ରାଜନୀତିର ଶୀର୍ଷ ସ୍ଥାନରେ ଆଦିବାସୀ ମହିଳା
କୋରାପୁଟ,୬।୧(ଅମିତାଭ ବେହେରା): ନୂଆଦିଲ୍ଲୀ ସ୍ଥିତ ସଂସଦ ଭବନରେ ଆୟୋଜିତ ଜାତୀୟସ୍ତରୀୟ ଚେଞ୍ଜ ମେକର କର୍ମଶାଳାରେ ଯୋଗଦେଇ କୋରାପୁଟ ଜିଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ନିଜ ବକ୍ତବ୍ୟ ରଖିଛନ୍ତି। କର୍ମଶାଳାରେ ଓଡ଼ିଶାରୁ ୧୦ଜଣ ମହିଳା ଯାଇଥିବା ବେଳେ ସେ ଏକମାତ୍ର ଆଦିବାସୀ ମହିଳା ଭାବେ ପ୍ରତିନିଧିତ୍ୱ କରିଥିବା ଜଣାପଡିଛି। ମହିଳା ଜନପ୍ରତିନିଧିମାନେ ରାଜନୀତି କ୍ଷେତ୍ରରେ କିଭଳି କାର୍ଯ୍ୟ କରିବେ ଓ ନିଜର ଦକ୍ଷତା ବୃଦ୍ଧି କରିପାରିବେ ଏହା ଉପରେ ଅଧ୍ୟକ୍ଷା ସସ୍ମିତା ବକ୍ତବ୍ୟ ରଖିଥିଲେ। ଅଧ୍ୟକ୍ଷା ସସ୍ମିତା ସଂସଦରେ […] The post ରାଜନୀତିର ଶୀର୍ଷ ସ୍ଥାନରେ ଆଦିବାସୀ ମହିଳା appeared first on Dharitri Odia News.
କୋରାପୁଟ,୬।୧(ଅମିତାଭ ବେହେରା): ନୂଆଦିଲ୍ଲୀ ସ୍ଥିତ ସଂସଦ ଭବନରେ ଆୟୋଜିତ ଜାତୀୟସ୍ତରୀୟ ଚେଞ୍ଜ ମେକର କର୍ମଶାଳାରେ ଯୋଗଦେଇ କୋରାପୁଟ ଜିଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ନିଜ ବକ୍ତବ୍ୟ ରଖିଛନ୍ତି। କର୍ମଶାଳାରେ ଓଡ଼ିଶାରୁ ୧୦ଜଣ ମହିଳା ଯାଇଥିବା ବେଳେ ସେ ଏକମାତ୍ର ଆଦିବାସୀ ମହିଳା ଭାବେ ପ୍ରତିନିଧିତ୍ୱ କରିଥିବା ଜଣାପଡିଛି।
ମହିଳା ଜନପ୍ରତିନିଧିମାନେ ରାଜନୀତି କ୍ଷେତ୍ରରେ କିଭଳି କାର୍ଯ୍ୟ କରିବେ ଓ ନିଜର ଦକ୍ଷତା ବୃଦ୍ଧି କରିପାରିବେ ଏହା ଉପରେ ଅଧ୍ୟକ୍ଷା ସସ୍ମିତା ବକ୍ତବ୍ୟ ରଖିଥିଲେ। ଅଧ୍ୟକ୍ଷା ସସ୍ମିତା ସଂସଦରେ ନିଜ ବକ୍ତବ୍ୟରେ କହିଥିଲେ, ଓଡ଼ିଶା ସରକାର ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷଣ ଆଇନ କରିଛନ୍ତି। ତେଣୁ ମହିଳାମାନେ ଅଧିକରୁ ଅଧିକ ସୁଯୋଗ ପାଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ଓଡ଼ିଶାର ଆଦିବାସୀ ମହିଳା ରାଜନୀତି କ୍ଷେତ୍ରରେ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି। ଏପରିକି ନିଜ ଦାୟିତ୍ୱ ନିଜେ ସମ୍ପାଦନ କରୁଛନ୍ତି। ଅନ୍ୟ କୌଣସି ବ୍ୟକ୍ତିଙ୍କ ସହାୟତା ନେବାକୁ ପଡୁ ନି ବୋଲି ଅଧ୍ୟକ୍ଷା କହିଥିଲେ। ଏପରିକି ସେ ନିଜ ଅଭିଜ୍ଞତା, ଅନୁଭୂତି ଓ ଦକ୍ଷତା ଉପରେ ବିବରଣୀ ଉପସ୍ଥାପନା କରିଥିଲେ।
The post ରାଜନୀତିର ଶୀର୍ଷ ସ୍ଥାନରେ ଆଦିବାସୀ ମହିଳା appeared first on Dharitri Odia News.