ଶେଷ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ; ୫୭ ଆସନରେ ୯୦୪ ପ୍ରାର୍ଥୀଙ୍କ ଚାଲିଛି ଭାଗ୍ୟ ପରୀକ୍ଷା
ନୂଆଦିଲ୍ଲୀ: ସପ୍ତମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି । ଶେଷ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ । ଦେଶର ୮ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ୫୭ ଆସନରେ ଭୋଟିଂ ଜାରି । ଅନ୍ତିମ ଚରଣରେ ୮ ରାଜ୍ୟର ୧୦ କୋଟିରୁ ଅଧିକ ମତଦାତା ନିଜ ମତାଧିକାର ସାବ୍ୟସ୍ତ କରିବେ । ମୈଦାନରେ ଥିବା ୯୦୪ ପ୍ରାର୍ଥୀଙ୍କ ଭାଗ୍ୟର ଇଭିଏମରେ ସିଲ୍ ହେବ । ଏହାସହ ଗତ ଅଢେଇ ମାସ ଧରି ଚାଲିଥିବା ନିର୍ବାଚନୀ ପ୍ରକ୍ରିୟାରେ ନିଜର ଶେଷ ପର୍ଯ୍ୟାୟରେ ପହଞ୍ଚିବ । ଏହାପରେ ଜୁନ୍ ୪ରେ ନିର୍ବାଚନ ଫଳାଫଳ ସମସ୍ତଙ୍କ ଅପେକ୍ଷା ରହିବ ।ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି। ଏହା ସଂଧ୍ୟା ୬ଟା ଯାଏ ଚାଲିବ । ତେବେ ମତଦାନ ବନ୍ଦ ହେବାର ସମୟ ସଂସଦୀୟ କ୍ଷେତ୍ର ଅନୁସାରେ ଭିନ୍ନ ହୋଇପାରେ । ସପ୍ତମ ପର୍ଯ୍ୟାୟରେ ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ବନ୍ଦ ହେବ । ଏଥି ମଧ୍ୟରୁ ପଞ୍ଜାବରେ ସର୍ବାଧିକ ୩୨୮ ପ୍ରାର୍ଥୀ ରହିଛନ୍ତି । ଯେଉଁଠି ସମସ୍ତ ୧୩ ଲୋକସଭା ଆସନ ମତଦାନ ହେଉଛି । ସେହିପରି ଉତ୍ତର ପ୍ରଦେଶର ମୋଟ୍ ୧୩ ଆସନ ପାଇଁ ୧୪୪ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ସବୁଠୁ କମ୍ ଚଣ୍ଡିଗଡ଼ରେ ଗୋଟିଏ ଆସନ ପାଇଁ ୧୯ ପ୍ରାର୍ଥୀ ଅଛନ୍ତି । ସେହିପରି ଓଡ଼ିଶା ୬ ଲୋକସଭା ଏବଂ ୪୨ ବିଧାନସଭା ଆସନରେ ମତଦାନ ହେଉଛି । ସେପଟେ ପଶ୍ଚିମବଙ୍ଗର ୯ ଆସନରେ ୧୨୪ ପ୍ରାର୍ଥୀ, ବିହାରର ୮ ଆସନ ପାଇଁ ୧୩୪ ପ୍ରାର୍ଥୀ, ହିମାଚଳ ପ୍ରଦେଶର ୪ ଆସନ ପାଇଁ ୩୭ ଜଣ, ଝାଡ଼ଖଣ୍ଡର ୩ ଆସନରେ ୫୨ ଜଣ
ନୂଆଦିଲ୍ଲୀ: ସପ୍ତମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି । ଶେଷ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ । ଦେଶର ୮ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ୫୭ ଆସନରେ ଭୋଟିଂ ଜାରି । ଅନ୍ତିମ ଚରଣରେ ୮ ରାଜ୍ୟର ୧୦ କୋଟିରୁ ଅଧିକ ମତଦାତା ନିଜ ମତାଧିକାର ସାବ୍ୟସ୍ତ କରିବେ । ମୈଦାନରେ ଥିବା ୯୦୪ ପ୍ରାର୍ଥୀଙ୍କ ଭାଗ୍ୟର ଇଭିଏମରେ ସିଲ୍ ହେବ । ଏହାସହ ଗତ ଅଢେଇ ମାସ ଧରି ଚାଲିଥିବା ନିର୍ବାଚନୀ ପ୍ରକ୍ରିୟାରେ ନିଜର ଶେଷ ପର୍ଯ୍ୟାୟରେ ପହଞ୍ଚିବ । ଏହାପରେ ଜୁନ୍ ୪ରେ ନିର୍ବାଚନ ଫଳାଫଳ ସମସ୍ତଙ୍କ ଅପେକ୍ଷା ରହିବ ।
ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି। ଏହା ସଂଧ୍ୟା ୬ଟା ଯାଏ ଚାଲିବ । ତେବେ ମତଦାନ ବନ୍ଦ ହେବାର ସମୟ ସଂସଦୀୟ କ୍ଷେତ୍ର ଅନୁସାରେ ଭିନ୍ନ ହୋଇପାରେ । ସପ୍ତମ ପର୍ଯ୍ୟାୟରେ ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ବନ୍ଦ ହେବ । ଏଥି ମଧ୍ୟରୁ ପଞ୍ଜାବରେ ସର୍ବାଧିକ ୩୨୮ ପ୍ରାର୍ଥୀ ରହିଛନ୍ତି । ଯେଉଁଠି ସମସ୍ତ ୧୩ ଲୋକସଭା ଆସନ ମତଦାନ ହେଉଛି । ସେହିପରି ଉତ୍ତର ପ୍ରଦେଶର ମୋଟ୍ ୧୩ ଆସନ ପାଇଁ ୧୪୪ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ସବୁଠୁ କମ୍ ଚଣ୍ଡିଗଡ଼ରେ ଗୋଟିଏ ଆସନ ପାଇଁ ୧୯ ପ୍ରାର୍ଥୀ ଅଛନ୍ତି । ସେହିପରି ଓଡ଼ିଶା ୬ ଲୋକସଭା ଏବଂ ୪୨ ବିଧାନସଭା ଆସନରେ ମତଦାନ ହେଉଛି । ସେପଟେ ପଶ୍ଚିମବଙ୍ଗର ୯ ଆସନରେ ୧୨୪ ପ୍ରାର୍ଥୀ, ବିହାରର ୮ ଆସନ ପାଇଁ ୧୩୪ ପ୍ରାର୍ଥୀ, ହିମାଚଳ ପ୍ରଦେଶର ୪ ଆସନ ପାଇଁ ୩୭ ଜଣ, ଝାଡ଼ଖଣ୍ଡର ୩ ଆସନରେ ୫୨ ଜଣେ ପ୍ରାର୍ଥୀଙ୍କ ଭୋଟ୍ ପଡ଼ିବ । ଏଡିଆର ରିପୋର୍ଟ ଅନୁସାରେ ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ମୋଟ ୯୫ ଅର୍ଥାତ୍ ୧୧ ପ୍ରତିଶତ ମହିଳା ପ୍ରାର୍ଥୀ ଅଛନ୍ତି ।