ରାଜନଗର ରଥଯାତ୍ରାରେ ରଥ ଦାଣ୍ଡ ଜନ ସମୁଦ୍ର, ବିଳମ୍ବରେ ହେଲା ରଥ ଟଣା
ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ରାଜନଗରର ପ୍ରାଚୀନ ଦଧିବାମନ ଜୀଉଙ୍କ ଘୋଷ ଯାତ୍ରା ୩୪୯ ବର୍ଷରେ ପଦାର୍ପଣ କରିଥିବାବେଳେ ଆଜି ଘୋଷଯାତ୍ରା ଦେଖିବାକୁ ଓ ରଥ ଟାଣିବାକୁ ପ୍ରତିକୂଳ ପାଣିପାଗ ସତ୍ତ୍ୱେ ରାଜନଗର ରଥ ଦାଣ୍ଡ ଜନ ସମୁଦ୍ରର ଭ୍ରମ ସୃଷ୍ଟି କରିଥିଲା। ଅନ୍ୟୁନ ୩୦ ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ଏଠାକାର ପରିବେଶକୁ ଆଧ୍ୟାତ୍ମିକମୟ କରିଦେଇଥିଲା। ଏଠାରେ ପରିଚ୍ଛା ଦୂର୍ଯୋଧନ ମିଶ୍ର ଛେରା ପହଁରା କରିଥିଲେ। କେତେକ କାରଣରୁ ଏଠାରେ ରଥ ଟଣା ବିଳମ୍ବିତ ହୋଇଛି। […]

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ରାଜନଗରର ପ୍ରାଚୀନ ଦଧିବାମନ ଜୀଉଙ୍କ ଘୋଷ ଯାତ୍ରା ୩୪୯ ବର୍ଷରେ ପଦାର୍ପଣ କରିଥିବାବେଳେ ଆଜି ଘୋଷଯାତ୍ରା ଦେଖିବାକୁ ଓ ରଥ ଟାଣିବାକୁ ପ୍ରତିକୂଳ ପାଣିପାଗ ସତ୍ତ୍ୱେ ରାଜନଗର ରଥ ଦାଣ୍ଡ ଜନ ସମୁଦ୍ରର ଭ୍ରମ ସୃଷ୍ଟି କରିଥିଲା। ଅନ୍ୟୁନ ୩୦ ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ଏଠାକାର ପରିବେଶକୁ ଆଧ୍ୟାତ୍ମିକମୟ କରିଦେଇଥିଲା। ଏଠାରେ ପରିଚ୍ଛା ଦୂର୍ଯୋଧନ ମିଶ୍ର ଛେରା ପହଁରା କରିଥିଲେ। କେତେକ କାରଣରୁ ଏଠାରେ ରଥ ଟଣା ବିଳମ୍ବିତ ହୋଇଛି। ଦେବୋତ୍ତର ବିଭାଗ ପକ୍ଷରୁ ଦାୟିତ୍ଵରେ ପାଟଣା ତହସିଲଦାର ଅଶ୍ଵିନୀ କୁମାର ନାଏକଙ୍କ ଉପସ୍ଥିତିରେ ତୁରୁମୁଙ୍ଗା ପୁଲିସ,ଡ୍ରାଇଭର ମହାସଂଘ ଏଠାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିଛନ୍ତି। ଅପରାହ୍ନ ୫ ଟାରୁ ଆରମ୍ଭ ହୋଇଥିବା ଏହି ରଥଯାତ୍ରାରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଓ ପୂର୍ବତନ ବିଧାୟକ ଜଗନ୍ନାଥ ନାଏକଙ୍କ ସହ ସ୍ଥାନୀୟ ସରପଞ୍ଚ ସୁଧାଂଶୁ ନାଏକ ପ୍ରମୁଖ ସାମିଲ ରହିଥିବା ଦେଖିବାକୁ ମିଳିଥିଲା। ୧୬୭୬ ମସିହାରେ ରାଜନଗରରେ କେନ୍ଦୁଝର ରାଜା ଲକ୍ଷ୍ମୀନାରାୟଣ ଭଞ୍ଜଙ୍କ ଦ୍ଵାରା ସ୍ଥାପିତ ଦଧିବାମନ ଜୀଉଙ୍କ ରଥଯାତ୍ରା ପ୍ରତିବର୍ଷ ହୋଇ ଆସୁଥିବା ବେଳେ ଅତୀତରେ ଥରକ ପାଇଁ ବୈତରଣୀ ବନ୍ୟାଜଳ ରଥ ଭସାଇ ନେବାରୁ ରଥଯାତ୍ରାରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ଏହା ଛଡ଼ା ମାଛଗଡ଼ ,ଉଦୟପୁର , ଖୀରେଇଟାଙ୍ଗିରୀ , ପ୍ରଧାନପଡ଼ା, ସରାସକୋଲା, ଟାଙ୍ଗରପଡା, ଦାମାହୁଦା , କୁଣ୍ଡଳା, ଭିମକୁଣ୍ଡ, ଡୁମୁରିଆ ଓ ପିପିଳିଆ ଆଦି ଗ୍ରାମ ରେ ମଧ୍ୟ ଆଜି ଘୋଷ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।