ରାଜଭବନରେ ରହୁଛନ୍ତି, ରାଜଭବନର କାନୁନ-ମର୍ଯ୍ୟଦା ଜାଣି ନାହାନ୍ତି, ସିଦ୍ଦରମୈୟା କାହିଁକି କହିଲେ ଏମିତି...

ବେଙ୍ଗାଲୁରୁ: ନିକଟରେ ମୈସୁର ଅର୍ବାନ ଡେଭଲପମେଣ୍ଟ ଅଥରିଟି (ଏମୟୁଡିଏ) ଦୁର୍ନୀତିରେ କର୍ଣ୍ଣାଟକ ରାଜ୍ୟପାଳ ଥବିରଚନ୍ଦ ଘେଲୋଟ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବିରୋଧରେ ମକଦ୍ଦମା  ରୁଜୁ କରିବାକୁ ଅନୁମତି ଦେଇଥିଲେ। ରାଜ୍ୟପାଳଙ୍କ ଏହି ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ସମାଲୋଚନା କରିଛନ୍ତି। ସେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ  ‘ଆସାମ୍ବିଧାନି’ ବୋଲି କହିଛନ୍ତି ଓ ରାଜଭବନର ଦୂରୁପୋଯଗର ଅଭିଯୋଗ କରିଛନ୍ତି। ସିଦ୍ଦରମୈୟା କ୍ୟାବିନେଟରେ ରାଜ୍ୟପାଳଙ୍କ ଏହି ପଦକ୍ଷେପକୁ ନିନ୍ଦା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୧୯ ଅଗଷ୍ଟ ସୋମବାର ସିଦ୍ଦରମୈୟା କର୍ଣ୍ଣାଟକ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଏଥିରେ ରାଜ୍ୟପାଳଙ୍କ ସେହି ଆଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା, ଯେଉଁଥିରେ ଏମୟୁଡିଏ ସାଇଟ୍ ଆବଣ୍ଟନ ଦୁର୍ନୀତିରେ ସିଦ୍ଦରମୈୟାଙ୍କ ବିରୋଧରେ ମକଦ୍ଦମା ଚଳାଇବାକୁ ଅନୁମତି ଦିଆଯାଇଥିଲା। ଜବାବରେ ହାଇକୋର୍ଟ ସିଦ୍ଦରମୈୟାଙ୍କୁ ଆଶ୍ୱସ୍ତ କରି କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ କରିଦେଇଛନ୍ତି। କର୍ଣ୍ଣାଟକ ରାଜ୍ୟପାଳ କାର୍ଯ୍ୟକର୍ତ୍ତାଙ୍କ ଆବେଦନ ଆଧାରରେ ଅଗଷ୍ଟ ୧୭ ତାରିଖ ଦିନ ସିଦ୍ଦରମୈୟାଙ୍କ ବିରୋଧରେ ଭ୍ରଷ୍ଟାଚାର ନିବାରଣ ଅଧିନିୟମ ୧୯୮୮ର ଧାରା ୧୭-ଏ ଓ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ଧାରା ୨୧୮ରେ ମୋକଦ୍ଦମା ଚଳାଇବାକୁ ଅନୁମତି ଦେଇଥିଲେ। ଦୁର୍ନୀତି ସମ୍ପର୍କରେ ବିସ୍ତୃତ ସୂଚନା ମିଳିବା ପରେ କର୍ଣ୍ଣାଟକରେ ରାଜନ

ରାଜଭବନରେ ରହୁଛନ୍ତି, ରାଜଭବନର କାନୁନ-ମର୍ଯ୍ୟଦା ଜାଣି ନାହାନ୍ତି, ସିଦ୍ଦରମୈୟା କାହିଁକି କହିଲେ ଏମିତି...

