ରାଜଧାନୀରେ ସହଦେବ ନାଏକ ହତ୍ୟା ଘଟଣା, କଟକରୁ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର ୦୧।୦୩ : ରସୁଲଗଡ଼ ଓଭରବ୍ରିଜ୍‌ ଉପରେ ସହଦେବ ନାଏକ ହତ୍ୟା ଘଟଣା । ଏହି ହତ୍ୟାକାଣ୍ଡରେ ପୋଲିସକୁ ମିଳିଲା ଆଉ ଏକ ସଫଳତା । ଘଟଣାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଥିବା ସୁସେଇ ନାଏକକୁ ଗିରଫ କଲା କମିଶନରେଟ୍‌ ପୋଲିସ । କଟକ କାନପୁର ଥାନା ଚମ୍ବେଶ୍ୱର ଗାଁରୁ ସୁସେଇ ଓରଫ ସୁଶାନ୍ତ ନାଏକକୁ ଗିରଫ କରିଛି ପୋଲିସ । ଖବର ଅନୁଯାୟୀ, ଜାନୁଆରୀ ୮ ତାରିଖ ଦିନ ସକାଳ ସମୟରେ ଭୁବନେଶ୍ୱର ରସୁଲଗଡ଼ ଓଭରବ୍ରିଜ୍‌ ନିକଟରେ ସହଦେବ ନାୟକଙ୍କୁ ବାଇକ୍‌ରେ ଆସି ହତ୍ୟା କରାଯାଇଥିଲା । ଏହାପରେ ଅଭିଯୁକ୍ତମାନେ ଦୟା ନଦୀରେ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଫିଙ୍ଗି ଦେଇଥିଲେ। ହେଲେ ପୋଲିସ ଘଟଣାର ତଦନ୍ତ କରି ୮ ତାରିଖ ସଂଧ୍ୟା ସୁଦ୍ଧା ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା କମିଶନରେଟ୍‌ ପୋଲିସ। ହେଲେ ବାକି ହତ୍ୟାକାଣ୍ଡରେ ଆଉ କିଛି ଅଭିଯୁକ୍ତ ଫେରାର ରହିଥିଲେ। ଶେଷରେ ଏକ ମାସରୁ ଅଧିକ ସମୟ ପରେ ମୁଖ୍ୟ ଅଭିଯୁକ୍ତ ରମା ନାଏକ ମଞ୍ଚେଶ୍ୱର ଥାନାରେ ଆତ୍ମସମର୍ପଣ କରିଥିଲେ । ଆଉ ଏବେ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା  ସୁସେଇ ନାଏକକୁ ଗିରଫ କଲା କମିଶନରେଟ୍ ପୋଲିସ। କଟକ କାନପୁର ଥାନା ଚମ୍ପେଶ୍ୱର୍ ଗ୍ରାମରୁ ଗିରଫ ହେଲା ସୁଷେଇ ଓରଫ ସୁଶାନ୍ତ ନାଏକ। ବର୍ତ୍ତମାନ ସୁଦ୍ଧା ଘଟଣାରେ ୬ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିସାରିଲାଣି ପୋଲିସ । ସେହିପରି ଅନ୍ୟପଟେ ଏହି ହତ୍ୟା ଘଟଣାରେ ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତଙ

ରାଜଧାନୀରେ ସହଦେବ ନାଏକ ହତ୍ୟା ଘଟଣା, କଟକରୁ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର ୦୧।୦୩ : ରସୁଲଗଡ଼ ଓଭରବ୍ରିଜ୍‌ ଉପରେ ସହଦେବ ନାଏକ ହତ୍ୟା ଘଟଣା । ଏହି ହତ୍ୟାକାଣ୍ଡରେ ପୋଲିସକୁ ମିଳିଲା ଆଉ ଏକ ସଫଳତା । ଘଟଣାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଥିବା ସୁସେଇ ନାଏକକୁ ଗିରଫ କଲା କମିଶନରେଟ୍‌ ପୋଲିସ । କଟକ କାନପୁର ଥାନା ଚମ୍ବେଶ୍ୱର ଗାଁରୁ ସୁସେଇ ଓରଫ ସୁଶାନ୍ତ ନାଏକକୁ ଗିରଫ କରିଛି ପୋଲିସ । 

ଖବର ଅନୁଯାୟୀ, ଜାନୁଆରୀ ୮ ତାରିଖ ଦିନ ସକାଳ ସମୟରେ ଭୁବନେଶ୍ୱର ରସୁଲଗଡ଼ ଓଭରବ୍ରିଜ୍‌ ନିକଟରେ ସହଦେବ ନାୟକଙ୍କୁ ବାଇକ୍‌ରେ ଆସି ହତ୍ୟା କରାଯାଇଥିଲା । ଏହାପରେ ଅଭିଯୁକ୍ତମାନେ ଦୟା ନଦୀରେ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଫିଙ୍ଗି ଦେଇଥିଲେ। ହେଲେ ପୋଲିସ ଘଟଣାର ତଦନ୍ତ କରି ୮ ତାରିଖ ସଂଧ୍ୟା ସୁଦ୍ଧା ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା କମିଶନରେଟ୍‌ ପୋଲିସ। ହେଲେ ବାକି ହତ୍ୟାକାଣ୍ଡରେ ଆଉ କିଛି ଅଭିଯୁକ୍ତ ଫେରାର ରହିଥିଲେ। ଶେଷରେ ଏକ ମାସରୁ ଅଧିକ ସମୟ ପରେ ମୁଖ୍ୟ ଅଭିଯୁକ୍ତ ରମା ନାଏକ ମଞ୍ଚେଶ୍ୱର ଥାନାରେ ଆତ୍ମସମର୍ପଣ କରିଥିଲେ । ଆଉ ଏବେ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା  ସୁସେଇ ନାଏକକୁ ଗିରଫ କଲା କମିଶନରେଟ୍ ପୋଲିସ। କଟକ କାନପୁର ଥାନା ଚମ୍ପେଶ୍ୱର୍ ଗ୍ରାମରୁ ଗିରଫ ହେଲା ସୁଷେଇ ଓରଫ ସୁଶାନ୍ତ ନାଏକ। ବର୍ତ୍ତମାନ ସୁଦ୍ଧା ଘଟଣାରେ ୬ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିସାରିଲାଣି ପୋଲିସ । 

ସେହିପରି ଅନ୍ୟପଟେ ଏହି ହତ୍ୟା ଘଟଣାରେ ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ନେଇ ଜେରା କରୁଛି ପୋଲିସ । ତେବେ ହତ୍ୟାକାଣ୍ଡ ପଛରେ ଡ୍ରଗ୍ସ ନା ଅନ୍ୟ କାରଣ ? ତାହା ପୋଲିସର ପୁରା ତଦନ୍ତ ପରେ ହିଁ ଜଣାପଡିବ ।