ରାଜନଗର ବିଧାୟକଙ୍କ ଘରକୁ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ, ଦେଲା ଚେତାବନୀ

ରାଜନଗର,୧୧।୭: କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଘରକୁ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡା ମାଡ଼ କରାଯାଇଛି। ଏଥିସହ ତାଙ୍କର କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଛି। ଏହା ପୂର୍ବରୁ ଗତ ୫ ତାରିଖରେ ଦଳ ପକ୍ଷରୁ ରାଜନଗରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ହେଲେ ବିଧାୟକଙ୍କ ଇଙ୍ଗିତରେ କିଛି ଲୋକ ସମ୍ପୃକ୍ତ କାର୍ଯ୍ୟକ୍ରମକୁ ବନ୍ଦ କରିଦେଇଥିଲେ। ଏପରିକି ଆଇନକୁ ମଧ୍ୟ ହାତକୁ ନେବାକୁ ଚେଷ୍ଟା କରିଥିଲେ ବୋଲି ଛାତ୍ର କଂଗ୍ରେସ ଅଭିଯୋଗ ଆଣିଛି। ଏହାର ଜବାବ ଭୁବନେଶ୍ୱର […] The post ରାଜନଗର ବିଧାୟକଙ୍କ ଘରକୁ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ, ଦେଲା ଚେତାବନୀ appeared first on Dharitri Odia News.

ରାଜନଗର ବିଧାୟକଙ୍କ ଘରକୁ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ, ଦେଲା ଚେତାବନୀ

ରାଜନଗର,୧୧।୭: କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଘରକୁ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡା ମାଡ଼ କରାଯାଇଛି। ଏଥିସହ ତାଙ୍କର କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଛି। ଏହା ପୂର୍ବରୁ ଗତ ୫ ତାରିଖରେ ଦଳ ପକ୍ଷରୁ ରାଜନଗରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ହେଲେ ବିଧାୟକଙ୍କ ଇଙ୍ଗିତରେ କିଛି ଲୋକ ସମ୍ପୃକ୍ତ କାର୍ଯ୍ୟକ୍ରମକୁ ବନ୍ଦ କରିଦେଇଥିଲେ। ଏପରିକି ଆଇନକୁ ମଧ୍ୟ ହାତକୁ ନେବାକୁ ଚେଷ୍ଟା କରିଥିଲେ ବୋଲି ଛାତ୍ର କଂଗ୍ରେସ ଅଭିଯୋଗ ଆଣିଛି। ଏହାର ଜବାବ ଭୁବନେଶ୍ୱର ଦିଆଯିବ ବୋଲି କଂଗ୍ରେସ କହିଛି। ଆଗକୁ ହେବାକୁ ଥିବା ବିଧାନସଭା ଅଧିବେଶନରେ ତାଙ୍କୁ ବିଧାନସଭାରେ ପଶିବାକୁ ଦିଆଯିବ ନାହିଁ। ତାଙ୍କୁ ବିରୋଧ କରାଯିବା ସହ କାଳିମାଡ଼ କରାଯିବ ବୋଲି ଛାତ୍ର କଂଗ୍ରେସ ଚେତାବନୀ ଦେଇଛି।

The post ରାଜନଗର ବିଧାୟକଙ୍କ ଘରକୁ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ, ଦେଲା ଚେତାବନୀ appeared first on Dharitri Odia News.