ବେଙ୍ଗାଲୁରୁ: ନିକଟରେ ମୈସୁର ଅର୍ବାନ ଡେଭଲପମେଣ୍ଟ ଅଥରିଟି (ଏମୟୁଡିଏ) ଦୁର୍ନୀତିରେ କର୍ଣ୍ଣାଟକ ରାଜ୍ୟପାଳ ଥବିରଚନ୍ଦ ଘେଲୋଟ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବିରୋଧରେ ମକଦ୍ଦମା  ରୁଜୁ କରିବାକୁ ଅନୁମତି ଦେଇଥିଲେ। ରାଜ୍ୟପାଳଙ୍କ ଏହି ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ସମାଲୋଚନା କରିଛନ୍ତି। ସେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ  ‘ଆସାମ୍ବିଧାନି’ ବୋଲି କହିଛନ୍ତି ଓ ରାଜଭବନର ଦୂରୁପୋଯଗର ଅଭିଯୋଗ କରିଛନ୍ତି। 

ସିଦ୍ଦରମୈୟା କ୍ୟାବିନେଟରେ ରାଜ୍ୟପାଳଙ୍କ ଏହି ପଦକ୍ଷେପକୁ ନିନ୍ଦା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୧୯ ଅଗଷ୍ଟ ସୋମବାର ସିଦ୍ଦରମୈୟା କର୍ଣ୍ଣାଟକ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଏଥିରେ ରାଜ୍ୟପାଳଙ୍କ ସେହି ଆଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା, ଯେଉଁଥିରେ ଏମୟୁଡିଏ ସାଇଟ୍ ଆବଣ୍ଟନ ଦୁର୍ନୀତିରେ ସିଦ୍ଦରମୈୟାଙ୍କ ବିରୋଧରେ ମକଦ୍ଦମା ଚଳାଇବାକୁ ଅନୁମତି ଦିଆଯାଇଥିଲା। ଜବାବରେ ହାଇକୋର୍ଟ ସିଦ୍ଦରମୈୟାଙ୍କୁ ଆଶ୍ୱସ୍ତ କରି କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ କରିଦେଇଛନ୍ତି। 

କର୍ଣ୍ଣାଟକ ରାଜ୍ୟପାଳ କାର୍ଯ୍ୟକର୍ତ୍ତାଙ୍କ ଆବେଦନ ଆଧାରରେ ଅଗଷ୍ଟ ୧୭ ତାରିଖ ଦିନ ସିଦ୍ଦରମୈୟାଙ୍କ ବିରୋଧରେ ଭ୍ରଷ୍ଟାଚାର ନିବାରଣ ଅଧିନିୟମ ୧୯୮୮ର ଧାରା ୧୭-ଏ ଓ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ଧାରା ୨୧୮ରେ ମୋକଦ୍ଦମା ଚଳାଇବାକୁ ଅନୁମତି ଦେଇଥିଲେ। ଦୁର୍ନୀତି ସମ୍ପର୍କରେ ବିସ୍ତୃତ ସୂଚନା ମିଳିବା ପରେ କର୍ଣ୍ଣାଟକରେ ରାଜନୈତିକ ଉଠାପକା ଆରମ୍ଭ ହୋଇଯାଇଛି, ଏଥିରେ ବିରୋଧୀ ଦଳ ଏବେ ସିଦ୍ଦରମୈୟାଙ୍କ ଇସ୍ତଫା ଦାବି କରୁଛନ୍ତି। 

କଥିତ ଦୁର୍ନୀତିରେ ଏହା କୁହାଯାଇଛି ଯେ ମୈସୁରର ଏକ ପ୍ରମୁଖ ସ୍ଥାନରେ ବିବାଦୀୟ ୫୦:୫୦ ଅନୁପାତ ଯୋଜନାରେ ସିଦ୍ଦରମୈୟାଙ୍କ ପତ୍ନୀ ପାର୍ବତୀଙ୍କୁ ଅନୁଚିତ ଉପାୟରେ କ୍ଷତିପୂରଣ ଦେବା ଭଳି ଭୂମି ଆବଣ୍ଟିତ କରାଯାଇଥିଲା। ଏହି ଯୋଜନାରେ ୩ ଏକର ୧୬ ଗୁଣ୍ଠ ଅବିକଶିତ ଜମିକୁ ବିକଶିତ ଆବାସୀୟ କ୍ଷେତ୍ରର ୧୪ ଟି ସାଇଟରେ ବଦଳେ ଦିଆଯାଇଛି। ଫଳରେ କଥିତ ରୂପେ ଆର୍ଥିକ ଲାଭ ହୋଇଛି। ବିଜେପି ନେତା ଏହି ଦୁର୍ନୀତି ପାଖାପାଖି ୪୦୦୦ରୁ ୫୦୦୦ କୋଟି ଟଙ୍କାର ବୋଲି ଅନୁମାନ କରୁଛନ୍ତି।