ବସ୍‌ ସହ କାର୍‌ର ମୁହାଁମୁହିଁ ଧକ୍କା, ଚାଲିଗଲା ଦମ୍ପତିଙ୍କ ଜୀବନ

ଖୋର୍ଦ୍ଧା ୧୯।୦୩ : ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥର ଟିକାତାଳ ଆଦର୍ଶ ବିଦ୍ୟାଳୟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ ସହ ମୁହାଁମୁହାଁ ଧକ୍କା ହେଲା କାର । ଏହି ଭୟଙ୍କର ଦୁର୍ଘଟଣାରେ କାରରେ ଥିବା ଦମ୍ପତିଙ୍କ ମୃତ୍ୟୁ ହୋଇଛି । ବାକି ବସରେ ଥିବା ୨ ଯାତ୍ରୀ ଆହତ ହୋଇଛନ୍ତି। ବୁଧବାର ସକାଳ ସମୟରେ ଏକ ମାରୁତି କାର୍‌ ନୟାଗଡ଼ରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିଲା । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ବିଶାଖା ନାମକ ଏକ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ କାର୍‌ରେ ଥିବା ଦୁଇ ଦମ୍ପତିଙ୍କର ମୃତ୍ୟୁ ହୋଇଥିବା ବେଳେ ବସ୍‌ରେ ଦୁଇ ଯାତ୍ରୀ ଆହତ ହୋଇଥିଲେ ।ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲେ । କିଛି ସମୟର ପରିଶ୍ରମ ପରେ ମୃତାହତକୁ ଉଦ୍ଧାର ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ  ଯାଏଁ ମୃତକଙ୍କ ପରିଚୟ ମିଳିନଥିବା ବେଳେ ବେଗୁନିଆ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଗୁଣି ଗାରେଡ଼ି ସନ୍ଦେହରେ ଗଡ଼ିଲା ତିନି ମୁଣ୍ଡ, ୧୨ ଜଣଙ୍କୁ ଅଟକ ରଖିଛି ପୋଲିସ

ବସ୍‌ ସହ କାର୍‌ର ମୁହାଁମୁହିଁ ଧକ୍କା, ଚାଲିଗଲା ଦମ୍ପତିଙ୍କ ଜୀବନ

ଖୋର୍ଦ୍ଧା ୧୯।୦୩ : ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥର ଟିକାତାଳ ଆଦର୍ଶ ବିଦ୍ୟାଳୟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ ସହ ମୁହାଁମୁହାଁ ଧକ୍କା ହେଲା କାର । ଏହି ଭୟଙ୍କର ଦୁର୍ଘଟଣାରେ କାରରେ ଥିବା ଦମ୍ପତିଙ୍କ ମୃତ୍ୟୁ ହୋଇଛି । ବାକି ବସରେ ଥିବା ୨ ଯାତ୍ରୀ ଆହତ ହୋଇଛନ୍ତି। 

ବୁଧବାର ସକାଳ ସମୟରେ ଏକ ମାରୁତି କାର୍‌ ନୟାଗଡ଼ରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିଲା । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ବିଶାଖା ନାମକ ଏକ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ କାର୍‌ରେ ଥିବା ଦୁଇ ଦମ୍ପତିଙ୍କର ମୃତ୍ୟୁ ହୋଇଥିବା ବେଳେ ବସ୍‌ରେ ଦୁଇ ଯାତ୍ରୀ ଆହତ ହୋଇଥିଲେ ।

ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲେ । କିଛି ସମୟର ପରିଶ୍ରମ ପରେ ମୃତାହତକୁ ଉଦ୍ଧାର ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ  ଯାଏଁ ମୃତକଙ୍କ ପରିଚୟ ମିଳିନଥିବା ବେଳେ ବେଗୁନିଆ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

ଗୁଣି ଗାରେଡ଼ି ସନ୍ଦେହରେ ଗଡ଼ିଲା ତିନି ମୁଣ୍ଡ, ୧୨ ଜଣଙ୍କୁ ଅଟକ ରଖିଛି ପୋଲିସ