ରାଜନୀତିକୁ ପ୍ରବେଶ କରିବେ ମନ୍ତ୍ରୀ ଜିତେନରାମ ମାଁଝୀଙ୍କ ବୋହୂ, ଜଣନ୍ତୁ ଲଢିବେ କେଉଁଠୁ?
ପାଟନା ୨୦।୧୦: ଗୟା ଜିଲ୍ଲା ଇମାମଗଞ୍ଜ ବିଧାନସଭା ଆସନର ଉପ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଜିତେନ ରାମ ମାଁଝୀ ତାଙ୍କ ବୋହୂ ଦୀପା ମାଁଝୀଙ୍କୁ ଏନଡିଏ ପ୍ରାର୍ଥୀ କରିପାରନ୍ତି। କୁହାଯାଉଛି ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା (ହମ) ସଂରକ୍ଷକ ମାଁଝୀ ତାଙ୍କ ପୁଅ ଏବଂ ମନ୍ତ୍ରୀ ସନ୍ତୋଷ କୁମାର ସୁମନଙ୍କ ପତ୍ନୀ ଦୀପାଙ୍କୁ ଉପ ନିର୍ବାଚନରେ ଟିକେଟ୍ ଦେବାକୁ ପୁରା ବ୍ୟବସ୍ଥା କରିଛନ୍ତି। ଏଣୁ ଜିତେନରାମଙ୍କ ଦ୍ୱିତୀୟ ପୁତ୍ର ପ୍ରବୀଣ କୁମାର ଓ ଜ୍ୱାଇଁ ଦେବେନ୍ଦ୍ର ମାଁଝୀଙ୍କୁ ଟିକେଟ ମିଳି ନ ପାରେ ବୋଲି ଆଶଙ୍କା କରାଯାଉଛି। ଏହି ଦୁଇଜଣଙ୍କୁ ଇମାମଗଞ୍ଜ ଆସନରେ ମୁଖ୍ୟ ଦାବିଦାର ମନେ କରାଯାଉଥିଲା। ତେବେ ପାର୍ଟି ପକ୍ଷରୁ ଏପର୍ଯ୍ୟନ୍ତ ଅଧିକାରୀକ ଘୋଷଣା ହୋଇ ନାହିଁ। ରିପୋର୍ଟ ଅନୁସାରେ ଜିତେନ ରାମ ମାଁଝୀ ଇମାମଗଞ୍ଜ ସିଟରେ ଦୀପା ମାଁଝୀଙ୍କୁ ପ୍ରାର୍ଥୀ ରୂପେ ଚୂଡ଼ାନ୍ତ କରିଛନ୍ତି। ଏହି ଆସନରୁ ମାଁଝୀ ନିଜେ ନିର୍ବାଚିତ ହୋଇଥିଲେ। ତେବେ ୨୦୨୪ ଲୋକସଭା ନିର୍ବାଚନରେ ଗୟାରୁ ସାଂସଦ ନିର୍ବାଚିତ ହେବା ପରେ ସେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଏଣୁ ଏଠାରେ ଏବେ ଉପନିର୍ବାଚନ ହେବାକୁ ଯାଉଥିବା ବେଳେ ବୋହୂଙ୍କୁ ପ୍ରାର୍ଥୀ କରୁଥିବା ଜଣାପଡିଛି। ଏନଡିଏରେ ହୋଇଥିବା ଆସନ ବୁଝାମୁଣା ଅନୁସାରେ ଇମାମଗଞ୍ଜ ହମ ଖାତାକୁ ଆସିଛି। ଫଳରେ ଉପନିର୍ବାଚନ ମାଧ୍ୟମରେ ଜିତେନ ରାମ ମାଁଝୀଙ୍କ ବୋହୂ ରାଜନୀତିକୁ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଏପର୍ଯ୍ୟନ
