ରାଜନଗରରେ ଚାଲିଛି ଡଲଫିନ୍ ଗଣନା
କେନ୍ଦ୍ରାପଡ଼ା,୨୭ା୧: ସୋମବାରଠାରୁ ଆରମ୍ଭ ହୋଇଛି ଡଲ୍ଫିନ୍ ଗଣନା। ଏହି ଗଣନା ୩ଦିନ ଧରି ଚାଲିବ। ରାଜନଗର ବନଖଣ୍ଡ ଧାମରାରୁ ଦେବୀ ମୁହାଣ ଯାଏ ଏହ ଗଣନା ଚାଲିବ। ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଡଲଫିନ ଗଣନା ଚାଲିବ। ମୋଟ୍ ୯ଟି ଟିମ୍ରେ ୪ଜଣ ଲେଖାଏ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଆଜିସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହ ଗଣନା ଚାଲିବ ବୋଲି ସୂଚନା ମିଳିଛି। ସେହିପରି ଚିଲିକା ଡିଭିଜନ ବନ୍ୟପ୍ରାଣୀ ବିଭାଗ (ବାଲୁଗାଁ) ପକ୍ଷରୁ ସମଗ୍ର ଚିଲିକାରେ […] The post ରାଜନଗରରେ ଚାଲିଛି ଡଲଫିନ୍ ଗଣନା appeared first on Dharitri Odia News.
କେନ୍ଦ୍ରାପଡ଼ା,୨୭ା୧: ସୋମବାରଠାରୁ ଆରମ୍ଭ ହୋଇଛି ଡଲ୍ଫିନ୍ ଗଣନା। ଏହି ଗଣନା ୩ଦିନ ଧରି ଚାଲିବ। ରାଜନଗର ବନଖଣ୍ଡ ଧାମରାରୁ ଦେବୀ ମୁହାଣ ଯାଏ ଏହ ଗଣନା ଚାଲିବ। ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଡଲଫିନ ଗଣନା ଚାଲିବ। ମୋଟ୍ ୯ଟି ଟିମ୍ରେ ୪ଜଣ ଲେଖାଏ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଆଜିସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହ ଗଣନା ଚାଲିବ ବୋଲି ସୂଚନା ମିଳିଛି।
ସେହିପରି ଚିଲିକା ଡିଭିଜନ ବନ୍ୟପ୍ରାଣୀ ବିଭାଗ (ବାଲୁଗାଁ) ପକ୍ଷରୁ ସମଗ୍ର ଚିଲିକାରେ ଡଲ୍ଫିନ୍ ଗଣନା ହୋଇଥିଲା। ଚିଲିକାରେ ଦେଖା ଯାଉଥିବା ଇରାଓ୍ବ।ଡି ( Irrawaddy ) ଡଲ୍ଫିନ୍ ଏବଂ ଚିଲିକା-ସମୁଦ୍ର ମୁହାଣରେ ଦେଖା ଦେଉଥିବା ବଟଲ-ନୋଚ ଡଲଫିନ୍ର ଗଣନା କରାଯାଇଥିଲା। ଏଥିପାଇଁ ସାତପଡ଼ା ରେଞ୍ଜରେ ୮ ଟି ଟିମ୍ ଏବଂ ବାଲୁଗାଁ ରେଞ୍ଜ ଇଲାକାରେ ୧୦ଟି ଟିମ୍ ମୋଟ୍ ୧୮ଟି ଟିମ୍ ଗଠନ ହୋଇଥିଲା।
The post ରାଜନଗରରେ ଚାଲିଛି ଡଲଫିନ୍ ଗଣନା appeared first on Dharitri Odia News.