‘ମୋ ଭାଇକୁ ମାରିଦେଲେ, ଘରକୁ ଡାକି ମଦ ଦିଅନ୍ତି.. ପରେ ମାଡ଼ ମାରନ୍ତି’- ମୃତକଙ୍କ ଭାଇ

ଭଦ୍ରକ ୦୫।୦୬ : କାମ କରାଇବା ପରେ ଘରକୁ ଡାକି ମଦ ପିଇବା ପାଇଁ ଦେଲେ, ପରେ ବାଡେଇବା ସହ ଗରମ ପାଣି ଫୋପାଡ଼ି ମାରିଦେଲେ । ଭଦ୍ରକ ଗ୍ରାମାଞ୍ଚଳ ଥାନା ବନ୍ଧଗାଁ ଅଞ୍ଚଳରୁ ଆସିଛି ଏମିତି ଏକ ଅଭିଯୋଗ । ଅଭିଯୋଗ ଅନୁସାରେ, ସ୍ଥାନୀୟ ଅଞ୍ଚଳର ଗଗନ ମଲ୍ଲିକ ଗାଁର ଜନୈକ ବ୍ୟକ୍ତିଙ୍କ ଘରକୁ କାମ କରିବାକୁ ଯାଇଥିଲେ । ସଂପୃକ୍ତ ବ୍ୟକ୍ତି ଚୋରା ମଦ ବେପାରୀ ହୋଇଥିବାରୁ କାମ କରିବା ପରେ ଗଗନକୁ ଘରକୁ ଡାକି ଦେଶୀ ମଦ ପିଇବା ପାଇଁ ଦେଇଥିବା କହିଛନ୍ତି ମୃତକଙ୍କ ବଡ଼ ଭାଇ । ଏହାପରେ କୌଣସି କଥାକୁ ନେଇ ଗଗନକୁ ମାଡ ମାରିବା ପରେ ଉପରକୁ ଗରମ ପାଣି ଫିଙ୍ଗିଲେ । ପରେ ଘର ଠାରୁ କିଛି ଦୂର ଗୁରୁତର ଭାବେ ପଡିଥିଲେ । ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଘଟଣାକୁ ନେଇ ମୃତକଙ୍କ ବଡ଼ ଭାଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ହତ୍ୟା କରାଯାଇଥିବାର ଅଭିଯୋଗ କରିଛନ୍ତି । ବାକି କିଛି ଜଣଙ୍କୁ ସନ୍ଦେହ କରି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି । 

‘ମୋ ଭାଇକୁ ମାରିଦେଲେ, ଘରକୁ ଡାକି ମଦ ଦିଅନ୍ତି.. ପରେ ମାଡ଼ ମାରନ୍ତି’- ମୃତକଙ୍କ ଭାଇ

ଭଦ୍ରକ ୦୫।୦୬ : କାମ କରାଇବା ପରେ ଘରକୁ ଡାକି ମଦ ପିଇବା ପାଇଁ ଦେଲେ, ପରେ ବାଡେଇବା ସହ ଗରମ ପାଣି ଫୋପାଡ଼ି ମାରିଦେଲେ । ଭଦ୍ରକ ଗ୍ରାମାଞ୍ଚଳ ଥାନା ବନ୍ଧଗାଁ ଅଞ୍ଚଳରୁ ଆସିଛି ଏମିତି ଏକ ଅଭିଯୋଗ । 

ଅଭିଯୋଗ ଅନୁସାରେ, ସ୍ଥାନୀୟ ଅଞ୍ଚଳର ଗଗନ ମଲ୍ଲିକ ଗାଁର ଜନୈକ ବ୍ୟକ୍ତିଙ୍କ ଘରକୁ କାମ କରିବାକୁ ଯାଇଥିଲେ । ସଂପୃକ୍ତ ବ୍ୟକ୍ତି ଚୋରା ମଦ ବେପାରୀ ହୋଇଥିବାରୁ କାମ କରିବା ପରେ ଗଗନକୁ ଘରକୁ ଡାକି ଦେଶୀ ମଦ ପିଇବା ପାଇଁ ଦେଇଥିବା କହିଛନ୍ତି ମୃତକଙ୍କ ବଡ଼ ଭାଇ । ଏହାପରେ କୌଣସି କଥାକୁ ନେଇ ଗଗନକୁ ମାଡ ମାରିବା ପରେ ଉପରକୁ ଗରମ ପାଣି ଫିଙ୍ଗିଲେ । ପରେ ଘର ଠାରୁ କିଛି ଦୂର ଗୁରୁତର ଭାବେ ପଡିଥିଲେ । ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

ଅନ୍ୟପଟେ ଘଟଣାକୁ ନେଇ ମୃତକଙ୍କ ବଡ଼ ଭାଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ହତ୍ୟା କରାଯାଇଥିବାର ଅଭିଯୋଗ କରିଛନ୍ତି । ବାକି କିଛି ଜଣଙ୍କୁ ସନ୍ଦେହ କରି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ।