ରାଜନୀତିର ବୟାନବାଜିରେ ଫସିଗଲେ ଭୋଗରାଇ ବାବା ଭୂଷଣ୍ଡେଶ୍ୱର: ମନ୍ଦିର ନିର୍ମାଣକୁ ନେଇ ତେଜୁଛି ରାଜନୀତି ବିବାଦ

କନକ ବ୍ୟୁରୋ : ପର୍ଯ୍ୟଟନ ଋତୁରେ ବାବାଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟକୁ ନେଇ ପୀଠରେ ରାଜ ନେତାଙ୍କ ଭିଡ଼। ତିନି ଦିନରେ ତିନି ନେତାଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟକୁ ନେଇ ଆଲୋଚନା। ବିଜେଡି କହିଲା ମନ୍ଦିର ପାଇଁ ୮୩ ଲକ୍ଷ ରହିଛି, ସେଥିରେ ମନ୍ଦିର ନିର୍ମାଣ ଆରମ୍ଭ ହେବ।  ସେପଟେ କଂଗ୍ରେସ ପ୍ରେସମିଟ କରି କହୁଛି, ମନ୍ଦିର ଟଙ୍କା ହେରଫେର ହୋଇଛି। ଆୟବ୍ୟୟର ହିସାବ ସର୍ବସାଧାରଣ କରାଯାଉ।  ଯାହାକୁ ନେଇ ବଡିଛି ରାଜନୈତିକ ବୟାନବାଜି।  ଭୋଗରାଇ ବ୍ଲକ କୁମ୍ଭୀରଗଡ଼ିରେ ରହିଛି ବାବା ଭୂଷଣ୍ଡେଶ୍ୱରଙ୍କ ମନ୍ଦିର। ଏଠାରେ ପୂଜା ପାଉଥିବା ପାଉଥିବା ଶିବଲିଙ୍ଗ ଏସିଆ ମହାଦେଶରେ ସର୍ବବୃହତ ଶିବ ଲିଙ୍ଗ ବୋଲି କୁହାଯାଏ। କିନ୍ତୁ ଆଜି ଯାଏଁ ଭୋଳାନାଥଙ୍କ ପାଇଁ ମନ୍ଦିରଟିଏ ସ୍ଥାପନ ହୋଇପାରିନାହିଁ। ଟିଣ ଛପର ତଳେ ପୂଜା ପାଉଛନ୍ତି ବାବା ଭୂଷଣ୍ଡେଶ୍ବର। ସ୍ଥାୟୀ ମନ୍ଦିରର ନିର୍ମାଣକୁ ନେଇ ଜୋର ଧରିଛି ରାଜନୀତି। ଭୋଗରାଇ ବିଧାୟକଙ୍କ ବୈଠକ ଓ ପୂର୍ବତନ ବିଧାୟକଙ୍କ ମନ୍ଦିର ପରିଦର୍ଶନ ରାଜନୈତିକ ଚର୍ଚ୍ଚାକୁ ଖୋରାକ୍ ଯୋଗଇଛି। ସେପଟେ ମନ୍ଦିର ଟଙ୍କା ହେରଫେର ଅଭିଯୋଗ ଆଣିଛି କଂଗ୍ରେସ। ୨୦୧୮ରେ ବାବା ଭୂଷଣ୍ଡେଶ୍ୱରଙ୍କ ମନ୍ଦିରର ନିର୍ମାଣ କାମ ଆରମ୍ଭ ହୋଇଥିଲା। ୬୦ଟି ପିଲର ସହ ଫାଉଣ୍ଡେସନ୍ କାମ ହୋଇଥିଲା। ଏଥିପାଇଁ ପ୍ରାୟ ୨କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ପାଣ୍ଠି ଅଭାବ ଓ ପଥର ନମିଳିବାରୁ କାମ ବାଧାପ୍ରାପ୍ତ ହୋଇଥିଲା। ହେଲେ

ରାଜନୀତିର ବୟାନବାଜିରେ ଫସିଗଲେ ଭୋଗରାଇ ବାବା ଭୂଷଣ୍ଡେଶ୍ୱର: ମନ୍ଦିର ନିର୍ମାଣକୁ ନେଇ ତେଜୁଛି ରାଜନୀତି ବିବାଦ

କନକ ବ୍ୟୁରୋ : ପର୍ଯ୍ୟଟନ ଋତୁରେ ବାବାଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟକୁ ନେଇ ପୀଠରେ ରାଜ ନେତାଙ୍କ ଭିଡ଼। ତିନି ଦିନରେ ତିନି ନେତାଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟକୁ ନେଇ ଆଲୋଚନା। ବିଜେଡି କହିଲା ମନ୍ଦିର ପାଇଁ ୮୩ ଲକ୍ଷ ରହିଛି, ସେଥିରେ ମନ୍ଦିର ନିର୍ମାଣ ଆରମ୍ଭ ହେବ।  ସେପଟେ କଂଗ୍ରେସ ପ୍ରେସମିଟ କରି କହୁଛି, ମନ୍ଦିର ଟଙ୍କା ହେରଫେର ହୋଇଛି। ଆୟବ୍ୟୟର ହିସାବ ସର୍ବସାଧାରଣ କରାଯାଉ।  ଯାହାକୁ ନେଇ ବଡିଛି ରାଜନୈତିକ ବୟାନବାଜି। 

ଭୋଗରାଇ ବ୍ଲକ କୁମ୍ଭୀରଗଡ଼ିରେ ରହିଛି ବାବା ଭୂଷଣ୍ଡେଶ୍ୱରଙ୍କ ମନ୍ଦିର। ଏଠାରେ ପୂଜା ପାଉଥିବା ପାଉଥିବା ଶିବଲିଙ୍ଗ ଏସିଆ ମହାଦେଶରେ ସର୍ବବୃହତ ଶିବ ଲିଙ୍ଗ ବୋଲି କୁହାଯାଏ। କିନ୍ତୁ ଆଜି ଯାଏଁ ଭୋଳାନାଥଙ୍କ ପାଇଁ ମନ୍ଦିରଟିଏ ସ୍ଥାପନ ହୋଇପାରିନାହିଁ। ଟିଣ ଛପର ତଳେ ପୂଜା ପାଉଛନ୍ତି ବାବା ଭୂଷଣ୍ଡେଶ୍ବର। ସ୍ଥାୟୀ ମନ୍ଦିରର ନିର୍ମାଣକୁ ନେଇ ଜୋର ଧରିଛି ରାଜନୀତି। ଭୋଗରାଇ ବିଧାୟକଙ୍କ ବୈଠକ ଓ ପୂର୍ବତନ ବିଧାୟକଙ୍କ ମନ୍ଦିର ପରିଦର୍ଶନ ରାଜନୈତିକ ଚର୍ଚ୍ଚାକୁ ଖୋରାକ୍ ଯୋଗଇଛି। ସେପଟେ ମନ୍ଦିର ଟଙ୍କା ହେରଫେର ଅଭିଯୋଗ ଆଣିଛି କଂଗ୍ରେସ।

୨୦୧୮ରେ ବାବା ଭୂଷଣ୍ଡେଶ୍ୱରଙ୍କ ମନ୍ଦିରର ନିର୍ମାଣ କାମ ଆରମ୍ଭ ହୋଇଥିଲା। ୬୦ଟି ପିଲର ସହ ଫାଉଣ୍ଡେସନ୍ କାମ ହୋଇଥିଲା। ଏଥିପାଇଁ ପ୍ରାୟ ୨କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ପାଣ୍ଠି ଅଭାବ ଓ ପଥର ନମିଳିବାରୁ କାମ ବାଧାପ୍ରାପ୍ତ ହୋଇଥିଲା। ହେଲେ ଏବେ ୮୩ ଲକ୍ଷ ଟଙ୍କା ପାଣ୍ଠି ସହ ପଥର ମିଳିଛି। କାମ ପୁଣି ଥରେ ଆରମ୍ଭ ହେବ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ।

୧୯୮୯ରେ ଭୋଗରାଇର ତତ୍‌କାଳୀନ ବିଧାୟକଙ୍କ ଅନୁଦାନରେ ବାବା ଭୁଷଣ୍ଡେଶ୍ବରଙ୍କ ଏକ ଅସ୍ଥାୟୀ ମନ୍ଦିର ନିର୍ମାଣ ହୋଇଥିଲା। ୨୦୧୩ ଫାଇଲିନ୍ ବାତ୍ୟାରେ ତାହା ନଷ୍ଟ ହୋଇଯିବା ପରେ ସ୍ଥାୟୀ ମନ୍ଦିର ନିର୍ମାଣ ପାଇ ଦାବି ହୋଇଥିଲା।