ରାଜନୀତିରେ ଏଣ୍ଟ୍ରି କଲେ ଜିତନ ରାମ ମାଂଝିଙ୍କ ବୋହୂ

ପାଟନା,୧୯।୧୦: ନଭେମ୍ବର ୧୩ରେ ବିହାରର ଚାରୋଟି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ବେଲାଗଞ୍ଜ ଏବଂ ଇମାମଗଞ୍ଜ ସିଟ ଗୟା ଜିଲାର ଅଟେ। କେନ୍ଦ୍ର ମନ୍ତ୍ରୀ ଜିତନ ରାମ ମାଂଝିଙ୍କ ଇସ୍ତଫା ପରେ ଇମାମଗଞ୍ଜ ଆସନ ଖାଲି ପଡ଼ିଥିଲା ଏବଂ ଏନଡିଏ ପକ୍ଷରୁ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଉପରେ ଚାପ ପଡିଥିଲା। ତେବେ ପ୍ରାର୍ଥୀ ଚୟନ ଦଳ ପାଇଁ ଏକ ଚ୍ୟାଲେଞ୍ଜ ବୋଲି ପ୍ରମାଣିତ ହୋଇଥିଲା। ଏହି ସମୟରେ ଦଳ ଜିତନ ରାମ ମାଂଝିଙ୍କ […] The post ରାଜନୀତିରେ ଏଣ୍ଟ୍ରି କଲେ ଜିତନ ରାମ ମାଂଝିଙ୍କ ବୋହୂ appeared first on Dharitri Odia News.

ରାଜନୀତିରେ ଏଣ୍ଟ୍ରି କଲେ ଜିତନ ରାମ ମାଂଝିଙ୍କ ବୋହୂ

ପାଟନା,୧୯।୧୦: ନଭେମ୍ବର ୧୩ରେ ବିହାରର ଚାରୋଟି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ବେଲାଗଞ୍ଜ ଏବଂ ଇମାମଗଞ୍ଜ ସିଟ ଗୟା ଜିଲାର ଅଟେ। କେନ୍ଦ୍ର ମନ୍ତ୍ରୀ ଜିତନ ରାମ ମାଂଝିଙ୍କ ଇସ୍ତଫା ପରେ ଇମାମଗଞ୍ଜ ଆସନ ଖାଲି ପଡ଼ିଥିଲା ଏବଂ ଏନଡିଏ ପକ୍ଷରୁ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଉପରେ ଚାପ ପଡିଥିଲା। ତେବେ ପ୍ରାର୍ଥୀ ଚୟନ ଦଳ ପାଇଁ ଏକ ଚ୍ୟାଲେଞ୍ଜ ବୋଲି ପ୍ରମାଣିତ ହୋଇଥିଲା। ଏହି ସମୟରେ ଦଳ ଜିତନ ରାମ ମାଂଝିଙ୍କ ବୋହୂ ଦୀପା ମାଂଝିଙ୍କୁ ଇମାମଗଞ୍ଜ ଆସନରୁ ପ୍ରାର୍ଥୀ କରିଛି।

ଏଥିରୁ ସ୍ପଷ୍ଟ ଯେ ଏହି ନିର୍ବାଚନରେ ମାଂଝି ପରିବାରର ଜଣେ ସଦସ୍ୟ ପ୍ରାର୍ଥୀ ହେବେ, କିନ୍ତୁ ପ୍ରାର୍ଥୀପତ୍ରକୁ ନେଇ ଅନେକ ଜଟିଳତା ରହିଛି। ସୂଚନାନୁସାରେ, ଜିତନ ରାମ ମାଂଝିଙ୍କ ପରିବାରର ଅନେକ ସଦସ୍ୟ ଟିକେଟ ପାଇଁ ଦାବି ରଖିଛନ୍ତି, ଯେଉଁଥିପାଇଁ ଚୟନ ପ୍ରକ୍ରିୟା ଅଧିକ ଜଟିଳ ହୋଇଛି। ବର୍ତ୍ତମାନ ଖବର ସାମ୍ନାକୁ ଆସିଛି ଯେ ଜିତନ ରାମ ମଞ୍ଜୀଙ୍କ ବୋହୂ ଦୀପା ମାଂଝିଙ୍କୁ ଇମାମଗଞ୍ଜ ଆସନରୁ ପ୍ରାର୍ଥୀ କରାଯାଇଛି।

The post ରାଜନୀତିରେ ଏଣ୍ଟ୍ରି କଲେ ଜିତନ ରାମ ମାଂଝିଙ୍କ ବୋହୂ appeared first on Dharitri Odia News.