆଲୋକେଟ୍ ହୋଇଛି । ସବୁ ମୁକୁଳା ଡ୍ରେନ କଭର ହେବ ତାକୁ ନେଇ ନିର୍ଦ୍ଦେଶ ହୋଇଛି । ଏନ୍‌ଜିଟି ଗାଇଡ ଲାଇନ୍ ଅନୁସାରେ ସବୁ ମୁଖ୍ୟ ଡ୍ରେନକୁ କଭର କରି ହେବନି ତେଣୁ ଏହାର ଚାରିପଟେ ବ୍ୟାରିକେଟିଂର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ହୋଇଛି । 

ଡିସେମ୍ବର ମାସ ଭିତରେ ଏହି କାମ ଶେଷ ପାଇଁ ନିର୍ଦ୍ଦେଶ ରହିଛି । ସେହିଭଳି ଭୁବନେଶ୍ୱର ଅଂଚଳରେ ୫୩୫ ଆପାର୍ଟମେଂଟରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ନଥିବା ଆପାର୍ଟମେଂଟ ଗୁଡିକର ତୀକ୍ଷ୍ଣ ନଜର ରଖାଯାଉଛି । ଜନସାଧାରଣଙ୍କ ସୁବିଧା ବଦଳରେ ଯିଏ ଅସୁବିଧା ସୃଷ୍ଟି କରୁଛି ତାଙ୍କ  ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।