ରାଜଧାନୀରେ ମା’ କୋଳରୁ ପୁଅକୁ ଝାମ୍ପିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର,୧୩ା୪: ଦୃଷ୍ଟିବାଧିତ ମା’ ଜଣକ ପୋଲିସ ନିକଟରେ କାନ୍ଦି କାନ୍ଦି କହିଛି, ମୁଁ ଦେଖି ପାରୁନି ବୋଲି ମୋ’ ପିଲାକୁ କେହି ଚୋରେଇ ନେଲା, ମୁଁ ଅନୁରୋଧ କରୁଛି ମୋ’ ପିଲାକୁ ମୋତେ ଫେରାଇ ଦିଅ। ଏମିତି ଦୃଶ୍ୟ କେଉଁ ଗାଁ ଗହଳିର ନୁହେଁ, ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି।  ରାଜଧାନୀରେ ପିଲା ଚୋରି ହୋଇଛି। ଜନଗହଳିପୂର୍ଣ୍ଣ ରାମମନ୍ଦିର ପାଖ ରାସ୍ତାରୁ ଏକ ଦେଢ଼ ବର୍ଷର ଶିଶୁପୁତ୍ରକୁ କେହି ଚୋରି କରି ନେଇଥିବା ଅଭିଯୋଗ ହୋଇଛି। […] The post ରାଜଧାନୀରେ ମା’ କୋଳରୁ ପୁଅକୁ ଝାମ୍ପିନେଲେ ଦୁର୍ବୃତ୍ତ appeared first on Dharitri Odia News.

ରାଜଧାନୀରେ ମା’ କୋଳରୁ ପୁଅକୁ ଝାମ୍ପିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର,୧୩ା୪: ଦୃଷ୍ଟିବାଧିତ ମା’ ଜଣକ ପୋଲିସ ନିକଟରେ କାନ୍ଦି କାନ୍ଦି କହିଛି, ମୁଁ ଦେଖି ପାରୁନି ବୋଲି ମୋ’ ପିଲାକୁ କେହି ଚୋରେଇ ନେଲା, ମୁଁ ଅନୁରୋଧ କରୁଛି ମୋ’ ପିଲାକୁ ମୋତେ ଫେରାଇ ଦିଅ। ଏମିତି ଦୃଶ୍ୟ କେଉଁ ଗାଁ ଗହଳିର ନୁହେଁ, ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି।  ରାଜଧାନୀରେ ପିଲା ଚୋରି ହୋଇଛି। ଜନଗହଳିପୂର୍ଣ୍ଣ ରାମମନ୍ଦିର ପାଖ ରାସ୍ତାରୁ ଏକ ଦେଢ଼ ବର୍ଷର ଶିଶୁପୁତ୍ରକୁ କେହି ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଜଣେ ଦୃଷ୍ଟିବାଧିତ ମାଆ କୋଳରୁ ଶିଶୁପୁତ୍ରକୁ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ଶନିବାର ବିଳମ୍ବିତ ରାତିରେ ଝାମ୍ପି ନେଇଥିବା ନେଇ ଖାରବେଳ ନଗର ଥାନାର ଦ୍ବାରସ୍ଥ ହୋଇଛନ୍ତି ଦୃଷ୍ଟିବାଧିତ ମାଆ। ଅଭିଯୋଗ ପାଇବା ପରେ ପୋଲିସ ଖୋଳତାଡ଼ ଆରମ୍ଭ କରିଛି।

The post ରାଜଧାନୀରେ ମା’ କୋଳରୁ ପୁଅକୁ ଝାମ୍ପିନେଲେ ଦୁର୍ବୃତ୍ତ appeared first on Dharitri Odia News.