ପାଟନା ୨୦।୧୦: ଗୟା ଜିଲ୍ଲା ଇମାମଗଞ୍ଜ ବିଧାନସଭା ଆସନର ଉପ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଜିତେନ ରାମ ମାଁଝୀ ତାଙ୍କ ବୋହୂ ଦୀପା ମାଁଝୀଙ୍କୁ ଏନଡିଏ ପ୍ରାର୍ଥୀ କରିପାରନ୍ତି। କୁହାଯାଉଛି ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା (ହମ) ସଂରକ୍ଷକ ମାଁଝୀ ତାଙ୍କ ପୁଅ ଏବଂ ମନ୍ତ୍ରୀ ସନ୍ତୋଷ କୁମାର ସୁମନଙ୍କ ପତ୍ନୀ ଦୀପାଙ୍କୁ ଉପ ନିର୍ବାଚନରେ ଟିକେଟ୍ ଦେବାକୁ ପୁରା ବ୍ୟବସ୍ଥା କରିଛନ୍ତି। ଏଣୁ ଜିତେନରାମଙ୍କ ଦ୍ୱିତୀୟ ପୁତ୍ର ପ୍ରବୀଣ କୁମାର ଓ ଜ୍ୱାଇଁ ଦେବେନ୍ଦ୍ର ମାଁଝୀଙ୍କୁ ଟିକେଟ ମିଳି ନ ପାରେ ବୋଲି ଆଶଙ୍କା କରାଯାଉଛି। ଏହି ଦୁଇଜଣଙ୍କୁ ଇମାମଗଞ୍ଜ ଆସନରେ ମୁଖ୍ୟ ଦାବିଦାର ମନେ କରାଯାଉଥିଲା। ତେବେ ପାର୍ଟି ପକ୍ଷରୁ ଏପର୍ଯ୍ୟନ୍ତ ଅଧିକାରୀକ ଘୋଷଣା ହୋଇ ନାହିଁ।
ରିପୋର୍ଟ ଅନୁସାରେ ଜିତେନ ରାମ ମାଁଝୀ ଇମାମଗଞ୍ଜ ସିଟରେ ଦୀପା ମାଁଝୀଙ୍କୁ ପ୍ରାର୍ଥୀ ରୂପେ ଚୂଡ଼ାନ୍ତ କରିଛନ୍ତି। ଏହି ଆସନରୁ ମାଁଝୀ ନିଜେ ନିର୍ବାଚିତ ହୋଇଥିଲେ। ତେବେ ୨୦୨୪ ଲୋକସଭା ନିର୍ବାଚନରେ ଗୟାରୁ ସାଂସଦ ନିର୍ବାଚିତ ହେବା ପରେ ସେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଏଣୁ ଏଠାରେ ଏବେ ଉପନିର୍ବାଚନ ହେବାକୁ ଯାଉଥିବା ବେଳେ ବୋହୂଙ୍କୁ ପ୍ରାର୍ଥୀ କରୁଥିବା ଜଣାପଡିଛି। ଏନଡିଏରେ ହୋଇଥିବା ଆସନ ବୁଝାମୁଣା ଅନୁସାରେ ଇମାମଗଞ୍ଜ ହମ ଖାତାକୁ ଆସିଛି।
ଫଳରେ ଉପନିର୍ବାଚନ ମାଧ୍ୟମରେ ଜିତେନ ରାମ ମାଁଝୀଙ୍କ ବୋହୂ ରାଜନୀତିକୁ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଏପର୍ଯ୍ୟନ୍ତ ଦୀପା ପାର୍ଟିରେ ସକ୍ରିୟ ଭୂମିକା ନିର୍ବାହ କରୁଥିଲେ। ସେ ତାଙ୍କ ସ୍ୱାମୀ ସନ୍ତୋଷ ସୁମନଙ୍କ ନିର୍ବାଚନ ପ୍ରଚାରରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଏଣୁ ଇମାମଗଞ୍ଜ ସିଟ୍ରେ ତାଙ୍କର ଦାବି ମଜଭୁତ ହେବ ବୋଲି କୁହାଯାଉଛି। ଇମାମଗଞ୍ଜ ସିଟରୁ ଜିତେନରାମ ମାଁଝୀଙ୍କ ପରିବାରର କେହି ଲଢିବେ ବୋଲି ଦୀର୍ଘ ସମୟରୁ ଆକାଳନ କରାଯାଉଥିଲା। ଏଥିରେ ତାଙ୍କ କନିଷ୍ଠ ପୁତ୍ର ଅଥବା ଜ୍ୱାଇଁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆକଳନ କରାଯାଉଥିଲା। ତେବେ ଜିତେନରାମ ମାଁଝୀ ବୋହୂଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛନ୍ତି।