ରାଜନୈତିକ ଫାଇଦା ପାଇଁ ଅର୍ଦ୍ଧନିର୍ମିତ ରାମ ମନ୍ଦିରର କରାଯାଉଛି ପ୍ରାଣ ପ୍ରତିଷ୍ଠା, ଯୋଗଦେବ ନାହିଁ କଂଗ୍ରେସ

ନୂଆଦିଲ୍ଲୀ : ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରରେ ରାମ ଲଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରାଯିବ।ଏହି ସମାରୋହଙ୍କୁ ଅନେକ ଲୋକ ଓ ରାଜନୈତିକ ଦଳମାନଙ୍କୁ ନିମନ୍ତ୍ରଣ ମିଳିଥିଲେ ବି କଂଗ୍ରେସ ନେତାମାନେ ଏହି ଉତ୍ସବରେ ଯୋଗ ଦେବେ ନାହିଁ । କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଏହି ସୂଚନା ଦେଇଛନ୍ତି। ସାଧାରଣ ନିର୍ବାଚନ ଥିବାରୁ ଏହା ପୂର୍ବରୁ ଅର୍ଦ୍ଧନିର୍ମିତ ରାମ ମନ୍ଦିର ଉଦ୍‌ଘାଟନ କରାଯାଉଛି। ରାଜନୈତିକ ଉଦେଶ୍ୟ ରଖି ବିଜେପି ଓ ଆର୍‌ଏସ୍‌ଏସ୍‌ […]

ରାଜନୈତିକ ଫାଇଦା ପାଇଁ ଅର୍ଦ୍ଧନିର୍ମିତ ରାମ ମନ୍ଦିରର କରାଯାଉଛି ପ୍ରାଣ ପ୍ରତିଷ୍ଠା, ଯୋଗଦେବ ନାହିଁ କଂଗ୍ରେସ
Congress Declines January 22 Ram Mandir Invite

ନୂଆଦିଲ୍ଲୀ : ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରରେ ରାମ ଲଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରାଯିବ।ଏହି ସମାରୋହଙ୍କୁ ଅନେକ ଲୋକ ଓ ରାଜନୈତିକ ଦଳମାନଙ୍କୁ ନିମନ୍ତ୍ରଣ ମିଳିଥିଲେ ବି କଂଗ୍ରେସ ନେତାମାନେ ଏହି ଉତ୍ସବରେ ଯୋଗ ଦେବେ ନାହିଁ । କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଏହି ସୂଚନା ଦେଇଛନ୍ତି।

ସାଧାରଣ ନିର୍ବାଚନ ଥିବାରୁ ଏହା ପୂର୍ବରୁ ଅର୍ଦ୍ଧନିର୍ମିତ ରାମ ମନ୍ଦିର ଉଦ୍‌ଘାଟନ କରାଯାଉଛି। ରାଜନୈତିକ ଉଦେଶ୍ୟ ରଖି ବିଜେପି ଓ ଆର୍‌ଏସ୍‌ଏସ୍‌ ଏହି କାମ କରୁଛି। ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଥିବା ଏହି ଉଦ୍‌ଘାଟନକୁ ବୟକଟ୍‌ କରିଛି କଂଗ୍ରେସ। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ମିଳିଥିବା ଆମନ୍ତ୍ରଣକୁ କଂଗ୍ରେସ ସିଧାସଳଖ ଅସ୍ୱୀକାର କରିଛି।


କଂଗ୍ରେସ ଦଳ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଗତ ମାସରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧି ଓ ଅଧୀର ରଞ୍ଜନ ଚୌଧୁରୀଙ୍କୁ ଅଯୋଧ୍ୟାରେ ରାମ ମନ୍ଦିର ଉତ୍ସର୍ଗ ପାଇଁ ନିମନ୍ତ୍ରଣ ମିଳିଥିଲା। ଏହାସହ କୁହାଯାଇଛି ଯେ ପ୍ରଭୁ ରାମଙ୍କୁ କୋଟି କୋଟି ଭାରତୀୟ ପୂଜା କରନ୍ତି। ଧର୍ମ ମନୁଷ୍ୟର ବ୍ୟକ୍ତିଗତ ବିଷୟ ହୋଇଆସୁଛି, କିନ୍ତୁ ବର୍ଷ ବର୍ଷ ଧରି ବିଜେପି ଏବଂ ଆରଏସଏସ ଅଯୋଧ୍ୟାରେ ରାମ ମନ୍ଦିରକୁ ଏକ ରାଜନୈତିକ ପ୍ରକଳ୍ପରେ ପରିଣତ କରିଛନ୍ତି।

ଏନେଇ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି କି, ଆମ ଦେଶର ଲକ୍ଷ ଲକ୍ଷ ଲୋକ ଭଗବାନ ରାମଙ୍କର ପୂଜା କରିଥାନ୍ତି । ଧର୍ମ ଏକ ବ୍ୟକ୍ତିଗତ ବ୍ୟାପାର, ହେଲେ ଆରଏସଏସ ଓ ବିଜେପି ଅନେକ ବର୍ଷ ଧରି ଅଯୋଧ୍ୟାର ରାମ ମନ୍ଦିରକୁ ରାଜନୈତିକ ପ୍ରକଳ୍ପ ଭାବେ ବ୍ୟବହାର କରୁଛନ୍ତି । ବିଜେପି ଓ ଆରଏସଏସ ନେତମାନେ ଅଧା ନିର୍ମାଣ ହୋଇଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କେବଳ ନିର୍ବାଚନୀ ଲାଭ ପାଇଁ କରୁଥିବା ଜୟରାମ ରମେଶ କହିଛନ୍ତି ।