ରାହୁଲଙ୍କୁ ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଲେ ବିନୋଦ ତାୱଡ଼େ
ନୂଆଦିଲ୍ଲୀ: ବିଜେପି ଜାତୀୟ ସାଧାରଣ ସମ୍ପାଦକ ଏବଂ ପୂର୍ବତନ ମହାରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ବିନୋଦ ତାୱଡେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ, ସୁପ୍ରିୟା ଶ୍ରୀନେଟ୍ଙ୍କୁ ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିନୋଦ ତାୱଡେ ଭୋଟରମାନଙ୍କୁ ୫ କୋଟି ଟଙ୍କା ବାଣ୍ଟିଛନ୍ତି ବୋଲି ବୋଲି ଉପରୋକ୍ତ କଂଗ୍ରେସ ନେତାମାନେ କରିଥିବା ସୋସିଆଲ ମିଡିଆ ପୋଷ୍ଟ୍ ପାଇଁ ସେ ଏହି ମାନହାନି ନୋଟିସ୍ ପଠାଇଛନ୍ତି। ବସନ୍ତ ବିହାରରେ ତୁଲିଞ୍ଜ […]

ନୂଆଦିଲ୍ଲୀ: ବିଜେପି ଜାତୀୟ ସାଧାରଣ ସମ୍ପାଦକ ଏବଂ ପୂର୍ବତନ ମହାରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ବିନୋଦ ତାୱଡେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ, ସୁପ୍ରିୟା ଶ୍ରୀନେଟ୍ଙ୍କୁ ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିନୋଦ ତାୱଡେ ଭୋଟରମାନଙ୍କୁ ୫ କୋଟି ଟଙ୍କା ବାଣ୍ଟିଛନ୍ତି ବୋଲି ବୋଲି ଉପରୋକ୍ତ କଂଗ୍ରେସ ନେତାମାନେ କରିଥିବା ସୋସିଆଲ ମିଡିଆ ପୋଷ୍ଟ୍ ପାଇଁ ସେ ଏହି ମାନହାନି ନୋଟିସ୍ ପଠାଇଛନ୍ତି। ବସନ୍ତ ବିହାରରେ ତୁଲିଞ୍ଜ ପୁଲିସ ଏଥିପାଇଁ ତାୱଡେଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ତେବେ ତାୱଡେ ତାଙ୍କ ବିରୋଧରେ ହୋଇଥିବା ଏହି ଅଭିଯୋଗକୁ ମିଥ୍ୟା, ଭିତ୍ତିହୀନ ଏବଂ ଅପମାନଜନକ କହିଛନ୍ତି। ଖଡ଼ଗେ, ଗାନ୍ଧୀ ଏବଂ ସୁପ୍ରିୟା ଶ୍ରୀନେଟ୍ ତାଙ୍କୁ ନିସର୍ତ୍ତ କ୍ଷମା ମାଗିବାପାଇଁ ସେ ଦାବି କରିଛନ୍ତି। ୨୪ ଘଣ୍ଟା ମଧ୍ୟରେ କ୍ଷମା ନମାଗିଲେ ଆଇନ ଅନୁଯାୟୀ ସେ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିଜେପି ଜାତୀୟ ସମ୍ପାଦକ ବିନୋଦ ତାୱଡେ ବିରାଡ୍ରେ ଏକ ହୋଟେଲ୍ରେ ଭୋଟରମାନଙ୍କୁ ଟଙ୍କା ବାଣ୍ଟିଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଏହାପରେ କଂଗ୍ରେସ ନେତାମାନେ ତାଙ୍କୁ କଟାକ୍ଷ କରି ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟ୍ କରିଥିଲେ।